ଆଜିକାଲି ମହିଳା କିମ୍ବା ପୁରୁଷ ଲୋକମାନେ ସ୍ପା ଏବଂ ସାୱାର ନେବା ପସନ୍ଦ କରନ୍ତି । ସ୍ପା ନେଲେ ଆମେ ସତେଜ ଏବଂ ଆରାମ ଅନୁଭବ କରିଥାଉ ଏବଂ ଏହାଦ୍ୱାରା ଆମ ଥକ୍କା ବି ଦୂର ହୋଇଯାଏ । କିନ୍ତୁ ଆପଣ କେବେ ପଶୁମାନଙ୍କୁ ସ୍ପା ନେବାର ଦେଖିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ମାଙ୍କଡ ମଜାର ସହ ସ୍ପା ନେଉଥିବାର ଦେଖାଯାଇଛି ।
View this post on Instagram
ଭିଡିଓଟି ବହୁତ ମଜାଳିଆ ଅଟେ । ଏହି ଭିଡିଓଟିକୁ ଯିଏ ଦେଖୁଛି ସିଏ ଭାବୁଛନ୍ତି କି ଗୋଟେ ମାଙ୍କଡକୁ ଏଭଳି ବିଶେଷ ଚିକିତ୍ସା କାହିଁକି ଦିଆଯାଉଛି ? ଆପଣଙ୍କୁ ଜଣାଇ ଦିଆଯାଉଛି କି ଇନଷ୍ଟାଗ୍ରାମରେ ମଙ୍କିସ.ମା ନାମରେ ଏକ ପୃଷ୍ଠା ଅଛି । ଯେଉଁଥିରେ ମାଙ୍କଡମାନଙ୍କର ଭଲଭାବରେ ଯତ୍ନ ନେବା ଏବଂ ସେମାନଙ୍କୁ ମଣିଷ ଭଳି ଚିକିତ୍ସା ଦେବାର ଅନେକ ଭିଡ଼ିଓ ଏଥିରେ ଅଛି ।
View this post on Instagram
ଲୋକମାନେ ଏହି ଭିଡ଼ିଓକୁ ବହୁତ ପସନ୍ଦ କରୁଛନ୍ତି । ଏହି ଭିଡ଼ିଓରେ ଏକ ମାଙ୍କଡକୁ ମଜାରେ ସ୍ନାନ କରୁଥିବାର ଦେଖିବାକୁ ମିଳିବ । ତାକୁ ଭଲଭାବରେ ଗାଧୋଇ ଏବଂ ତଉଲିଆରେ ପୋଛି ଖଟ ଉପରେ ଶୁଆଯାଇଛି । ଏହି ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରତିଦିନ ମାଙ୍କଡଙ୍କର ମଜାଳିଆ ଏବଂ ସୁନ୍ଦର ଭିଡିଓ ସେୟାର କରାଯାଇଥାଏ ।