ଭାରତେ ରାଜାରଜୁଡ଼ା ଶାସନ ସମୟରେ ନିଜ ଦେଶକୁ ଶତ୍ରୁ କବ-ଳରୁ ସୁର-କ୍ଷିତ ରଖିବା ପାଇଁ ଅନେକ ଦୁର୍ଗର ନିର୍ମାଣ କରାଯାଇଥିଲା। ଏହାସହ ଇଂରେଜ ଶା-ସନ ବେଳେ ଭାରତରେ ସବୁଠୁ ଅଧିକ ଦୁର୍ଗ ତିଆରି ହୋଇଥିଲା। ବୀରତ୍ୱର ବାର୍ତ୍ତା ଦେଉଥିବା ସେହି ଦୁର୍ଗ ଗୁଡିକ ମଧ୍ୟରୁ ଏବେ ମଧ୍ୟ କେତେକ ଆମ ଦେଶରେ ରହସ୍ୟମୟ ଭାବେ ରହିଛି। ଏହି ସ୍ଥାନଗୁଡ଼ିକୁ ଯିବା ପାଇଁ ସମସ୍ତେ ସାହସ କରପାରନ୍ତି ନାହିଁ। ସେହି ପୁରୁଣା ଦୁର୍ଗଗୁଡିକ ଯେତିକି ବିପ-ଜ୍ଜନକ ସେତିକି ରହ-ସ୍ୟ-ମୟ ହୋଇଛି। ତେବେ ଆଜି ଆମେ ଆପଣଙ୍କୁ ଏକ ରହ-ସ୍ୟମୟ ଦୁର୍ଗ ବିଷୟରେ କହୁଛୁ ଯାହାକୁ ସାଧାରଣ ଭାବେ ଲୋକମାନେ ମୃ-ତ୍ୟୁର ଦୁର୍ଗ ବୋଲି କହିଥାନ୍ତି। ସେହି ଦୁର୍ଗଟି ହେଉଛି କଲାଭନ୍ତି ଦୁର୍ଗ।
ମହାରାଷ୍ଟ୍ରର ମୁମ୍ବାଇ-ପୁଣେ ମାର୍ଗରେ ଅବସ୍ଥିତ ଏହି କଲାଭନ୍ତି ଦୁର୍ଗ ବା ପ୍ରବଲଗଡ ଦୁର୍ଗ। ଏହା ହେଉଛି ଭାରତର ସବୁଠାରୁ ବିପ-ଜ୍ଜନକ ଏବଂ ରହ-ସ୍ୟମୟ ଦୁର୍ଗ। ଐତିହାସିକଙ୍କ ଅନୁଯାୟୀ, ଗୌତମ ବୁଦ୍ଧଙ୍କ ଜନ୍ମ ସହିତ ଏହି ଦୁର୍ଗ ସଂଶ୍ଳିଷ୍ଟ। ଭୂମିଠାରୁ ୨୩୦୦ ଫୁଟ ଉଚ୍ଚରେ ଏକ ପାହାଡ ଉପରେ ନିର୍ମିତ ହୋଇଛି ଦୁର୍ଗଟି। ପୂର୍ବରୁ ଏହିକୁ ‘ମୁରଂଜନ ଦୁର୍ଗ’ କୁହାଯାଉଥିବା ବେଳେ ଛତ୍ରପତି ଶିବାଜୀ ମହାରାଜ ଏହାକୁ ରାନୀ କଲାୱନ୍ତୀଙ୍କ ନାମ ଅନୁଯାୟୀ ‘କଲାଭନ୍ତି ଦୁର୍ଗ’ ନାମରେ ନାମିତ କରିଥିଲେ। ୨୩୦୦ ଫୁଟ ଉଚ୍ଚ ପାହାଡ ଉପରେ ନିର୍ମିତ ଏହି କଲାଭନ୍ତି ଦୁର୍ଗକୁ ଯିବା ଅତ୍ୟନ୍ତ କ-ଷ୍ଟକର ହୋଇଥାଏ। ଏଠାକୁ ଯିବା ପାଇଁ ପଥର କାଟି କାଟି ତେଢାମେଢା ପାହାଚ ତିଆରି ହୋଇଛି। ଏହି ପାହାଚରେ ଚଢିବା ସମୟରେ ଅଧିକାଂଶ ଲୋକଙ୍କ ମୁଣ୍ଡ ବୁଲାଇଥାଏ। କାରଣ ଏହି ପାହାଚଗୁଡିକରେ ଦଉଡି ଏବଂ ରେଲିଂ ଭଳି