ବଲିଉଡରେ କାହାଣୀ ଏବଂ କଥା କେବେବି ଶେଷ ହେଉନାହିଁ। କେବେ ଏହି କଥାସବୁ ସତ ହୋଇଥାଏ ତ କେବେ ଏହି କଥା ସବୁ ଗୁ-ଜବ ହୋଇଥାଏ। ଏମିତି ହିଁ ଆମେ ଗୋଟିଏ କଥା ଆପଣଙ୍କୁ ଜଣାଇବାକୁ ଯାଉଛୁ ଯାହା କାହାଣୀର ଅଂଶ ନୁହେଁ ବରଂ ସତ ଅଟେ। ଏହି ସତଟି ବଲିଉଡର ମୋଷ୍ଟ ହ୍ୟାଣ୍ଡସମ ହିରୋ ଶାହିଦ କପୂର ଏବଂ ତାଙ୍କ ସ୍ତ୍ରୀ ମୀରା ରାଜପୁତଙ୍କ ସହ ଯୋଡ଼ି ହୋଇ ରହିଛି। ମୀରା ଗୋଟିଏ ଏମିତି ଖୁଲାସା କରିଛନ୍ତି ଯାହା ବିଷୟରେ ମୁଁ କି ତୁମେ କଣ ନିଜେ ଶାହିଦ ମଧ୍ୟ ଚିନ୍ତା କରି ପାରିବେ ନାହିଁ।
ମୀରା ରାଜପୁତ ସିନେମା ଇଣ୍ଡଷ୍ଟ୍ରିର ନୁହନ୍ତି ଏହା ପରେ ମଧ୍ୟ ସେ ସବୁବେଳେ ମୁଖ୍ୟ ଖବର ହୋଇ ରହିଥାନ୍ତି। କେବେ ନିଜ ଫଟୋକୁ ନେଇ ତ କେବେ ନିଜ ଷ୍ଟାଇଲ ଷ୍ଟେଟମେଣ୍ଟକୁ ନେଇ। ଏହି କଥାକୁ ଏଡାଇ ଦିଆଯାଇ ପାରିବ ନାହିଁ କି ମୀରା ରାଜପୁତ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ଏହା ସବୁଠାରୁ ବଡ଼ କାରଣ ହେଉଛି କି ତାଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ କୈାଣସି ବଲିଉଡ କଳାକାରଙ୍କ ଠାରୁ କମ ନାହାନ୍ତି। ପ୍ରତ୍ୟେକ ଦିନ ମୀରା ରାଜପୁତ ନୂଆ ନୂଆ ଫଟୋ ଏବଂ ପୋଷ୍ଟ ଶେୟାର କରିଥାନ୍ତି।
ଆପଣଙ୍କୁ ଜଣାଇ ଦେଉଛୁ କି ବର୍ତ୍ତମାନ ସୋସିଆଲ ମିଡିଆରେ ମୀରାଙ୍କର ଏକ ଚାଟ ସେକ୍ସନ ଜୋରରେ ଭାଇ-ରାଲ ହେଉଛି ଯେଉଁଥିରେ ମୀରା ଅନେକ ଖୁଲାସା କରିଛନ୍ତି। ଶାହିଦଙ୍କ ସ୍ତ୍ରୀ ମୀରା ନିଜ ଇନଷ୍ଟାରେ ‘ଆକ୍ସ ମୀ ଏନୀଥିଙ୍ଗ’ ସେଶନ ଆରମ୍ଭ କରିଥିଲେ। ସେହି ସମୟରେ ମୀରା ଏବଂ ଶାହିଦଙ୍କ ଫ୍ୟାନ୍ସ ମୀରାଙ୍କୁ ବହୁ ମାତ୍ରାରେ ପ୍ରଶ୍ନ ପଚାରିଥିଲେ। ଏହାପରେ ମୀରା ନିଜ ଫ୍ୟାନ୍ସମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ବହୁତ ସ୍ପଷ୍ଟ ଭାବରେ ଦେଇଥିଲେ। ସେହି ସେଶନରେ ତାଙ୍କର ଜଣେ ଫ୍ୟାନ ତାଙ୍କୁ ଗୋଟିଏ ମଜାଦାର ପ୍ରଶ୍ନ ପଚାରିଥିଲେ। ମୀରା ସେହି ପ୍ରଶ୍ନର ଏକ କୌତୁହଳ ପୂର୍ଣ୍ଣ ଉତ୍ତର ଦେଇଥିଲେ। ଯାହାକୁ ଶୁଣି ତାଙ୍କ ଫ୍ୟାନ୍ସ ଏବଂ ଶାହିଦ ଦୁଇଜଣ ଯାକ ଚିନ୍ତାରେ ପଡ଼ି ଯାଇଥିଲେ।
