ସାହିଦ କପୂରଙ୍କ ସ୍ତ୍ରୀ ମୀରା ରାଜପୁତ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ପ୍ରତିଦିନ ନିଜର ଅନେକ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ବର୍ତମାନ ମୀରା ଗୋଟିଏ ନୂଆ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓକୁ ଦେଖି ସ୍ବାମୀ ସାହିଦ କପୂର ମଧ୍ୟ ନିଜକୁ କମେଣ୍ଟ କରିବାରୁ ରୋକିପାରି ନଥିଲେ। ମୀରାଙ୍କର ଏହି ଭିଡିଓ ବହୁତ ଭାଇରାଲ ହେଉଛି।
ବାସ୍ତବରେ, ମୀରା(Mira Rajput) ଯେଉଁ ଭିଡିଓ ସେୟାର କରିଛନ୍ତି ତାହା ବହୁତ ମଜାଦାର ଅଟେ। ଏହି ଭିଡିଓରେ ଗୋଟିଏ ପରେ ଗୋଟିଏ ମୀରାଙ୍କ କପଡ଼ା ବଦଳିବାରେ ଲାଗିଥାଏ। ଏତିକି ନୁହେଁ ସେହି ସମୟରେ ସେ ପ୍ରତ୍ୟେକ ଆଉଟଫିଟ ସହିତ ସମାନ ଅଳଙ୍କାର ମଧ୍ୟ ପରିବର୍ତ୍ତନ କରିଥିଲେ। ଏହି ଭିଡିଓରେ ମୀରାଙ୍କ ଷ୍ଟାଇଲକୁ ଦେଖି ଫ୍ୟାନ୍ସ ମଧ୍ୟ ଆକର୍ଷିତ ହୋଇ ଯାଇଛନ୍ତି। ସେଠାରେ ସାହିଦ ମଧ୍ୟ ନିଜକୁ କମେଣ୍ଟ କରିବାରୁ ରୋକି ପାରିନଥିଲେ।
ମୀରା ନିଜକୁ କରିଥିଲେ ଟ୍ରାନ୍ସଫର୍ମ
View this post on Instagram
ସାହିଦ(Shahid Kapoor) ମଧ୍ୟ ଗୋଟିଏ କୌତୁକ କମେଣ୍ଟ କରିଛନ୍ତି, ‘ମୀରା,ମୋଇରା ଅଟନ୍ତି।’ ମୀରାଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି। ଏହାଛଡା ଆଜିକାଲି ମୀରା (Mira Rajput) ନିଜକୁ ବହୁତ ଟ୍ରାନ୍ସଫର୍ମ କରିଛନ୍ତି। ସେ ବହୁତ ଅଲଗା ଅଲଗା ଆଉଟଫିଟରେ ନିଜ ଫଟୋ ସେୟାର କରିବାରେ ଲାଗିଛନ୍ତି। କିଛି ଦିନ ପୂର୍ବରୁ ମୀରା ସ୍ବିମସୁଟରେ ନିଜ ଫଟୋ ସେୟାର କରିଥିଲେ ଯାହା ସୋସିଆଲ ମିଡ଼ିଆ ବହୁତ ଭାଇରାଲ ହୋଇଥିଲା।
ସାହିଦଙ୍କ ମାଆ କରିଥିଲେ ପ୍ରଶଂସା
ଜଣା ଯାଉଛି, କିଛିଦିନ ପୂର୍ବରୁ ସାହିଦ(Shahid Kapoor) ଙ୍କ ମାଆ ନୀଳିମା ଅଜିମ ମୀରା(Mira Rajput)ଙ୍କର ପ୍ରଶଂସା କରିଥିଲେ। ସେ ଗୋଟିଏ ଇଣ୍ଟରବ୍ୟୁରେ କହିଥିଲେ, ‘ମୀରା ମୋ ପାଇଁ ବୋହୂଠାରୁ ଅଧିକ ଜଣେ ବନ୍ଧୁ ଅଟନ୍ତି। ସେ ବହୁତ ହିଁ ଜ୍ଞାନୀ ଅଟନ୍ତି।ଏହା ସହିତ କଥାକୁ ବହୁତ ଭଲ ଭାବରେ ବୁଝନ୍ତି। ସେ ସେହି ଲୋକଙ୍କ ପରି ନୁହନ୍ତି, ଯାହାଙ୍କର ଆଟେଂଶନ ଦରକାର। ସେ ମସ୍ତିଖୋର ଅଟନ୍ତି ଏବଂ ତାଙ୍କ ଭିତରେ ବହୁତ ଭଲ ସଂସ୍କାର ରହିଛି।’