ମତେ ଭଲ ପାଉଥିଲା ମୋ ସ୍ତ୍ରୀ,ଏବେ ପ୍ରେମିକ ପାଇଁ ମତେ ମାରି-ବାକୁ ଚାହୁଁଛି ।

ସଡୁ ପାଇଁ ସ୍ୱାମୀ ସ୍ତ୍ରୀର ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ । ସ୍ୱାମୀ କହୁଛି ମୋ ସଂସାର ଉଜୁଡି ଯାଇଛି ତ ଯାଇଛି ମୁଁ ଆଉ ସଜାଡ଼ିବାକୁ ଚାହୁଁନି । ଯେଉଁ ସ୍ତ୍ରୀ ମୋ ସହ ସୁଖରେ ସଂସାର କରିଥିଲା ସେହି ସ୍ତ୍ରୀ ଆଜି ମୋ ବିଶ୍ୱାସରେ ବିଷ ଭରି ଦେଲା । ଯିଏ କହୁଥିଲା ଧନ ତୁମ ବିନା ମୋ ବଞ୍ଚିବା ସମ୍ଭବ ନୁହେଁ ସେ ଆଜି ପର ପୁରୁଷ ପାଇଁ ଅଧା ରାସ୍ତାରୁ ମୋ ହାତ ଛାଡି ଦେଲା । ଟିକେ ହେଲେ ଭାବିଲାନି ବିବାହ ବେଳେ ଅଗ୍ନିକୁ ସାକ୍ଷୀ ରଖି ମତେ ଦେଇଥିବା କଥା ।

ସାତ ଜନ୍ମ ପାଇଁ ସେ ମୋର ହୋଇ ରହିବ ବୋଲି କହିଥିଲା ହେଲେ ହେଲେ ମୋ ବେଇମାନି ସ୍ତ୍ରୀ ମୋର ହୋଇ ଗୋଟେ ଜନ୍ମ ବି ରହି ପାରିଲା ନାହିଁ । ଏମିତି ସ୍ତ୍ରୀ ଭଗବାନ କାହା ଭାଗ୍ୟରେ ନ ଦେଇ ଥାନ୍ତୁ । ସେ ସ୍ତ୍ରୀ ନୁହେଁ ଗୋଟେ କାଳ ନାଗୁଣୀ । ସେ ମତେ ଦଂଶନ କଲା ଆଉ ସେ ଦଂଶନ କରି କରି ମୋ ସଂସାରକୁ ଉଜୁଡି ଦେଲା । ଆଉ ଏବେ ମତେ ଜୀବନରୁ ମାରିବାକୁ ବି ଯୋଜନା କରୁଛି । ହେଲେ ହଁ ମୁଁ ମରିବାକୁ ଡରେନି ମୁଁ ମରିବାକୁ ପସନ୍ଦ କରିବି ପଛେ ହେଲେ ସେ ଭଳି ବିଶ୍ୱାସ ଘାତକ ସ୍ତ୍ରୀକୁ ଆଉ କେବେ ହେଲେ ମଧ୍ୟ ନିଜର କରିବି ନାହିଁ।

ବନ୍ଧୁଗଣ ସ୍ୱାମୀ ସ୍ତ୍ରୀର ସମ୍ପର୍କ ହେଉଛି ପବିତ୍ର ସମ୍ପର୍କ । ସେ ସମ୍ପର୍କରେ ନା ଥାଏ ସ୍ୱାର୍ଥ ନା ଥାଏ ସର୍ତ। ଦୁହେଁ ତ ଦୁହିଁଙ୍କୁ ସାତ ଜନ୍ମ ସାଥିରେ ରହିବାକୁ କେବଳ କଥା ଦେଇ ଥାନ୍ତି । ସେ ଦିନ ମୋ ସ୍ତ୍ରୀ ମଧ୍ୟ ମୋ ସହ ପାଦରେ ପାଦ ମିଶାଇ ଏ ଲମ୍ବା ରାସ୍ତାକୁ ମୋ ହାତ ଧରି ପାରି ହେବାକୁ ମତେ କଥା ଦେଇଥିଲା ହେଲେ ମୁଁ କାହାର ଦୋଷ ଦେବି ମୋ ସ୍ତ୍ରୀକୁ ନା ଭଗବାନଙ୍କୁ ।

