ମୃତ ମହିଳାଙ୍କୁ ମିଳିଲା ନାହିଁ ଚାରି କାନ୍ଧ , ହେଲେ ଛାଡିକି ଗଲେ ନାହିଁ ସ୍ୱାମୀ…

ଏଇ ସ୍ୱାର୍ଥପର ଦୁନିଆଁରେ ନିଃସ୍ୱାର୍ଥପର ଅନେକ ମଣିଷ ଅଛନ୍ତି , ଯେଉଁ ମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । କେହି ବି ସାଥ ଦିଅନ୍ତୁ କି ନ ଦିଅନ୍ତୁ , ଏ ସମାଜରେ ଆଜି ବି ଏପରି କିଛି ଲୋକ ଅଛନ୍ତି , ଯେଉଁ ମାନେ ସବୁବେଳେ ଅନ୍ୟର ସାଥ ଦେଇଥାନ୍ତି ଆଉ ତାଙ୍କ ସହିତ ସବୁ ଦୁଃଖ ସୁଖରେ ରହିଥାନ୍ତି । ଆଜିର ଦୁନିଆଁ ବିଷୟରେ କହିବା

ଆବଶ୍ୟକତା ନାହିଁ କି ଲୋକ ମାନଙ୍କର ମାନସିକତା ବିଷୟରେ ଆଲୋକପାତ କରିବାର କିଛି ବି ଦରକାର୍ ନାହିଁ । କାହିଁକି ନା ଆପଣ ଜାଣିଥିବେ , ଲୋକେ କିପରି ରାସ୍ତାରେ ମରି ପଡ଼ିଥିବା ଲୋକଙ୍କୁ ବି ଉଠାଇବାକୁ ଯାଆନ୍ତି ନାହିଁ । ଲୋକେ ନିଜ କାମରେ ହିଁ ମତଲବ୍ ରଖିଥାନ୍ତି ଆଉ ନିଜ କାମ ସରିଯିବା ପରେ ନିଜ ବାଟ ଦେଖି ଚାଲି ଯାଇଥାନ୍ତି ।

ଲୋକେ ବାସ୍ ମୁଁ ଆଉ ମୋର ମଧ୍ୟରେ ସୀମିତ ରହି ଯାଇଥାନ୍ତି । ଆଉ କାହା ସହିତ କିଛି ବି ସମ୍ପର୍କ ରଖନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ବି କହିବେ ବର୍ତ୍ତମାନ ସମୟରେ ମଣିଷପଣିଆ ଜୀବିତ ଅଛି ।

ଆଉ ସେହି ମଣିଷ ମାନଙ୍କୁ ଆପଣ ବି କରିବେ ସଲାମ । ସେମାନଙ୍କ କାର୍ଯ୍ୟକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ । ଆଉ ଆପଣ କହିବେ ବାଃ ବାଃ ରେ ମଣିଷ । ସେଭଳି ଲୋକ ମାନଙ୍କୁ ଆପଣ ପ୍ରଶଂସାରେ ପୋତି ପକାଇବେ । ତେବେ ଏପରି କିଛି ଘଟଣା ଦେଖିବାକୁ ମିଳିଛି ରାଜଧାନି ଭୁବନେଶ୍ୱରରେ।

ଯାହା ଆପଣଙ୍କ ଆଖିରୁ ଲୁହ ଝରାଇ ଦେବ । ଭୁବନେଶ୍ୱର , ଏପରି ଏକ ସହର , ଯେଉଁଠି କିଏ ବି କାହାର ନୁହେଁ । କିନ୍ତୁ ସେଠାରେ ଦେଖିବାକୁ ମିଳିଛି ଏପରି ଏକ ବିରଳ ଦୃଶ୍ୟ । ଯେଉଁଠାରେ ନିଜ ପୁଅ ନ ହୋଇ ମଧ୍ୟ ମୃତ ମହିଳାଙ୍କୁ କାନ୍ଧ ଦେବା ପାଇଁ ଆଗେଇ ଆସିଥିଲେ ହେଲ୍ପ ଇଣ୍ଡିଆ ସହାୟତା ଗୋଷ୍ଠୀର କର୍ମଚାରୀ ମାନେ ।

ସୂଚନା ଅନୁଯାୟୀ , କନକ ନାୟକ ଏବଂ ତାଙ୍କର ସ୍ଵାମୀ ଗଞ୍ଜାମରୁ ଆସି ଦୀର୍ଘ ୨୦ ବର୍ଷ ହେବ କଳିଙ୍ଗ ନଗର ଅଞ୍ଚଳରେ ରହୁଥିଲେ । ତେବେ ପରିବାର କହିଲେ ସ୍ଵାମୀ ଏବଂ ସ୍ତ୍ରୀ। ତାଙ୍କର ଆଉ କେହି ବି ନଥିଲେ । ତେବେ କନକ ଅନେକ ବର୍ଷ ହେବ କର୍କଟ ରୋଗରେ ପୀଡିତ ଥିଲେ । ଆଉ ତାଙ୍କର ଚିକିତ୍ସା କଷ୍ଟେ ମଷ୍ଟେ ଚାଲିଥିଲା । କିନ୍ତୁ ଦୁଃଖର କଥା ଏହା ଯେ ଗତକାଲି ତାଙ୍କର ଘରେ ମୃତ୍ୟୁ ହୋଇ ଯାଇଥିଲା ।

ଆଉ ପାଖରେ ତାଙ୍କର ଥିଲେ ତାଙ୍କ ସ୍ଵାମୀ ଆଉ କେହି ବି ନଥିଲେ । ତେବେ ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ଵାମୀ ଶବ ସତ୍କାର ପାଇଁ ପାଖ ପଡିଶା ଲୋକଙ୍କୁ ଡାକିଥିଲେ କିନ୍ତୁ କେହି ବି ଶୁଣି ନଥିଲେ । ଆଉ ଏହାପରେ ବୃଦ୍ଧ ଜଣକ ସକାଳ ୧୦ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀଙ୍କ ଶବ ପାଖରେ ବସି ରହିଥିଲେ । ତେବେ ରାତି ୧୦ ଟା ରେ ହେଲ୍ପ ଇଣ୍ଡିଆ ସହାୟତା ଗୋଷ୍ଠୀର କର୍ମଚାରୀ ମାନେ ଆସି ପହଞ୍ଚି ଯାଇଥିଲେ । ଆଉ ମୃତ ମହିଳାଙ୍କୁ ଚାରି କାନ୍ଧ ଦେଇ ଥିଲେ ।

କନକଙ୍କର ପୁଅ ନଥିବା ହେତୁ ସେମାନେ ସାଜି ଥିଲେ ତାଙ୍କ ପୁଅ । ଆଉ ତାପରେ ବିଳମ୍ୱିତ ରାତିରେ ତାଙ୍କ ଶବ ସତ୍କାର କରି ଫେରି ଯାଇଥିଲେ । ତେବେ ବର୍ତ୍ତମାନ ସମୟରେ ଏହି କଥାକୁ ନେଇ ଅନେକ ଆଲୋଚନା ହେବାରେ ଲାଗିଛି । ବର୍ତ୍ତମାନ ସମସ୍ତେ ହେଲ୍ପ ଇଣ୍ଡିଆର ଅନେକ ପ୍ରଶଂସା କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *