ମୁମ୍ବାଇ: ବଲିଉଡ ଆକ୍ଟର କବିର ବେଦୀ ୭୫ ବର୍ଷ ବୟସର ହୋଇଗଲେଣି। ୧୯୪୬ ଜାନୁଆରୀ ୧୬ରେ ଲାହୋର ( ପାକିସ୍ଥାନ ) ରେ ଜନ୍ମିତ କବିର ବେଦୀ ସମ୍ପର୍କରେ ଆକ୍ଟର ଅବତବ ଶିବଦାସାନୀଙ୍କ ସଡୁ ଭାଇ ଅଟନ୍ତି। ବାସ୍ତବରେ କବିର ବେଦୀଙ୍କ ଚତୁର୍ଥ ସ୍ତ୍ରୀ ବା ପରବୀନ ଦୋସାଞ୍ଜ ଏବଂ ଅବତବଙ୍କ ସ୍ତ୍ରୀ ନିନା ଦୋସାଞ୍ଜ ଦୁଇ ଭଉଣି ଅଟନ୍ତି। ପରବୀନ ଛୋଟ ଏବଂ ନୀନା ବଡ ଭଉଣି ଅଟନ୍ତି। କବୀର ବେଦୀ ୨୦୧୬ରେ ନିଜର ୭୦ ତମ ଜନ୍ମ ଦିନର ଠିକ ଗୋଟିଏ ଦିନ ପୂର୍ବେ ନିଜ ଠାରୁ ଛୋଟ ୨୯ ବର୍ଷିୟ ଗର୍ଲଫ୍ରେଣ୍ଡ ପରବୀନ ଦୋସାଞ୍ଜାଙ୍କୁ ବିବାହ କରିଥିଲେ। ଏହା କବିର ବେଦୀଙ୍କ ଚତୁର୍ଥ ବିବାହ ଅଟେ।
ପରବୀନ ଦୋସାଞ୍ଜା ବର୍ତ୍ତମାନ ୪୫ ବର୍ଷ ବୟସର ଅଟନ୍ତି। ଯିଏ କବିର ବେଦୀଙ୍କ ଝିଅ (୫୦) ଠାରୁ ୫ ବର୍ଷ ସାନ ଅଟନ୍ତି। ବ୍ରିଟିଶ ଦେଶର ଅଭିନେତ୍ରୀ ଏବଂ ମଡେଲ ପରବୀନ ବିବାହ ପୂର୍ବରୁ କବିର ବେଦୀଙ୍କ ସହ ପାଖାପାଖି ୧୦ ବର୍ଷ ଲିଭ ଇନ ରିଲେଶନସିପରେ ରହି ସାରିଛନ୍ତି।
କବିର ବେଦୀଙ୍କ ପ୍ରଥମ ବିବାହ ୧୯୬୯ ରେ ଡାନ୍ସର ପ୍ରୋତିମା ବେଦୀଙ୍କ ସହିତ ହୋଇଥିଲା। ପ୍ରୋତିମା ଏବଂ କବିରଙ୍କର ଦୁଇଟି ପିଲା ଅଛନ୍ତି। ଝିଅର ନାଁ ପୂଜା ବେଦୀ ଏବଂ ପୁଅ ସିଦ୍ଧାର୍ଥ ବେଦୀ। ଦୁଇ ଜଣ ପାଖାପାଖି ୫ ବର୍ଷ ଏକାଠି ରହିଥିଲେ ଏବଂ ଏହାପରେ ୧୯୭୪ରେ ଦୁଇ ଜଣଙ୍କର ତଲାଖ ହୋଇଥିଲା। ଏହା ଭିତରେ ପୁଅର ଆତ୍ମ-ହତ୍ୟା ପାଇଁ ପ୍ରୋତିମା ଏବଂ କବିରଙ୍କୁ ବହୁତ ବଡ ଝଟକା ଲାଗିଥିଲା। ଏହାର କିଛି ଦିନ ପରେ ପ୍ରୋତିମାଙ୍କର ଗୋଟିଏ ର୍ଦୁଘଟଣାରେ ମୃ-ତ୍ୟୁ ହୋଇଥିଲା।
ପ୍ରୋତିମାଙ୍କ ସହିତ ସମ୍ପର୍କ ଖରାପ ହେବାପରେ କବିରଙ୍କ ସମ୍ପର୍କ ପରବୀନ ବାବିଙ୍କ ସହିତ ରହିଥିଲା। କବିରଙ୍କ ସହିତ ପରବୀନ ହଲିଉଡରେ ମଧ୍ୟ କାମ କରିଥିଲେ, କିନ୍ତୁ କବିରଙ୍କ କାମରେ ବ୍ୟସ୍ତ ହେବାର ଦେଖି ପରବୀନଙ୍କୁ ଲାଗିଲା କି ତାଙ୍କୁ ଅଣ ଦେଖା କରାଯାଉଛି। ଏଥିପାଇଁ ସେ କିଛି ଦିନ ପରେ କବିର ବେଦୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ।
ପରବୀନଙ୍କ ଯିବା ପରେ କବିର ବ୍ରିଟିଶ ଫ୍ୟାସନ ଡିଜାଇନର ସୁସୈନ ହମ୍ଫେସଙ୍କ ସହିତ ଦ୍ବିତୀୟ ବିବାହ କରିଥିଲେ। କବିର ବେଦୀ ଏବଂ ସୁସୈନଙ୍କର ଗୋଟିଏ ପୁଅ ମଧ୍ୟ ଅଛି, ଯାହାର ନାଁ ଏଡମ ବେଦୀ ଅଟେ। ଏଡମ ଇଣ୍ଟରନେଶନାଲ ମଡେଲ ଅଟନ୍ତି। କିଛି ସମୟ ପରେ ମଧ୍ୟ ସୁସୈନ ଏବଂ କବିର ଅଲଗା ହୋଇଯାଇଥିଲେ।
ଏହାପରେ କବିର ବେଦୀ ତୃତୀୟ ବିବାହ ୧୯୯୨ରେ ଟିଭି ଏବଂ ରେଡିଓ ପ୍ରେଞ୍ଜେଣ୍ଟର ନିକ୍କୀ ସହିତ କରିଥିଲେ। ପାଖାପାଖି ୧୩ ବର୍ଷ ପରେ ଦୁଇ ଜଣଙ୍କର ତଲାଖ ହୋଇଥିଲା। ଦୁଇ ଜଣଙ୍କର କୌଣସି ପିଲା ନଥିଲା। ଏହାପରେ କବିର ବ୍ରିଟିଶର ଅଭିନେତ୍ରୀ ଏବଂ ମଡେଲ ପରବୀନ ଦୋସାଞ୍ଜଙ୍କ ରିଲେଶନସିପରେ ରହିଥିଲେ। କିଛି ସମୟ ଲିଭ ଇନ ରିଲେଶନସିପରେ ରହିଲା ପରେ ଦୁଇ ଜଣ ବିବାହ କରିଥିଲେ।
କବିର ଏବଂ ପରବୀନଙ୍କ ଦେଖା ଲଣ୍ଡନର ଏକ ଖେଳ ସମୟରେ ଦେଖା ହୋଇଥିଲା। ଏହି କଥା ୨୦୦୫ର ଅଟେ। କବିର ଏହି ପ୍ଲେ ସେଣ୍ଟ୍ରାଲ ଲଣ୍ଡନର ଶେଫ୍ଟସବରୀ ଥିୟଟରରେ ରହୁଥିଲେ। ପରବିନ ସାଙ୍ଗ ମାନଙ୍କ ସହିତ ଏହାକୁ ଦେଖିବାକୁ ଆସିଥିଲେ। ପରେ ସମସ୍ତେ କବିରଙ୍କ ସହିତ ଦେଖା କରିଥିଲେ। କଥା ହେବା ଭିତରେ ପରବିନ କବିରଙ୍କ ଆଡକୁ ଆର୍ଟାକ୍ଟ ହୋଇ ଯାଇଥିଲେ।
ପରବିନ ଏକ ଇଣ୍ଟରବ୍ୟୁରେ କହିଥିଲେ କି ସେ ହୁଏତ ସେ ଜନ୍ମ ଇଙ୍ଗଲଣ୍ଡରେ ହୋଇଛନ୍ତି କିନ୍ତୁ ପଞ୍ଜାବୀ ଶିଖ ଲୋକମାନଙ୍କ ସହ ସମ୍ପର୍କ ରଖନ୍ତି। ସେ ଗୁରୁମୂଖୀ ବହୁତ ଭଲ ଭାବରେ ପଢି ପାରନ୍ତି। ସେ କହିଥିଲେ କି ସ୍ନେହରେ କବିର ତାଙ୍କୁ ପଞ୍ଜାବୀ ସେରନି ବୋଲି ଡାକନ୍ତି।
କବିର ଏବଂ ପରବୀନଙ୍କ ବିବାହ ୨୦୧୬ ଜାନୁଆରୀ ୧୫ରେ ହୋଇଥିଲା। ଦୁଇ ଜଣ ପୂର୍ବରୁ ୧୦ ବର୍ଷ ରିଲେସନରେ ଥିଲେ। ତାଙ୍କୁ ଲାଗିଲା କି ସମୟ ବହୁତ ଜଲଦି ବିତି ଯାଉଛି, ସର୍ତକତା ସହିତ ସେ ଏଗ୍ସ ଫ୍ରିଜ କରାଇ ଥିଲେ, ଯେମିତି ମା ହେବା ପାଇଁ କୌଣସି ପ୍ରକାର ସମସ୍ୟା ନହେବ।
କବିରଙ୍କ ଝିଅ ପୂଜା ବେଦୀଙ୍କର ନିଜ ସାବତ ମାଙ୍କ ସହ ଭଲ ସମ୍ପର୍କ ରୁହେ ନାହିଁ। ଗୋଟିଏ ଦିନ ପୂଜା ପରବୀନଙ୍କୁ ଡାହାଣୀ ବୋଲି କହିଥିଲେ। କବିର ଏବଂ ପରବୀନଙ୍କ ବିବାହ ପରେ ପୂଜା ଟ୍ବୁଟ କରିଥିଲେ କି, ପ୍ରତ୍ୟକ ସୁଖ କାହାଣୀରେ ଏକ ଡାହାଣୀ ବା ସାବତ ମା ରହିଥାନ୍ତି, ମୋର ଆସିଗଲେ।
ସଡୁ ଭାଈ ଆଫତାବ ଶିବଦାସାନୀ ଏବଂ ତାଙ୍କ ସ୍ତ୍ରୀ ନୀନା ଦୋସାଞ୍ଜଙ୍କ ସହିତ କବିର ବେଦୀ ଏବଂ ପରବୀନ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।