ମୀରାଙ୍କୁ ୟୁଜର ପଚାରିଥିଲେ ଶାହିଦଙ୍କର ଗୋଟିଏ ଭଲ ଏବଂ ଗୋଟିଏ ଖରାପ ଅଭ୍ୟାସ ବିଷୟରେ କୁହନ୍ତୁ। ଏହା ଉପରେ ମୀରା କହିଥିଲେ କି ଯେତେବେଳେ ମୁଁ ଶାହିଦଙ୍କ ସହିତ କଥା ହୋଇଥାଏ ତ ବୁଝିପାରେ ନାହିଁ କି ସେ କ’ଣ କହିବାକୁ ଚାହୁଁଛନ୍ତି। ବୋଧହୁଏ ସେ ଅଲଗା ଏବଂ ନୂଆ ପ୍ରକାରରେ କଥା ହେଉଛନ୍ତି କିନ୍ତୁ ଏବେ ମୁଁ ଧିରେ-ଧିରେ ବୁଝି ପାରୁଛି। ଏହା ସହିତ ମୀରା କହିଥିଲେ କି ମୋତେ ଶାହିଦଙ୍କ ବିଷୟରେ ସବୁକିଛି ପସନ୍ଦ ଆସେ ଏବଂ ମୁଁ ତାଙ୍କୁ ବହୁତ ଭଲପାଏ।
ସେହି ସମୟରେ ତାଙ୍କର ଜଣେ ଫ୍ୟାନ ତାଙ୍କୁ ତାଙ୍କ କ୍ରଶ ବିଷୟରେ ପ୍ରଶ୍ନ ପଚାରିଥିଲେ। ମୀରା ଏହାର ବହୁତ ହିଁ ଅଲଗା ଜବାବ ଦେଇଥିଲେ, ଏମିତି ଉତ୍ତର ଯାହା ବିଷୟରେ କେହି ଚିନ୍ତା ମଧ୍ୟ କରି ପାରିବେ ନାହିଁ। ସମସ୍ତେ ଭାବିଥିଲେ ମୀରା ଶାହିଦଙ୍କ ନାମ ନେବେ। କିନ୍ତୁ ମୀରା କହିଥିଲେ କି ତାଙ୍କ କ୍ରଶ ତାଙ୍କ ସ୍ବାମୀ ଶାହିଦ ନୁହଁନ୍ତି ବରଂ ସାଉଥ ଆଫ୍ରିକାର କ୍ରିକେଟର ଏବୀ ଡୀବିଲୟର୍ସ ଅଟନ୍ତି। ମୀରା ଇନଷ୍ଟାଗ୍ରାମରେ ଏହି ମଜାଦାର ସେସନର ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଏହା ସହିତ ମୀରା ଆହୁରି ଅନେକ ମଜାଦାର ପ୍ରଶ୍ନର ମଧ୍ୟ କୌତୁହଳ ପୂର୍ଣ୍ଣ ଉତ୍ତର ଦେଇଥିଲେ। ମୀରା ରାଜପୁତ କହିଛନ୍ତି କି ନେଟଫ୍ଲିକ୍ସରେ ତାଙ୍କର ପ୍ରିୟର ଶୋ ଶିଟସ କ୍ରୀକ ଅଟେ।
ଏହି ଶୋରେ ଜଣେ ଅନ୍ୟ ୟୁଜର ପଚାରିଥିଲେ କି ଆପଣ ଏବଂ ଶାହିଦଙ୍କ ମଧ୍ୟରେ ଯଦି ଝଗଡ଼ା ହୁଏ ତାହେଲେ କିଏ ଜିତିଥାନ୍ତି। ଏହା ଉପରେ ମଧ୍ୟ ମୀରା ସ୍ପଷ୍ଟ ଭାବରେ କହିଥିଲେ କି ମୁଁ ହିଁ ଜିତିଥାଏ, ପଚାରିବାର କଥା ହିଁ ନାହିଁ। ମୀରା ସେହି ସମୟରେ ଏହା ମଧ୍ୟ କହିଥିଲେ କି ତାଙ୍କ ପ୍ରିୟର ଜଳଖିଆ ପୋହା ଅଟେ। ମୀରା କହିଛନ୍ତି କି ସେ ସ୍ପେନିଶ ଶିଖିବାକୁ ଚାହୁଁଛନ୍ତି।