ଦୁହେଁ ଦୋଷୀ ମୋ ପାଇଁ,କାରଣ ଭଗବାନଙ୍କୁ ସବୁ ଜଣା ଥାଏ ଆଉ ସେ ଜାଣି ଜାଣି ଏମିତି ଗୋଟେ ସ୍ତ୍ରୀର ହାତ ମୋ ହାତରେ ଛନ୍ଦି ଦେଲେ । ଆଉ ମୋ ସ୍ତ୍ରୀ ଯଦି ମୋ ସହ ସୁଖର ସଂସାର କରି ପାରିବନି ବୋଲି ଭାବୁଥିଲେ ତାହାଲେ କାହିଁକି ମୋ ସହ ପାଞ୍ଚ ବର୍ଷ ମିଛିକା ମିଛିକା ସମ୍ପର୍କ ରଖିଥିଲେ । ମୋ ସହ ପାଞ୍ଚ ବର୍ଷ ରହିଲା ମୋ ସ୍ତ୍ରୀ ହେଲେ ତାର କିନ୍ତୁ ମୋ ଉପରେ ଭରସା ପାଇଲା ନାହିଁ। ହେଲେ ଦୁଇ ମାସ ତା ସହ କଥା ହୋଇ ନାହିଁ ମୋ ସଂସାରକୁ ଉଜାଡ଼ି ପର ପୁରୁଷ ସହ ଚାଲିଗଲା ।

ଗଲା ବେଳେ ମୋ ନାଁରେ ଅନେକ ଅଭିଯୋଗ ମଧ୍ୟ ଆଣିଲା । ମୁଁ କୁଆଡେ ବହୁତ ଖରାପ । ମୁଁ କୁଆଡେ ତାକୁ ସବୁବେଳେ ବାଡଉ ଥିଲି । ମୁଁ କୁଆଡେ ତାକୁ ସୁଖରେ ରଖି ପାରୁନଥିଲି । ମୋ ପାଇଁ ସେ କୁଆଡେ ଶାନ୍ତିରେ ରହି ପାରୁନଥିଲେ । ଆଉ ସେ ଯେଉଁ ପର ପୁରୁଷ ସହ ଯାଇଛି ସେ ତାକୁ କୁଆଡେ ପୁଷ୍ପ ବିମାନ ରେ ବସାଇ ଝୁଲାଇବ । ଯଦି ତାକୁ ଏତେ ନିର୍ଯାତନା ଦେଉଥିଲି ।

ଯଦି ସେ ମୋ ସାଥିରେ ସୁଖରେ ନଥିଲା ତାହାଲେ କାହିଁକି ମୋ ସହ ମିଛରେ ନାଟକ କରୁଥିଲା । ତା ବାପାଙ୍କ ଘରକୁ ଯାଇଥିବା ବେଳେ ମାତ୍ର କିଛିଟା ଦିନ ରହି ନଥିବ କଲ କରି ମତେ ବାରମ୍ବାର କୁହେ ତାର କୁଆଡେ ମୋ କଥା ବହୁତ ମନେ ପଡୁଛି ସେ ମତେ ଛାଡି ରହି ପାରୁନି । ଆଉ କୁହେ କି ମୋ ବାପା ମାଙ୍କୁ କହି ତାକୁ ତୁରନ୍ତ ତା ବାପାଙ୍କ ଘରୁ ନେଇ ଆସିବାକୁ । ହେଲେ ସେହି ସ୍ତ୍ରୀ କିପରି ଏତେ ଜଲ୍ଦି ବଦଳି ଗଲା ।

ସବୁଠୁ ବଡ଼ ଚକିତ କଲା ଭଳି ଘଟଣା ହେଉଛି । ଯାହା ପାଇଁ ସେ ମୋ ସଂସାର ଉଜାଡ଼ି ଚାଲିଗଲା ସେ କହୁଛି ସେ କୁଆଡେ ତାକୁ ଦୁଇ ମାସ ରଖି ପୁଣି ମୋ ପାଖକୁ ଛାଡି ଦେବ । ମୁଁ ତାକୁ ଆଉ ଗ୍ରହଣ କରିବି ନାହିଁ । ପରିସ୍ଥିତି ଯାହା ହେଉ ପଛେ ମୁଁ ଆଉ ତା ମୁହଁ ମଧ୍ୟ ଚାହିଁବି ନାହିଁ । ଏମିତି ସ୍ତ୍ରୀକୁ ପୁଣି ଥରେ ବେକରେ ବାନ୍ଧିବାକୁ ସିଧାସଳଖ ମନା କରିଛନ୍ତି ସ୍ୱାମୀ ଜଣଙ୍କ । ବନ୍ଧୁଗଣ ସ୍ୱାମୀ ସହ ପାଂଚ ବର୍ଷ ସାଥିରେ ରହିବା ପରେ ।

ସ୍ତ୍ରୀକୁ ବାୟାଣୀ କଲା ପର ପୁରୁଷର ପ୍ରେମ । ଆଉ ତା ପରେ ସ୍ତ୍ରୀ ବାୟାଣୀ ହୋଇ ପର ପୁରୁଷ ସାଥୀରେ ଘରୁ ଗୋଡ଼ କାଢ଼ିବା ପରେ ସ୍ବାମୀ ନାମରେ ଆଣିଲା ମିଛ ଅଭିଯୋଗ ଆଉ ଏବେ ସ୍ୱାମୀ କହୁଛନ୍ତି ସେଭଳି ସ୍ତ୍ରୀର ମୁହଁ ମଧ୍ୟ ସେ ଦେଖିବେ ନାହିଁ । ତେବେ ଆଗକୁ ଏହି ଘଟଣାରେ କଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *