ଆମ ରକ୍ଷଣଶିଳ ସମାଜରେ ବୋହୂ ଓ ଝିଅ ମଧ୍ୟରେ ଅନେକ ପ୍ରଭେଦ କରିଥାନ୍ତି ପରିବାର ଲୋକ। ଝିଅକୁ ଯୋଉ ସ୍ଵାଧୀନତା ମିଳେ ବୋହୂକୁ ତାହା ମିଲେନି। ଅନ୍ୟ ପ-କ୍ଷରେ ଅନେକ ସମୟରେ ବୋହୂଟି ମଧ୍ୟ ଶାଶୁ ଶଶୁରଙ୍କୁ ଅତ୍ୟା-ଚାର କରୁଥିବାର ଦେଖିବାକୁ ମିଳେ। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ବୋହୂଙ୍କ ବିଷୟରେ କହିବୁ ଯିଏ କି ତାଙ୍କ ଶାଶୁ ଶଶୁରଙ୍କ ପାଇଁ IAS ହେବାକୁ ସ-କ୍ଷ-ମ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କିପରି ଜଣେ ଅଶିକ୍ଷିତ ଶାଶୁ ତାଙ୍କ ବୋହୂକୁ ଜଣେ ପ୍ରଶାସନିକ ଅଧିକାରୀ କରାଇବାରେ ସ-କ୍ଷ-ମ ହୋଇଛନ୍ତି।
ବାସ୍ତବରେ IAS ହୋଇଥିବା ଝିଅର ଶାଶୁ ଆଦୌ ପଢ଼ି ନଥିବା ବେଳେ ଶଶୁର ଦଶମ ପାସ୍ କରିଛନ୍ତି। କିନ୍ତୁ ସେମାନଙ୍କ ଚିନ୍ତାଧାରା କୌଣସି ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କ ଠାରୁ କମ୍ ନୁହେଁ। ଉଭୟ ଶାଶୁ ଶଶୁର ବୋହୂକୁ ବିଶ୍ୱାସ କରିବା ସହ ତାଙ୍କୁ ପଢିବାକୁ ସୁ-ଯୋ-ଗ ଦେଇଥିଲେ, ଆଉ ବୋହୂ ମଧ୍ୟ ସେମାନଙ୍କର ବିଶ୍ବାସ ଭରସାକୁ କାୟମ ରଖିଲେ। ଏହି ଘ-ଟ-ଣା-ଟି ଦର୍ଶାଇଛି କେବଳ ଯେ ଶିକ୍ଷିତଙ୍କ ପିଲା ଶି-କ୍ଷି-ତ ହୁଅନ୍ତି ଏହା ସମ୍ପୂର୍ଣ୍ଣ ଭୁଲ, ଛୋଟ ପରିବାରର ଲୋକମାନେ ମଧ୍ୟ ବଡ଼ ସ୍ୱପ୍ନ ଦେଖି ସେମାନଙ୍କର ସ୍ୱପ୍ନ ପୂରଣ କରିପାରିବେ। ଏହି ଘ-ଟ-ଣା-ଟି ହେଉଛି ଦିଲ୍ଲୀ କମଳା ନଗର ଅନ୍ତର୍ଗତ ଶାନ୍ତି ନାଗରରେ ରହୁଥିବା ମଞ୍ଜୁ ଅଗ୍ରୱାଲଙ୍କ ପରିବାରର। ଯେଉଁମାନେ କି ବୃଦ୍ଧ ବୟସରେ ନିଜେ ଘରର ସମସ୍ତ ଦାୟିତ୍ବ ନେଉଥିଲେ ଓ ସେମାନଙ୍କ ବୋହୂ ଅଦିତି ଅଗ୍ରୱାଲଙ୍କୁ ଝିଅ ପରି ପଢ଼ିବାକୁ ସୁଯୋଗ ଦେବା ସହ ତାଙ୍କୁ ଆଇଏଏସ୍ ଅଧିକାରୀ କରାଇବାରେ ସଫଳ ହୋଇଛନ୍ତି।
ତେବେ IAS ଅଦିତି ଅଗ୍ରୱାଲ ପ୍ରଥମ ପ୍ରୟାସରେ ଏହି ସଫଳତା ହାସଲ କରିଛନ୍ତି। ଏହି ସଫଳତା ପାଇଁ ସେ ଶାଶୁ ମଞ୍ଜୁ ଅଗ୍ରୱାଲ, ଶ୍ୱଶୁର ରାଜୀବ ଅଗ୍ରୱାଲ ଏବଂ ସ୍ୱାମୀ ନିଶାନ୍ତ ଅଗ୍ରୱାଲଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦିଅନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ସେହି ଲୋକମାନେ ମୋତେ ବହୁତ ସମର୍ଥନ କରିଛନ୍ତି, ସେମାନଙ୍କ ସହଯୋଗ ପାଇଁ ମୁଁ ସଫଳ ହୋଇ ପାରିଛି। ଅଦିତି ଅଗ୍ରୱାଲ ଗାଜିଆବାଦର ମୋଦୀ ନଗର ସ୍ଥିତ ଦୟାବତୀ ମୋଦୀ ପବ୍ଲିକ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ଶିକ୍ଷା କରିଥିବା ବେଳେ ନୋଏଡା ଏପିଜେ ସ୍କୁଲ ଅଫ୍ ଆର୍କିଟେକ୍ଟ ଆଣ୍ଡ ପ୍ଲାନିଂ ଗ୍ରେଟରରୁ BARC ଡିଗ୍ରୀ ହାସଲ କରିଥିଲେ। ସେ ୨୦୧୫ ମସିହାରେ ନିଶାନ୍ତ ଅଗ୍ରୱାଲଙ୍କୁ ବିବାହ କରିଥିଲେ ଏବଂ ପରେ IAS ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନି-ଷ୍ପ-ତ୍ତି ନେଇଥିଲେ ଏବଂ କ-ଠି-ନ ପରିଶ୍ରମ ସହିତ ତାଙ୍କର ପ୍ରଥମ ପ୍ରୟାସରେ ସେ ସଫଳତା ହା-ସ-ଲ କରିଛନ୍ତି ମଧ୍ୟ। ଅଦିତି ଏହି ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୨୮୨ ରିଆଙ୍କରେ ରହିଥିଲେ।
ତେବେ ସିଭିଲ ସର୍ଭିସ ପରୀକ୍ଷାରେ ଭଲ ଫଳାଫଳ ପାଇଁ ଆଶାଇ ମାନଙ୍କୁ ସେମାନଙ୍କ ବେଶିକ୍ ଦୃଢ଼ କରିବା ଉଚିତ୍ ବା ଭଲ ଭାବରେ ପଢ଼ିବା ଉଚିତ୍ ବୋଲି ସେ କହିଛନ୍ତି। ତେବେ ଅଦିତି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କ ସଫଳତାର କାହାଣୀ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ତାଙ୍କର ଏହି ସଫଳତା ପଛରେ ତାଙ୍କ ଶାଶୁ ଶଶୁରଙ୍କ ଯେଉଁ ଯୋଗଦାନ ରହିଛି ତାକୁ ଯେତେ ପ୍ରଶଂସା କାଳେ ମଧ୍ୟ କମ୍ ହେବ। ବୋହୂକୁ ଝିଅ ପରି ବିବେଚନା କରି ତାର ନିଷ୍ପତ୍ତିକୁ ସମ୍ମାନ ଦେଇ ସମାଜ ପାଇଁ ଏକ ଭଲ ଉଦାହରଣ ସୃଷ୍ଟି କରି ପାରିଛନ୍ତି ତାଙ୍କ ପରିବାର ଲୋକେ। ଏହା ମଧ୍ୟ ଏକ ପ୍ରଗତିଶୀଳ ଦେଶ ଗଠନର ମୂଳଦୁଆ ଯେଉଁଠାରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯିବା ଉଚିତ୍। ବହୁତ କମ୍ ପରିବାର ଅଛନ୍ତି ଯେଉଁମାନେ ବୋହୂର ନିଷ୍ପତ୍ତିକୁ ସମ୍ମାନ କରନ୍ତି।
ଏପରି ଶାଶୁ ଶଶୁର ଏବଂ ବୋହୂ ପାଇବା ପ୍ରକୃତରେ ସୁଖ ଏବଂ ଭାଗ୍ୟର କଥା ହୋଇଥାଏ ବୋଲି ଅଦିତି ଓ ମଞ୍ଜୁ ଦେବୀଙ୍କ କାହାଣୀ ଶୁଣିବା ପରେ ସଭିଏଁ କହୁଛନ୍ତି। ଅଦିତି ନିଜ ଦେଶର ସମ୍ପୂର୍ଣ୍ଣ ବିକାଶ ଚାହୁଁଛନ୍ତି ବୋଲି ନିଜର ସାକ୍ଷାତକାରରେ କୁହନ୍ତି। ଏହାସହ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତର୍ଣ୍ଣ ହେବା ପରେ କହିଛନ୍ତି ଯେ ବର୍ତ୍ତମାନ ସେ ନିଜ ସହର ଏବଂ ଦେଶ ପାଇଁ କିଛି ଭଲ କରିବାକୁ ଚାହୁଁଛନ୍ତି। ସତରେ ଏମିତି ଶାଶୁ ବୋହୂ ଯୋଡି ହେଲେ ଦେଶରେ କେବଳ ବିକାଶ ହିଁ ବିକାଶ ହେବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।