ମିଥୁନଙ୍କର ଏହି ଅଭିନେତ୍ରୀ ପରିବାର ବିରୋଧରେ ଯାଇ ବିବାହ କରିଥିଲେ କିନ୍ତୁ ୭ ବର୍ଷ ପରେ ହୋଇଥିଲା ଛାଡପତ୍ର , ତା ପର ଠାରୁ ଝିଅକୁ ଏକୁଟିଆ ପାଳୁଛନ୍ତି ଏହି ଅଭିନେତ୍ରୀ।

ମୁମ୍ବାଇ/ଚେନ୍ନାଈ ; ସାଉଥ ସହିତ ବଲିଉଡରେ କାମ କରିଥିବା ଭାନୁପ୍ରିୟାଙ୍କୁ ଏବେ ୫୪ ବର୍ଷ ବୟସ ହୋଇଗଲାଣି। ଭାନୁପ୍ରିୟାଙ୍କ ଜନ୍ମ ୧୯୬୭ ଜାନୁଆରୀ ୧୫ ତାରିଖକୁ ଆନ୍ଧ୍ର ପ୍ରଦେଶର ରାଜମୁନ୍ଦରିରେ ହୋଇଥିଲା। ଭାନୁପ୍ରିୟା ଆକ୍ଟିଙ୍ଗ କାରିଅରର ଆରମ୍ଭ ୧୭ ବର୍ଷ ବୟସରୁ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ତାମିଲି ଫିଲ୍ମ ‘ ମେଲ୍ଲା ପେସୁନ୍ଗଲ ‘ ୧୯୮୩ ରେ ରିଲିଜ ହୋଇଥିଲା। ଭାନୁପ୍ରିୟା ସାଉଥ ଫିଲ୍ମ ସହିତ ବଲିଉଡରେ ମଧ୍ୟ କାମ କରିଛନ୍ତି। ସେ ବିନୋଦ ଖନ୍ନା , ଜିତେନ୍ଦ୍ର , ମିଥୁନ ଚକ୍ରବତୀ , ରଜନୀକାନ୍ତ ପରି ଅଭିନେତାଙ୍କ ସହିତ କାମ କରିଛନ୍ତି।

Google

ଏକ ଇଣ୍ଟରବ୍ୟୁରେ ଭାନୁପ୍ରିୟା କହିଥିଲେ କି, ସେ NRI ଆଦର୍ଶ କୌଶଲ୍ୟଙ୍କୁ ଛାହୁଁଥିଲେ। ଆଦର୍ଶ ଡିଜିଟାଲ ଗ୍ରାଫିକ୍ସ ଇଞ୍ଜିନିୟର ଥିଲେ ଏବଂ ସେ ଆମେରିକାରେ ରହୁଥିଲେ। ଦୁଇ ଜଣ ଫୋନରେ କଥା ହୁଅନ୍ତି। ଭାନୁପ୍ରିୟାଙ୍କ ପରିବାର ଏହି ସମ୍ପର୍କର ବିରୋଧରେ ଥିଲେ ସେଥିପାଇଁ ଭାନୁପ୍ରିୟା ପରିବାର ବିରୋଧରେ ଯାଇ ୧୯୯୮ ଜୁନ ୧୪ରେ ଘରୁ ପଳାଇ କର୍ଲିଫୋର୍ନିଆରେ ବିବାହ କରିଥିଲେ।

ବିବାହର ୫ ବର୍ଷ ପରେ ୨୦୦୩ରେ ଭାନୁପ୍ରିୟା ଝିଅ ଅଭିନୟାଙ୍କୁ ଜନ୍ମ ଦେଇଥିଲେ । ବିବାହ ୭ ବର୍ଷ ପରେ ଭାନୁପ୍ରିୟା ଏବଂ ଆଦର୍ଶଙ୍କର ତଲାଖ ହୋଇଥିଲା। ଏଥିରେ ଝିଅର କଷ୍ଟଡି ଭାନୁପ୍ରିୟାଙ୍କୁ ମିଳିଥିଲା ଏବଂ ସେ ଚେନ୍ନାଈ ଆସିଥିଲେ। ଏବେ ବର୍ତ୍ତମାନ ଭାନୁପ୍ରିୟା ଏକୁଟିଆ ଝିଅକୁ ପାଳୁଛନ୍ତି।

Google

କେତେକ ବଲିଉଡ ଫିଲ୍ମରେ କାମ କରିଥିବା ଭାନୁପ୍ରିୟାଙ୍କର ପ୍ରକୃତ ନାମ ମଙ୍ଗା ଥିଲା। ତାଙ୍କର ପ୍ରଥମରୁ କୌଣସି ଫିଲ୍ମ ବେକଗ୍ରାଉଣ୍ଡ ନ ଥିଲା। ଯେତେବେଳେ ସେ ସ୍କୁଲରେ ପଢୁଥିଲେ ସେତେବେଳେ ଭାଗ୍ୟରାଜା ଗୁରୁ ଗୋଟିଏ ଦିନ ତାଙ୍କ ପାଖକୁ ଆସିଥିଲେ। ବାସ୍ତବରେ ଭଗ୍ୟରାଜା ଗୁରୁଙ୍କୁ ତାଙ୍କ ଫିଲ୍ମ ପାଇଁ ଏପରି ଏକ ଟିନ ଏଜର ଝିଅ ଦରକାର ଥିଲା , ଯିଏ ଭଲ ଡ୍ୟାନ୍ସ କରି ପାରୁଥିବ।

