ଦେଖନ୍ତୁ ଷ୍ଟାଇଲିଶ ଜେଜେଙ୍କୁ
ଏ ହେଉଛନ୍ତି ଦୁନିଆର ସବୁଠାରୁ ବେଷ୍ଟ ଷ୍ଟାଇଲିଶ ଜେଜେ। ତାଙ୍କ ବୟସ ଅଟେ ୭୫ବର୍ଷ କିନ୍ତୁ ଯଦି ଆପଣ ତାଙ୍କ ଫଟୋ ଦେଖିବେ ତାହେଲେ କହିବେ କି ଗୁରୁ ସେ ତ ବଡ଼-ବଡ଼ ମଡେଲଙ୍କୁ ବି ଫେଲ କରି ଦିଅନ୍ତି। ପ୍ରଥମ ଫଟୋକୁ ଦେଖି ଆପଣ ବୁଝି ଯାଇଥିବେ କି ସେ ଷ୍ଟାଇଲରେ ବଞ୍ଚୁଥିବା ମଣିଷ ଅଟନ୍ତି।
ୟୁରୋପରେ ରହୁଛନ୍ତି ସେ
ସେ ୟୁରୋପର Sloveniaରେ ରହୁଛନ୍ତି। ତାଙ୍କୁ ଷ୍ଟ୍ରୀଟବୀୟର ପିନ୍ଧିବାକୁ ବହୁତ ଭଲ ଲାଗେ। ଏହା ପଛରେ ମଧ୍ୟ ଗୋଟିଏ କାରଣ ରହିଛି।
ତାରକାଙ୍କ ପରି ହିଁ ଉଠଉଛନ୍ତି ଫଟୋ
ଯଦି ଆପଣ ତାଙ୍କ ଇନଷ୍ଟାଗ୍ରାମ ଦେଖିବେ ତ ଜାଣି ପାରିବେ କି ସେ ତାରକାମାନଙ୍କ ପରି ହିଁ ପୋଷାକ ପିନ୍ଧନ୍ତି ଏବଂ ତାଙ୍କ ମାନଙ୍କ ପରି ହିଁ ଫଟୋ ଉଠାଇବାକୁ ପସନ୍ଦ କରନ୍ତି।
ନାତି ହିଁ ଅଟେ ତାଙ୍କ ଫଟୋଗ୍ରାଫର
ବେଷ୍ଟ ପାର୍ଟ ଅଟେ କି Gramps ବା ଜେଜେଙ୍କ ସବୁଫଟୋ ତାଙ୍କ ନାତି ହିଁ ଉଠାଇଥାନ୍ତି। Jannik Diefenbach ବୃତ୍ତିରେ ଫଟୋ ଗ୍ରାଫର ଅଟନ୍ତି ଏବଂ ସେ ନିଜ ଜେଜେଙ୍କ କମାଲ ଫଟୋ ଉଠାଇଛନ୍ତି।
୧୦ଲକ୍ଷରୁ ଅଧିକ ଅଟନ୍ତି ଫଲୋଅର୍ସ
ଇନଷ୍ଟାରେ ତାଙ୍କର ୧୦ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି Jannik କହିଛନ୍ତି କି ତାଙ୍କ ଜେଜେ ଫେଶନକୁ ବହୁତ ଭଲ ପାଆନ୍ତି।ବର୍ଷ୨୦୧୬-୧୭ରେ Jannik ନିଜ ଫଟୋ ଉଠାଇବା ଆରମ୍ଭ କରିଥିଲେ।ସେ ନିଜ ଜେଜେଙ୍କୁ ନିଜ ପୋଷାକ ପିନ୍ଧାଇ ଥିଲେ।ଜେଜେ ଏହି ପୋଷାକରେ ସୁପରକୁଲ ରହୁଥିଲେ। ଏହି ଫଟୋ ସେ ଇନଷ୍ଟାରେ ଅପଲୋଡ଼ କରିଛନ୍ତି। ଲୋକମାନେ ବହୁତ ଭଲ ପ୍ରତିକ୍ରିୟା ଦେଇଛନ୍ତି।
ପ୍ରତିଦିନ କରୁଛନ୍ତି ଜେଜେଙ୍କ ଫଟୋଶୁଟ
ପୁଣି କଣ ହୋଇଥିଲା Jannik ପ୍ରତିଦିନ ନିଜ ଜେଜେଙ୍କର ଫୋଟଶୁଟ କରୁଛନ୍ତି। ସେ ଜେଜେଙ୍କୁ ନୂଆ ନୂଆ ପୋଷାକ ପିନ୍ଧାଇ ଥାନ୍ତି ଏବଂ ତାଙ୍କ ଫଟୋ ଉଠାଇ ଥାନ୍ତି।
ଲୋକମାନେ ଚିହ୍ନିବା ପାଇଁ ହିଁ ଲାଗି ପଡିଛନ୍ତି
ଜେଜେଙ୍କୁ କିଛି ଜଣାନାହିଁ କି ସୋସିଆଲ ମିଡିଆରେ କଣ ହେଉଥିଲା।Jannik ତାଙ୍କ ଫଟୋ ଅପଲୋଡ଼ କରିବାରେ ଲାଗିଥିଲେ। କିନ୍ତୁ ଧିରେଧିରେ ସେ ପ୍ରସିଦ୍ଧ ହେବାକୁ ଲାଗିଥିଲେ। ଯେତେବେଳେ ସେ ବାହାରକୁ ଯାଉଥିଲେ ଲୋକମାନେ ତାଙ୍କୁ ଚିହ୍ନିବାକୁ ଲାଗିଥିଲେ। ଲୋକମାନେ ଇଣ୍ଟରନେଟରୁ ନେଇ ବାହାର ଆଖପାଖରେ ତାଙ୍କୁ ମୋଷ୍ଟ ଷ୍ଟାଇଲିଶ ଜେଜେ କହି ଡାକୁଛନ୍ତି।
‘ଜେଜେଙ୍କ ସହିତ ହିଁ ବିତାଉଛି ସମୟ’
Jannik କହିଛନ୍ତି କି ପିଲାଦିନେ ତାଙ୍କ ଜେଜେ ତାଙ୍କୁ ଟେବୁଲ ଟେନିସ ଏବଂ ଫୁଟବଲ ଖେଳିବା ପାଇଁ ନେଇ ଯାଉଥିଲେ। ବର୍ତମାନ ସେ ଲଗାତର ନିଜ ଜେଜେଙ୍କ ସହିତ ସମୟ ବିତାଉଛନ୍ତି ଯାହାକି ତାଙ୍କୁ ବହୁତ ଭଲ ଲାଗୁଛି।
ସ୍ବାଗ ଦେଖି ପାରୁଛନ୍ତି
View this post on Instagram
ମଡେଲ କେବେ ବୁଢ଼ା ହୁଅନ୍ତି ନାହିଁ
View this post on Instagram
ତାଙ୍କ ଫଟୋ ଦେଖିଲେ ଜଣା ପଡିଥାଏ କି ସେ ଜିବନ୍ତ ହୃଦୟର ମଣିଷ ଅଟନ୍ତି।ବୟସର ୭୫ତମ ବୟସରେ ମଧ୍ୟ ସେ କିଛି ନୂଆ କରୁଛନ୍ତି।