ମାରିବା ଆଗରୁ ପ୍ରେମିକାର ଚାପୁଡ଼ା ଖାଇଥିଲେ ଆଜେକ୍ସ, ଜୀବନ ହାରି ଦେଲେ ଡିଜେ ବୟ ଆଜେକ୍ସ

ଜୀବନ ହାରି ଦେଲେ ଭୁବନେଶ୍ୱରର ଚର୍ଚ୍ଚିତ ଡିଜେ ବୟ ଆଜେକ୍ସ । ନିଜ ପ୍ରେମିକାର ଚାପୁଡ଼ା ଏତେ ତାଙ୍କୁ କଷ୍ଟ ଦେଲା ଯେ , ଆଉ ନିଜ ଜୀବନ ରଖିବେ ନାହିଁ ବୋଲି ନିଷ୍ପତ୍ତି ନେଇ ଗଲେ ଆଜେକ୍ସ । ଆଉ ତାପରେ ଏପରି କାମ କଲେ ଯେ , ବର୍ତ୍ତମାନ ପର୍ଯ୍ୟନ୍ତ ତାହା ସମସ୍ତଙ୍କୁ ଶକ୍ତ ଝଟକା ଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ପରିବାରର କେହି ଲୋକ ବି ଏହାକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି କି ଆଉ ତାଙ୍କ ପୁଅ ତାଙ୍କ ପାଖରେ ନାହିଁ ।

ଯାହାକୁ ସେମାନେ ଏତେ ଛୋଟରୁ ବଡ଼ କରିଥିଲେ ହଠାତ୍ ସେ ତାଙ୍କ ମଧ୍ୟରୁ ଚାଲି ଯିବ ବୋଲି କେହି ଭାବି ନଥିଲେ। ଜଣେ ମଣିଷ ପରିଣତ ବୟସରେ ପାଦ ଥାପିବା ପରେ ଦୁନିଆଁକୁ ଧିରେ ଧିରେ ବୁଝି ଯାଏ କିନ୍ତୁ ବୁଝି ପାରି ନଥିଲେ ଆଜେକ୍ସ ।

ନିଜ ପ୍ରେମିକା ପାଇଁ ଆତ୍ମହତ୍ୟା କରି ଦେଇଛନ୍ତି ଆଜେକ୍ସ , ଆଉ ଏହାକୁ ନେଇ ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚା । ଏ ବିଷୟରେ ମୁଁହ ଖୋଲିଛନ୍ତି ଆଜେକ୍ସଙ୍କ ସବୁଠାରୁ ନିକଟତର ହୋଇଥିବା ତାଙ୍କ ସାଙ୍ଗ । ତାଙ୍କ କହିବା ଅନୁସାରେ , ଜୀବନର ସମସ୍ତ ପରିସ୍ଥିତିରେ ସବୁ କଥା ଆଜେକ୍ସ ତାଙ୍କ ସହିତ ସେୟାର କରିଥାନ୍ତି । ଯେତେ ଯାହା ପରିସ୍ଥିତି ହେଉ ନା କାହିଁକି ଆଜେକ୍ସ ତାଙ୍କ ସହିତ ଛିଡା ହୋଇଥାନ୍ତି ଆଉ ସେ ତାଙ୍କ ସହିତ । ଏପରିକି ସେ ଆଜେକ୍ସଙ୍କ ପ୍ରେମିକା ବିଷୟରେ ମଧ୍ୟ ଜାଣି ଥିଲେ । ତାଙ୍କ ପ୍ରେମିକା ମଧ୍ୟ ତାଙ୍କ ନମ୍ୱର୍ ରଖିଥିଲେ । ଦୁହିଁଙ୍କ ମଧ୍ୟରେ କିଛି ଝଗଡା ହେଲେ ମଧ୍ୟ ସେ ସେମାନଙ୍କୁ ବୁଝାଇ ଥାଆନ୍ତି ।

ତେବେ ସବୁକିଛି ଠିକ୍ ଠାକ୍ ଚାଲିଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରବେଶ କରିଥିଲେ ଜିଜ୍ଞାସାଙ୍କ ପୂର୍ବତନ ପ୍ରେମିକ ରଶ୍ମି । ଯିଏକି ଅନେକ ସମୟରେ ଆଜେକ୍ସଙ୍କୁ ହତ୍ୟା କରିଦେବେ ବୋଲି କହିଥିଲେ । ସଦାବେଳେ ଆଜେକ୍ସଙ୍କୁ ଜିଜ୍ଞାସାଙ୍କୁ ଦୂରେଇ ଯିବା ପାଇଁ କହୁଥିଲେ । ଆଉ ଏଥିପାଇଁ ସେ ତାଙ୍କୁ ବୁଝାଇ ମଧ୍ୟ ଚାଲିଥିଲେ ।

ଆଉ ସେଥିପାଇଁ ସେ ଆଜେକ୍ସଙ୍କୁ କହିଥିଲେ କି , ଯେତେ ଯାହା ହେଉ ପଛକେ ସେ ଜିଜ୍ଞାସାଙ୍କୁ ଛାଡି ଦିଅନ୍ତୁ। ଆଉ ଖୁସିରେ ରୁହନ୍ତୁ। ଜୀବନରେ ଆହୁରି ଅନେକ ଭଲ ଝିଅ ମିଳିବେ । ତେଣୁ ଏପରି ପରିସ୍ଥିତିରେ ସବୁଠାରୁ ଭଲ ହେବ କି , ଜିଜ୍ଞାସା ଠାରୁ ଦୂରେଇ ଯାଆନ୍ତୁ । କିନ୍ତୁ ଆଜେକ୍ସ ଏହାକୁ ସହଜରେ ଗ୍ରହଣ କରି ପାରୁ ନଥିଲେ । ଆଉ ଦୁଃଖରେ ମଧ୍ୟ ରହୁଥିଲେ ।

ଆଉ ଏହାରି ମଧ୍ୟରେ ଏକଦା ରଶ୍ମି ଆଜେକ୍ସଙ୍କୁ ଫୋନ୍ କରି ତାଙ୍କର କିଛି ବ୍ୟକ୍ତିଗତ ସମୟର ଫୋଟ ଭାଇରାଲ କରିଦେବ ବୋଲି କହିଥିଲା । ଯାହା ପରେ ଆଜେକ୍ସ ଆହୁରି ଭାଙ୍ଗି ପଡ଼ିଥିଲେ। ଆଉ ଏ ବିଷୟରେ ଜିଜ୍ଞାସା ସହିତ କଥାବାର୍ତ୍ତା କରିବା ପାଇଁ ଜିଜ୍ଞାସା ଘରକୁ ରବିବାର ରାତିରେ ଯାଇଥିଲେ । ଅନେକ ସମୟ ଅପେକ୍ଷା ମଧ୍ୟ କରିଥିଲେ କିନ୍ତୁ ଜିଜ୍ଞାସା ଆସି ନଥିଲେ।

ଆଉ ଶେଷରେ ଯେତେବେଳେ ଆସିଥିଲେ , ସେତେବେଳେ ଆଜେକ୍ସଙ୍କୁ ଏକ ଚାପୁଡ଼ା ମାରି ଯାଇଥିଲେ । ତେଣୁ ଯାହାର କଷ୍ଟ ଆଜେକ୍ସଙ୍କ ମନରେ ରହି ଯାଇଥିଲା । ଆଉ ବୋଧ ହୁଏ ସେଥିପାଇଁ ସେ ଏପରି ପଦକ୍ଷେପ ଗ୍ରହଣ କରିଲେ ବୋଲି ତାଙ୍କ ସାଙ୍ଗ ଗଣମାଧ୍ୟମ ଆଗରେ ମୁଁହ ଖୋଲିଛନ୍ତି ।

Leave a Reply

Your email address will not be published. Required fields are marked *