କୌଣସି ସୁବିଧା ନାହିଁ ଧରି ଧରି ଚଢ଼ିବାକୁ। ଯଦି ପାହାଚ ଚଢିବା କିମ୍ବା ତଳକୁ ଓହ୍ଲାଇବା ସମୟରେ ସାମାନ୍ୟ ବ୍ୟତିକ୍ରମ ହୁଏ, ତେବେ ମଣିଷ ଏକାଥରେ ହଜାରେ ଫୁଟ ତଳକୁ ଖସିବ। ଏହାର ଆରୋ-ହଣ ଅତ୍ୟନ୍ତ କ-ଷ୍ଟକର ରହିଥାଏ। ଏଠାରେ ପାଦେ ପାଦେ ବିପ-ଦ ରହିଥାଏ। ପ୍ରତ୍ୟେକ ପାଦରେ ଉପରକୁ ଚଢ଼ୁଥିବା ବ୍ୟକ୍ତିକୁ ଖସିଯିବାର ଭୟ ଲାଗିଥାଏ। ଏଠି ଚଢିବା ଯେତିକି କ-ଷ୍ଟ ଓହ୍ଲାଇବା ଆହୁରି ଅଧିକ ବିପଦଜନକ ହୋଇଥାଏ।
ଚାନ୍ଦେରୀ, ମାଥେରାନ୍, କର୍ଣ୍ଣଲ, ଏରଶାଲ ଏବଂ ମୁମ୍ବାଇର ଆହୁରି କିଛି ଅଂଶ ଏହି ଦୁର୍ଗର ଶୀର୍ଷରୁ ଦେଖା ଯାଇଥାଏ। ବର୍ଷା ଦିନରେ ପ୍ରବଳଗଡ ଦୁର୍ଗକୁ ଯିବା ମୃତ୍ୟୁକୁ ଡାକିବା ସହିତ ସମାନ ହୋଇଥାଏ। ସେଥିପାଇଁ ଏହି ସ୍ଥାନକୁ ପର୍ଯ୍ୟଟକମାନେ କେବଳ ଅକ୍ଟୋବରରୁ ମେ ମଧ୍ୟରେ ଯାଇଥାନ୍ତି।
ଏହି ଦୁର୍ଗଟି ହଜାର ହଜାର ଫୁଟ ଉଚ୍ଚରେ ରହିଥିଲେ ମଧ୍ୟ ଏହାର ଚତୁର୍ଦ୍ଦିଗରେ ସବୁଜିମାରେ ଭରପୁର ରହିଛି। ଏହି କାରଣରୁ ପର୍ଯ୍ୟଟକମାନେ ରୋମାଞ୍ଚର ଅନୁସନ୍ଧାନରେ ଏହି ମୃ-ତ୍ୟୁ ଦୁର୍ଗକୁ ଆସିଥାନ୍ତି।
କଲାଭନ୍ତି ଦୁର୍ଗ ବା ପ୍ରବଳଗଡ ଦୁର୍ଗ ମହାରାଷ୍ଟ୍ରର ମାଥେରାନ୍ ଏବଂ ପାନଭେଲ୍ ମଧ୍ୟରେ ଅବସ୍ଥିତ। ଏହି ଦୁର୍ଗରେ ଆହୁରି ଅନେକ ରହ-ସ୍ୟ ମଧ୍ୟ ଲୁଚି ରହିଥିବାର କୁହାଯାଏ। ଲୋକମାନେ ସନ୍ଧ୍ୟା ହେଲେ ଏଠାରେ ରୁହନ୍ତି ନାହିଁ। ରାତିରେ ଏହି ଦୁର୍ଗ ଅତ୍ୟନ୍ତ ଭୟା-ନକ ଏବଂ ରହ-ସ୍ୟମୟ ରୂ-ପ ନେଇଥାଏ। ସ୍ଥାନୀୟବାସିନ୍ଦାଙ୍କ କହିବା ଅନୁଯାୟୀ ରାତି ସମୟରେ ଏହି ଦୁର୍ଗରେ ଆତ୍ମା ବୁଲିଥାନ୍ତି। ଏହି କାରଣରୁ ରାତିରେ ସେଠାରେ କେହି ରୁହନ୍ତି ନାହିଁ। କଲାଭନ୍ତି ଦୁର୍ଗ ମୃତ୍ୟୁର ଦୁର୍ଗ ଭାବେ ପରିଚିତ, ସନ୍ଧ୍ୟା ହେଲେ ରୁହନ୍ତି ନାହିଁ ଗୋଟିଏ ବି ପର୍ଯ୍ୟଟକ