ମୃତୁର ୪୦ ସେକେଣ୍ଡ ପୂର୍ବରୁ କଣ ହୋଇଥାଏ ? ମୃତୁ ପୂର୍ବ ର ଲକ୍ଷଣ ଗରୁଡ ପୁରାଣରେ ଏହା ବର୍ଣନା ଅଛି

ମଣିଷର ସବୁଠାରୁ ସତ୍ୟକଥା ହେଉଛି ମୃତ୍ୟୁ। ଯିଏ ମଧ୍ୟ ଏହି ପୃଥିବୀ ପୃଷ୍ଠରେ ଜନ୍ମ ନେଇଥାଏ ସେ ଦିନେ ନା ଦିନେ ମୃତ୍ୟୁ ବରଣ କରିଥାଏ। କିନ୍ତୁ ମୃତ୍ୟୁର ୪୦ ସେକେଣ୍ଡ ପୂର୍ବରୁ ମଣିଷ ସହିତ ବହୁତ କିଛି ଭୟଙ୍କର ଘଟଣା ଏବଂ ବହୁତ କିଛି ଯନ୍ତ୍ରଣା ଦାୟକ ଘଟଣା ଘଟିଥାଏ। ଯେଉଁ ବିଷୟରେ କଳ୍ପନା କରିବା ମଧ୍ୟ ଅସମ୍ଭବ ହୋଇଥାଏ। ସେହି ସମୟର କିଛି କ୍ଷଣକର ଦୃଶ୍ୟ ଆମେ ଏହି ଭିଡିଓରେ ଦର୍ଶାଇବା ପାଇଁ ଯାଉଛୁ।

ଏହି ଧରିତ୍ରୀ ପୃଷ୍ଠରେ ଜନ୍ମ ନେଇଥିବା ସମସ୍ତ ମନୁଷ୍ୟ ନିଜର ଅନ୍ତିମ ସମୟରେ ହିଁ ଚିନ୍ତା କରିଥାଏ କି ମୃତ୍ୟୁ ପରେ ତାଙ୍କୁ ମୋକ୍ଷ ପ୍ରାପ୍ତି ହେଉ ବୋଲି। ଏଥିପାଇଁ ସମସ୍ତେ ମୃତ୍ୟୁ ପୂର୍ବରୁ କାଶି ଯିବାପାଇଁ ଇଚ୍ଛା ରଖିଥାନ୍ତି। କୁହାଯାଏ କି କାଶି ଯାହାକୁ କି ସ୍ବୟଂ ଭଗବାନ ଶିବ ସୃଷ୍ଟି କରିଛନ୍ତି। ସବୁଠାରୁ ପବିତ୍ର ଏବଂ ପାବନ ସ୍ଥଳୀ ଏହା ହୋଇଥାଏ ଯେଉଁଠାରେ ସମସ୍ତଙ୍କୁ ମୃତ୍ୟୁ ପରେ ମୋକ୍ଷ ମିଳି ଯାଇଥାଏ। ସେମାନେ ଯେତେ ପାପ କରିଥାନ୍ତୁ ନାଁ କାହିଁକି?

ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ବ୍ୟକ୍ତିର ମୃତ୍ୟୁ କାଶିରେ ହୋଇଥାଏ ବା ଯାହାଙ୍କର ଏହି ଇଚ୍ଛା ରହିଥାଏ କି ମୃତ୍ୟୁ ପରେ ତାଙ୍କର ଅସ୍ଥିକୁ କାଶିରେ ବିସର୍ଜନ କରାଯାଉ ବୋଲି ତେବେ ସେହି ବ୍ୟକ୍ତିଙ୍କୁ ଅବସ୍ୟ ମୁକ୍ତି ମିଳିଥାଏ। ସେମାନେ ଯେତେ ପାପ କରନ୍ତୁ ନାଁ କାହିଁକି ଏବଂ ସେମାନଙ୍କୁ ଯମଲୋକରୁ ମିଳୁଥିବା ଯାତନା ଦେଖିବା ପାଇଁ ମିଳିନଥାଏ।ଏହି ବିଷୟରେ ଗରୁଡ ପୁରାଣରେ ବର୍ଣ୍ଣିତ ହୋଇଅଛି।

ମୃତ୍ୟୁର ୪୦ ସେକେଣ୍ଡ ପୂର୍ବରୁ ମୃତ୍ୟୁ ବ୍ୟକ୍ତିଙ୍କୁ କାଶି ସ୍ଥିତ କାଳଭୈରବଙ୍କ ଦ୍ବାରା ଶୁଦ୍ଧ କରାଯାଏ ଏବଂ ତାଙ୍କୁ ଭୈରବୀ ଯାତନା ଦିଆଯାଏ। ଭୈରବୀ ଯାତନା ଯମଲୋକରେ ମିଳୁଥିବା ଯାତନା ଠାରୁ ଅତି ଭୟଙ୍କର ଏବଂ ଅତି ଯନ୍ତ୍ରଣା ଦାୟକ ହୋଇଥାଏ। ଏହି ୪୦ ସେକେଣ୍ଡରେ ମନୁଷ୍ୟର ଜନ୍ମର ଭଲ କର୍ମ ଓ ଖରାପ କର୍ମର ଦୃଶ୍ୟକୁ ଖୁବ ଦ୍ରୁତ ଗତିରେ ଦର୍ଶା ଯାଇଥାଏ। ଯାହାଦ୍ଵାରା ତାଙ୍କୁ ତାଙ୍କ ସମସ୍ତ କର୍ମର ଅନୁଭବ ହୋଇଥାଏ ସେ ଯେତେବେଳେ କାହା ସହିତ କିଛି ଭଲ କିମ୍ବା ଖରାପ କରିଥିବେ ତାହାର ୪୦ହଜାର ଗୁଣା କଷ୍ଟକୁ ୪୦ ସେକେଣ୍ଡ ମଧ୍ୟରେ ଭୋଗିବା ପାଇଁ ପଡ଼ିଥାଏ। ଯାହାଦ୍ଵାରା କି ସେମାନଙ୍କୁ ଭଲ କର୍ମ ପାଇଁ ଆନନ୍ଦ ଏବଂ ଖରାପ କର୍ମ ପାଇଁ ଅସହ୍ୟ ପିଡାର ଅନୁଭବ ହୋଇଥାଏ।

ଏହି ପୀଡା ଏତେ ମାତ୍ରାରେ କଷ୍ଟ ଦାୟକ ହୋଇଥାଏ କି ଯେପରି ଏକ ଫୁଟନ୍ତା ତେଲ କଡ଼େଇରେ ତାଙ୍କୁ ପକେଇ ଫୁଟା ଯାଉଅଛି।ଏହା ଏଥିପାଇଁ କରା ଯାଇଥାଏ କି ଯାହାଦ୍ଵାରା ସେହି ୪୦ ସେକେଣ୍ଡରେ ମଣିଷର ସମସ୍ତ ଖରାପ କର୍ମର ଫଳ ନଷ୍ଟ ହୋଇ ଯାଉବୋଲି। କିଛି ସମୟପରେ ଯେତେବେଳେ ତାଙ୍କର ଆତ୍ମା ଶୁଦ୍ଧ ହୋଇଯାଏ ସେହି ସମୟରେ ତାଙ୍କର ଆତ୍ମାକୁ ପରମାତ୍ମାଙ୍କ ଭିତରେ ଲୀନ କରାଯାଏ ଏବଂ ତାଙ୍କୁ ସଦାସର୍ବଦା ପାଇଁ ଜୀବନ ମୃତ୍ୟୁର ବନ୍ଧନରୁ ମୁକ୍ତି ମିଳି ଯାଇଥାଏ।ଏହାତ ଥିଲା ମୃତ୍ୟୁ ପୂର୍ବରୁ ୪୦ ସେକେଣ୍ଡରେ କଣ ଘଟିଥାଏ ଏହି ବିଷୟରେ ଗରୁଡ ପୁରାଣରେ ଥିବା କିଛି ଖାସ କଥାମାନ।

Leave a Reply

Your email address will not be published. Required fields are marked *