ଭାରତର କୋଟିପତି ଏବଂ ସବୁଠାରୁ ବଡ଼ ବିଜିନେସମ୍ୟାନ ମୁକେଶ ଅମ୍ବାନୀ ୧୯ଅପ୍ରେଲ ଦିନ ନିଜର ୬୪ତମ ଜନ୍ମଦିନ ପାଳନ କରିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରି(RIL)ର ମ୍ୟାନେଜର ଡାଇରେକ୍ଟର ମୁକେଶ ଅମ୍ବାନୀ(Mukesh Ambani)ଙ୍କ ଜନ୍ମ ୧୯ଅପ୍ରେଲ, ୧୯୫୭ରେ ୟମନରେ ହୋଇଥିଲା। ମୁକେଶ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କ ଲଭଷ୍ଟୋରୀ ମଧ୍ୟ ବହୁତ ଜବରଦସ୍ତ ଅଟେ। ମୁକେଶ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଆମେ ଆପଣଙ୍କୁ ତାଙ୍କ ସହିତ ଏବଂ ତାଙ୍କ ଜୀବନ ସହିତ ଯୋଡା ଆଶ୍ଚର୍ଯ୍ୟଜନକ କାହାଣୀ ଜଣାଇବାକୁ ଯାଉଛୁ।
ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ତାଙ୍କ ଛୋଟ ଭାଇ ଅନୀଲ ଅମ୍ବାନୀଙ୍କ ସ୍ତ୍ରୀ ଏବଂ ବଲିଉଡ ଅଭିନେତ୍ରୀ ଥିବା ଟୀନା ଅମ୍ବାନୀ(Tina Ambani) ସେମାନଙ୍କୁ ଖାସ ରୂପରେ ଶୁଭେଚ୍ଛା ଜଣାଇଛନ୍ତି। ସେମାନେ ଦୁଇଟି ଫଟୋ ଶେୟାର କରି ଲେଖିଛନ୍ତି- ଗୋଟିଏ ସୁନ୍ଦର ପୁଅ,ଭାଇ,ଦେଢଶୁର, ବାପା ଏବଂ ଦାଦାଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ସବୁବେଳେ ଆପଣଙ୍କ ଖୁସି ଏବଂ ଭଲ ସ୍ବାସ୍ଥ୍ୟ ପାଇଁ କାମନା କରୁଛି।
ଗୌରବର କଥା ହେଉଛି କି ମୁକେଶ-ନୀତାଙ୍କର ୩ଟି ଛୁଆ ଅଛନ୍ତି।ଇଶା, ଆକାଶ ଏବଂ ଅନନ୍ତ ଅମ୍ବାନୀ।ଇଶା-ଆକାଶଙ୍କ ବାହାଘର ହୋଇ ସାରିଲାଣି। ବୋଧହୁଏ ଆପଣଙ୍କୁ ଜଣାଥିବ କି ମୁକେଶ-ନୀତାଙ୍କ ବାହାଘର ଆରେଞ୍ଜ ସହିତ ଲଭ ମ୍ୟାରେଜ ମଧ୍ୟ ହୋଇଥିଲା। ମୁକେଶ ଯେଉଁଠାରେ ଦେଶର ସବୁଠାରୁ ବଡ଼ ଧନୀ ଘରୁ ପାଦ ରଖୁଛନ୍ତି ତ ସେଠାରେ ନୀତା ଗୋଟିଏ ମଧ୍ୟବିତ୍ତ ପରିବାରର ଥିଲେ। ନୀତାଙ୍କ ଘରେ ଯେତେବେଳେ ମୁକେଶ ପହଞ୍ଚିଥିଲେ ତ ନୀତା ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ମୁକେଶ କେବଳ ଗୋଟିଏ ହ୍ବାଇଟ ସାର୍ଟ ଏବଂ ବ୍ଲାକ ପ୍ୟାଣ୍ଟ ପିନ୍ଧିଥିଲେ। ଯାହାକୁ ଦେଖି ନୀତା ଅମ୍ବାନୀ ନିଜ ଆଖି ଉପରେ ବିଶ୍ଵାସ କରି ପାରିନଥିଲେ।ସେ କେବଳ ଏହା ଚିନ୍ତା କରିଥିଲେ କି ଜଣେ ଧନୀ ଲୋକଙ୍କ ପୁଅ ଏତେ ସାଦାସିଧା ମଧ୍ୟ ହୋଇପାରେ। ତାଙ୍କ ଦେଖା ହେବାର କାହାଣୀ ମଧ୍ୟ ଅଜବ ଥିଲା। ନୀତା ନାଚ ଏବଂ ସଙ୍ଗୀତରେ ଖାସ ଆଗ୍ରହ ରଖିଥାନ୍ତି। ନବରାତ୍ରୀ ସମୟରେ ