ଇତିହାସର ପୃଷ୍ଠାରୁ ଏମିତି ଅନେକ ରାଜାଙ୍କର ଉଲ୍ଲେଖ ମିଳିଥାଏ, ଯେଉଁମାନଙ୍କ ପାଖରେ ସମ୍ପତ୍ତିର ଭଣ୍ଡାର ଥିଲା। ଅନେକ ରାଜା ତ ଏମିତି ଥିଲେ, ଯାହାଙ୍କ ସମ୍ପତ୍ତିର ଅନୁମାନ କରିବା ବହୁତ କ-ଷ୍ଟସାଧ୍ୟ ଥିଲା। କିଛି ଏହି ଭଳି ଭାବରେ ଟିମ୍ବକଟୁର ରାଜା ମନସା ମୁସା ପ୍ରଥମରେ ଥିଲେ। ବର୍ତମାନ ଟିମ୍ବକଟୁ ଆଫ୍ରିକା ଦେଶ ମାଲୀର ଗୋଟିଏ ସହର ଅଟେ। ମୁସା ମାଲିର ସୁଲତାନଙ୍କ ଉପରେ ସେହି ସମୟରେ ହୁକୁମ କରିଥିଲେ, ଯେତେବେଳେ ସେଠାରେ ସୁନାର ଭଣ୍ଡାର ଥିଲା। ଏମିତି କୁହାଯାଇଥାଏ କି ଏହି ରାଜାଙ୍କ ଶାସନ କାଳରେ ପାଖାପାଖି ୧,୦୦୦କିଲୋ ସୁନାର ଉତ୍ପାଦନ ହେଉଥିଲା।
ବାସ୍ତବରେ, ମନସା ମୁସାଙ୍କ ଅସଲି ନାମ ମୁସା କୀଟା ପ୍ରଥମ ଥିଲା। କିନ୍ତୁ ରାଜା ହେବା ପରେ ସେ ମନସା ନାମରେ ପରିଚିତ ହୋଇଥିଲେ।ମନସାର ମାନେ ବାଦଶାହ ଅଟେ। ବୀବୀସୀ ମୁତାବକ, ମୁସାଙ୍କ ସାମ୍ରାଜ୍ୟ ଏତେ ବଡ ଥିଲା କି ଏହାର ଶେ-ଷ ବିଷୟରେ ଅନୁମାନ ଲଗାଯାଇ ପାରୁ ନଥିଲା। ବର୍ତ୍ତମାନର ମାରୀଟାନିୟା, ସେନେଗଲ, ଗାମ୍ବିଆ, ଗିନିୟା, ବୁର୍କିନା ଫାସୋ, ମାଲି, ନାଇଜର, ଚାଡ ଏବଂ ନାଇଜେରିଆ ସେତେବେଳେ ମୁସାଙ୍କ ସାମ୍ରାଜ୍ୟର ଅଂଶ ହୋଇ ରହିଥିଲା।
୧୩୧୨ଖ୍ରୀଷ୍ଟରେ ମନସା ମୁସା ମାଲୀ ସାମ୍ରାଜ୍ୟର ଶାସକ ଥିଲେ। ପାଖାପାଖି ୨୫ବର୍ଷର ନିଜ ଶାସନକାଳ ଭିତରେ ସେ ଅନେକ ମସଜିଦ ନିର୍ମାଣ କରିଥିଲେ, ଯେଉଁଥିରୁ ଅନେକ ବର୍ତ୍ତମାନ ମଧ୍ୟ ମହଜୁଦ ଅଛି। ଟିମ୍ବକଟୁଙ୍କ ଜିଙ୍ଗାରେବେର ମସଜିଦ ମନସା ମୁସାଙ୍କ ସମୟରେ ନିର୍ମାଣ ହୋଇଥିବା ସେହି ମସଜିଦ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ।
ମନସା ମୁସାଙ୍କ ସହିତ ଯୋଡା ଗୋଟିଏ କାହାଣୀ ସାରା ଦୁନିଆରେ ବହୁତ ପ୍ର-ସି-ଦ୍ଧ ଅଟେ। ୧୩୨୪ଖ୍ରୀଷ୍ଟରେ ମନସା ମୁସା ମକ୍କା ଆଡ଼କୁ ଯାତ୍ରାରେ ବାହାରିଥିଲେ। ସେହି ସମୟରେ ତାଙ୍କ ଯାତ୍ରାରେ ପାଖାପାଖି ୬୦ହଜାର ଲୋକ ସାମିଲ ଥିଲେ, ଯେଉଁଥିରୁ ୧୨ହଜାର ତ କେବଳ ତାଙ୍କ ଅନୁସରଣକାରୀ ଥିଲେ। ଏହା ବ୍ୟତୀତ ମନସା ମୁସା, ଯେଉଁ ଘୋଡା ଉପରେ ସବାର କରୁଥିଲେ, ତା ଆଗରେ ୫୦୦ ଲୋକଙ୍କର ଗୋଟିଏ ଦଳ ଥିଲା ଏବଂ ସମସ୍ତଙ୍କ ହାତରେ ସୁନାର ଗୋଟିଏ-ଗୋଟିଏ ବାଡି ଥିଲା।
ମନସା ମୁସାଙ୍କ ଏହି ଯାତ୍ରାରେ ୮୦ଓଟଙ୍କର ଗୋଟିଏ ବ୍ୟାଚ ଥିଲା ଏବଂ ପ୍ରତ୍ୟେକ ଓଟ ଉପରେ ୧୩୬ କିଲୋ ସୁନା ଲଦା ହୋଇଥିଲା। କୁହାଯାଇଥାଏ କି ମନସା ମୁସା ଏତେ ଉଦାର ଥିଲେ କି ଯେତେବେଳେ ସେ ମିଶରର ରାଜଧାନୀ କାହିରା ଦେଇ ଯାତ୍ରା କରିଥିଲେ, ତ ସେଠାରେ ସେ ଗରିବଙ୍କୁ ଏତେ ଦାନ କରିଥିଲେ କି ସେହି ଅଞ୍ଚଳରେ ବହୁତ ଜୋରରେ ମହଙ୍ଗା ବଢି ଯାଇଥିଲା।
ମନସା ମୁସାଙ୍କ ଦ୍ଵାରା ଯେତେବେଳେ ଗରିବମାନଙ୍କ ମଧ୍ୟରେ ସୁନା ବଣ୍ଟାଯିବାର କଥା ୟୁରୋପ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା, ତ ସେ କେବଳ ଏହା ଦେଖିବା ପାଇଁ ମାଲୀ ସାମ୍ରାଜ୍ୟକୁ ଆସିଥିଲେ କି ଏହି ରାଜାଙ୍କ ସମ୍ପତ୍ତି ବିଷୟରେ ଯେଉଁ କଥା ଖେଳି ଯାଇଛି, ତାହା କେତେ ସତ ଅଟେ। ପରିଶେଷରେ ସେମାନେ ନିଜ ଆଖିରେ ଏହା ଦେଖିବା ପରେ ବିଶ୍ଵାସ କରିଥିଲେ କି ମନସା ମୁସାଙ୍କ ପାଖରେ ଅଗଣିତ ସମ୍ପତ୍ତି ଅଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।