ଭାଗ୍ୟରାଜା ଭାନୁପ୍ରିୟାଙ୍କ ଡାନ୍ସ ଦେଖି ତାଙ୍କୁ ସିଲେକ୍ଟ କରିଥିଲେ କିନ୍ତୁ ଦିନେ ଗୋଟେ ଫଟୋ ସୁଟ ସମୟରେ ଭାଗ୍ୟରାଜାଙ୍କୁ ଜଣା ପଡିଲାକି, ଭାନୁପ୍ରିୟା ବୟସରେ ଖୁବ ଛୋଟ ବୋଲି। ଏଥିପାଇଁ ତାଙ୍କୁ ଏହାପରେ ଏହି ଫିଲ୍ମରୁ ବାହାର କରି ଦିଆ ଯାଇଥିଲା। ଭାନୁପ୍ରିୟା ଏହି ଫିଲ୍ମ କରିବେ ବୋଲି ତାଙ୍କ ସ୍କୁଲର ସମସ୍ତଙ୍କୁ କହି ଦେଇଥିଲେ, କିନ୍ତୁ ଯେତେବେଳେ ତାଙ୍କୁ ଏହି ଫିଲ୍ମରୁ ବାହାର କରି ଦିଆ ଯାଇଥିଲା ସେତେବେଳେ ସେ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ କାରଣ ପିଲା ମାନେ ତାଙ୍କୁ ଚିଡାଇବେ ବୋଲି।

Google

ଗୋଟିଏ ଫିଲ୍ମରେ କାମ ନ ମିଳିବାରୁ ଭାନୁପ୍ରିୟା ହାର ମାନି ନଥିଲେ, ସେ ଚେଷ୍ଟା ଜାରି ରଖିଥିଲେ। ଏହାପରେ ୧୯୮୩ରେ ତାଙ୍କୁ ପ୍ରଥମେ ଫିଲ୍ମ ‘ ମେଲ୍ଲା ପେସୁଙ୍ଗଲ ‘ରେ କାମ କରିବାର ମୌକା ମିଳିଥିଲା। ତାଙ୍କର ପ୍ରଥମ ହିଟ ଫିଲ୍ମ ତେଲୁଗୁ ‘ ସିତାରା’ ଥିଲା।

ଏକ ଇଣ୍ଟରବ୍ୟୁରେ ଭାନୁପ୍ରିୟା କହିଥିଲେ କି ତାଙ୍କୁ ଫିଲ୍ମ ଜଗତରେ ନାଁ କମେଇବା ପାଇଁ ସେ ତାଙ୍କ ନାମ ଆଗରେ ପ୍ରିୟା ଲଗାଇଥିଲେ। ଏହାପରେ ତାଙ୍କୁ ଭାନୁପ୍ରିୟା ନାଁରେ ସମସ୍ତେ ଜାଣିବାକୁ ଲାଗିଲେ।

Google

ଭାନୁପ୍ରିୟା ୧୯୮୬ରେ ଦୋସ୍ତି ଦୁ୍ସ୍ମନି,ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ସହିତ ମିଥୁନ , ଜିତେନ୍ଦ୍ର ଏବଂ ରଜନୀକାନ୍ତ କାମ କରିଥିଲେ। ସେ ଏପର୍ଯ୍ୟନ୍ତ ପାଖାପାଖି ୧୫୫ଟି ଫିଲ୍ମ କରି ସାରିଛନ୍ତି। ଯେଉଁଥିରୁ ଇନସାଫ କି ପୁକାର , ଖୁଦଗର୍ଜ , ମର ମିଟେଙ୍ଗେ , ତମାଚା , ସୂର୍ଯ୍ୟା , ଦାଓ୍ବ ପେଞ୍ଚ , ଗରିବୋଂ କା ଦାତା , କସମ ବର୍ଦୀ କି , ଜହରିଲେ ମଧ୍ୟ ସାମିଲ ଅଛି।

ଭାନୁପ୍ରିୟାଙ୍କର ଗୋଟେ ଭଉଣି ମଧ୍ୟ ଅଛନ୍ତି ଯାହଙ୍କ ନାମ ଶାନ୍ତିପ୍ରିୟା ଅଟେ। ଶାନ୍ତିପ୍ରିୟା ମଧ୍ୟ ତାଙ୍କ ପରି ତେଲୁଗୁ ଫିଲ୍ମ ସହିତ ବଲିଉଡରେ ମଧ୍ୟ କାମ କରିଛନ୍ତି। କିନ୍ତୁ, ଶାନ୍ତିପ୍ରିୟା କେବେବି ଭାନୁପ୍ରିୟାଙ୍କ ପରି ଫେମସ ହୋଇ ନାହାଁନ୍ତି।

Leave a Reply

Your email address will not be published. Required fields are marked *