ୟୁରୋପୀୟ ଦେଶ ମୋନାକୋକୁ କୋଟିପତିମାନଙ୍କର ଦେଶ (country of millionaires) କୁହାଯାଇଥାଏ।ଏହାର କାରଣ ଅଟେ ଏଠାର ସାମ୍ପ୍ରଦାୟିକତା। ଏଠାରେ ପ୍ରତି ଚାରିଜଣଙ୍କରୁ ଜଣେ ବ୍ୟକ୍ତି କୋଟିପତି ଅଟନ୍ତି।ହେଲେ ଅସଂଖ୍ୟ ସମ୍ପତ୍ତି ପରେ ମଧ୍ୟ ଏଠାର କୋଟିପତି ମାନେ ଗୋଟିଏ ବଡ଼ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ପାଖରେ ରହିବା ପାଇଁ ସ୍ଥାନ ନାହିଁ। ଏମିତି କି ବହୁତ ସାରା ଧନୀ ଲୋକଙ୍କୁ ନିଜ କାର କିମ୍ବା ଛାତ୍ରାବାସରେ ରହିବାକୁ ପଡ଼ିଥାଏ।ବର୍ତମାନ ମୋନାକୋର ସରକାର ଲୋକମାନଙ୍କ ରହିବା ପାଇଁ ସମୁଦ୍ରରେ ପ୍ରାସାଦ କରିବାରେ ଲାଗିଛନ୍ତି
ମୋନାକୋ ଫ୍ରାନ୍ସର ଭୂମଧ୍ୟ ସାଗର କୂଳରେ ଅବସ୍ଥିତ ଦେଶ ଅଟେ,ଯାହା କେବଳ 2.02ସ୍କୋୟାର କିଲୋମିଟରରେ ବିସ୍ତୃତ ହୋଇ ରହିଛି। ଅର୍ଥାତ କ୍ଷେତ୍ରଫଳ ଅନୁସାରେ ଏହା ନ୍ୟୁୟର୍କ ସହରର ସେଣ୍ଟ୍ରାଲ ପାର୍କ ଠାରୁ ମଧ୍ୟ କମ ଅଟେ, ଯାହା 3.41 କିଲୋମିଟରରେ ବିସ୍ତୃତ ହୋଇ ରହିଛି।ସ୍ଥାନ ଅନୁସାରେ ଏହାକୁ ଦୁନିଆର ଦ୍ଵିତୀୟ ଛୋଟ ଦେଶ ବୋଲି ମଧ୍ୟ କୁହାଯାଇଥାଏ। ସବୁଠାରୁ ଛୋଟ ଦେଶ ବେଟିକନ ସହର ଅଟେ। ଏତେ କମ ଜାଗାରେ ମଧ୍ୟ ମୋନାକୋରେ 38000ରୁ ଅଧିକ ଲୋକ ବାସ କରୁଛନ୍ତି। ଏହି କାରଣରୁ ଏଠାର ରହିବା ପାଇଁ ଜାଗା କମିବାରେ ଲାଗିଛି।ବୀବୀସୀର ଗୋଟିଏ ରିପୋର୍ଟ ମୁତାବକ ଏଠାରେ ୩୮ହଜାର ଜନସଂଖ୍ୟାରୁ ୩ହଜାର ପାଖାପାଖି ଲୋକ ବିନା ଘରେ ରହୁଛନ୍ତି। ଏଥିପାଇଁ ସେମାନେ ବଡ଼-ବଡ଼ କାର କିମ୍ବା ସାର୍ବଜନୀନ ସ୍ଥାନରେ ରହୁଛନ୍ତି।
ଜମିର ଏହି କମିକୁ ଦେଖି ମୋନାକୋର ସରକାର ସମାଧାନର ପନ୍ଥା ଖୋଜୁଛନ୍ତି। ଏଥିପାଇଁ ଗୋଟିଏ ପାଦରେ ସମୁଦ୍ରରେ ଉଞ୍ଚା ପ୍ରାସାଦ ପ୍ରସ୍ତୁତ କରିବାର ଅଛି। ଜଣା ଯାଉଛି କି ପାହାଡ଼ରେ ଘର କରିବା,ସ୍କାଇସ୍କ୍ରେପର ପ୍ରସ୍ତୁତ କରିବା ଏବଂ ମାଟି ଭିତରେ ନିର୍ମାଣ ଭଳି ସମସ୍ତ ଉପାୟ ସରକାର ପୂର୍ବରୁ ହିଁ କରି ସାରିଛନ୍ତି। ବର୍ତମାନ ସେଠାରେ ମଧ୍ୟ ସ୍ଥାନ କମ କାରଣରୁ ପାଣିରେ ଘର ପ୍ରସ୍ତୁତି କରାଯିବ। ପାଖାପାଖି ଦୁଇବର୍ଷ ପୂର୍ବରୁ ହିଁ ଏଥିପାଇଁ ହଁ କରାଯାଇ କାମ ଆରମ୍ଭ ହୋଇ ସାରିଛି।
ସରକାର ପାଣି ଏବଂ ଏହାର ଆଖପାଖରେ ଘର ନିର୍ମାଣର ଏହି ପ୍ରୋଜେକ୍ଟକୁ ଅଫଶୋର ଅର୍ବନ ଏକ୍ଶଣ୍ଟେଶନ ପ୍ରୋଜେକ୍ଟ (Offshore Urban Extension Project) ନାମ ଦେଇଛନ୍ତି। କୁହାଯାଉଛି କି ବର୍ଷ ୨୦୨୬ ସୁଧା ଏହି ପ୍ରୋଜେକ୍ଟ ଶେଷ ହୋଇଯିବ। ଏହାଛଡା ଏହା ଜାଣିବା ପାଇଁ ମଧ୍ୟ ମଜାଦାର ଲାଗିବ କି ଏହାଦ୍ଵାରା ମୋନାକୋରେ କେତେ ଦୂରତା ପର୍ଯ୍ୟନ୍ତ ନିର୍ମାଣ ହୋଇପାରିବ। ଏହାଦ୍ଵାରା ସେହି ଦେଶ ପାଖରେ ଘର କିମ୍ବା ଅନ୍ୟ କମର୍ସିଆଲ ଆବଶ୍ୟକତା ପାଇଁ ୧୫ଏକରର ଅଭିବୃଦ୍ଧି ହେବ। ଏଥିରେ ୧୨୦ରୁ ଅଧିକ ନୂଆ ଘର, ପାର୍କ ଏବଂ ଦୋକାନ ପ୍ରସ୍ତୁତ କରାଯିବ। ଏହାଛଡା ସମୁଦ୍ରରେ ନିଜକୁ ବଢେଇବା ମୋନାକୋର ଏହା ପ୍ରଥମ ଚେଷ୍ଟା ନୁହେଁ।ଏହା ପୂର୍ବରୁ ମଧ୍ୟ ୧୮୬୧ରୁ ନେଇ ଏପର୍ଯ୍ୟନ୍ତ ମୋନାକୋ ସମୁଦ୍ରରେ ନିଜ ଅଞ୍ଚଳ ୨୦ ଶତକଡା ପର୍ଯ୍ୟନ୍ତ ବଢ଼ି ସାରିଛି।
ଘର ପାଇଁ ଅପେକ୍ଷା କରୁଥିବା ଏହି ଦେଶ ଏତେ ଧନୀ ଅଟେ କି ଏଠାରେ ଗରିବ ହିଁ ନାହାନ୍ତି। ଏମିତି କି ସୀଆଇଏ ବର୍ଲ୍ଡ ଫ୍ୟାକ୍ଟବୁକରେ ମଧ୍ୟ ଏହି ଦେଶରେ ଗରିବଙ୍କ ଆଗରେ ଲେଖା ହୋଇଛି- ନଟ ଆପ୍ଲିକେବଲ ଅର୍ଥାତ ଲାଗୁ ହୋଇନାହିଁ।ଏହାର ଗୋଟିଏ କାରଣ ଏହା ମଧ୍ୟ ଅଟେ କି ଏଠାରେ କୈାଣସି ଇନକମ ଟ୍ୟାକ୍ସ ନାହିଁ। ଅର୍ଥାତ ନିଜେ ସରକାରଙ୍କର ମଧ୍ୟ ଅନୁମାନ ନାହିଁ କି ଏଠାର ଲୋକଙ୍କ ପାଖରେ କେତେ ଟଙ୍କା ରହିଛି। ହେଲେ ଏହା ନିଶ୍ଚିତ ଅଟେ କି ଏଠାର ଲୋକ ବହୁତ ଧନୀ ଅଟନ୍ତି। ଏହି କାରଣରୁ ଏଠାର ପ୍ରତ୍ୟେକ ବ୍ୟକ୍ତି GDP, ଯାହା 165420 ଅଟେ। କୋଟିପତି ମାନଙ୍କ ଦେଶ ବିଷୟରେ ବିଜିନେସ ଇନସାଇଜରଙ୍କୁ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟୀ ଅଫ ମୋନାକୋର ଅର୍ଥଶାସ୍ତ୍ରୀ ଡକ୍ଟର ଦେମ୍ୟାନା ବକେର୍ଡଜିବା ଜଣାଇଛନ୍ତି କି ତାଙ୍କ ଦେଶରେ ଗରିବ ମାନଙ୍କ ପାଇଁ କୈାଣସି ବେଞ୍ଚମାର୍କ କୁହାଯାଇ ନାହିଁ। ଅର୍ଥାତ ସବୁକିଛି ମିଶି ଏଠାରେ କେହିବି ଗରିବ ରେଖାର ତଳେ ବଞ୍ଚୁ ନାହାନ୍ତି।
ଏତେ ଧନିଶୀଳ ଦେଶରେ ରହିବା ପାଇଁ ସମସ୍ତଙ୍କୁ ଧନୀ ହିଁ ହେବାକୁ ପଡ଼ିବ।ମୋନାକୋର ଜନସଂଖ୍ୟାକୁ ଦେଖିବା ପରେ ହିଁ ଏହାର ଅନୁମାନ ହୋଇ ଯାଇଥାଏ। ଏଠାରେ ପାଖାପାଖି 38000 ଜନସଂଖ୍ୟା ମଧ୍ୟରୁ କେବଳ 9326 ଲୋକ ହିଁ ମୋନାକୋର ମୂଳ ନିବାସୀ ଅଟନ୍ତି, ବାକି ଜନସଂଖ୍ୟା ଅନ୍ୟ ଦେଶରୁ ଆସି ବାସକରି ଧନୀ ହୋଇଛନ୍ତି। ଏଠାରେ ଫ୍ରାନ୍ସ, ଇଟାଲୀ, ୟୁକେ, ସୁଇଜରଲ୍ୟାଣ୍ଡ, ଜର୍ମାନୀ ଏବଂ ଆମେରିକାରୁ ଆସି ଲୋକମାନେ ବସତି ସ୍ଥାପନ କରିଛନ୍ତି, ଯେଉଁମାନେ ଏଠାର ଜୀବନ ଶୈଳୀରେ ଫିଟ ହୋଇ ଗଲେଣି। ଏହା ସହିତ ଏଠାକୁ ସେହି ଧନୀମାନେ ଆସିଥାନ୍ତି ଯେଉଁମାନେ ଟ୍ୟାକ୍ସ ବଞ୍ଚାଇବା ପାଇଁ ଚାହିଁଥାନ୍ତି। ସେମାନେ ମୋନାକୋରେ ହିଁ ରହି ସାରା ଦୁନିଆରେ ବ୍ୟବସାୟ କରୁଛନ୍ତି,ଯାହାର ସେମାନଙ୍କୁ ଟ୍ୟାକ୍ସ ଦେବାପାଇଁ ପଡୁନାହିଁ।
ମୋନାକୋ ନିଜ ଅର୍ଥ ବ୍ୟବସ୍ଥା ପାଇଁ ପର୍ଯ୍ୟଟନ ଏବଂ ବ୍ୟାଙ୍କିଙ୍ଗ ଉପରେ ନିର୍ଭରଶୀଳ ଅଟନ୍ତି। ଏଠାରେ ଗୋଟିଏରୁ ବଢି ଆଉ ଗୋଟିଏ ରିସୋର୍ଟ ଏବଂ କ୍ୟାସିନୋ ରହିଛି, ଯେଉଁଠାକୁ ୟୁରୋପୀୟ ଦେଶରେ ପର୍ଯ୍ୟଟକମାନେ ବର୍ଷସାରା ଆସିବାକୁ ଲାଗିଥାନ୍ତି। ଏହାଛଡା ଏହି ଦେଶର ଜଳବାୟୁ ମଧ୍ୟ ଏହାର ଅନୁକୂଳ ଅଟେ। ଅନ୍ୟ ପକ୍ଷରେ ଥଣ୍ଡା ୟୁରୋପୀୟ ଦେଶ ତୁଳନାରେ ଏଠାରେ ସାରା ବର୍ଷ ଭଲ ଖରା ରହିଥାଏ। ଏହି କାରଣରୁ ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ଚିକିତ୍ସା ପରି ମଧ୍ୟ ଅନ୍ୟ ଦେଶର ଧନିମାନେ ମଧ୍ୟ ମୋନାକୋକୁ ଆସିଥାନ୍ତି। ସେମାନଙ୍କ ସଉକ ପାଇଁ ଏଠାରେ ଗୋଟିଏରୁ ବଢି ଆଉ ଗୋଟିଏ ହୋଟେଲ ଏବଂ ଜାହାଜ ରହିଛି। ଏମିତି ହିଁ ଗୋଟିଏ ହୋଟେଲ- ହୋଟେଲ ଦ ପ୍ୟାରିସରେ ଗୋଟିଏ ଡିଲକ୍ସ ରୁମରେ ଗୋଟିଏ ରାତିର ଭଡା ୨୨ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ଅଟେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।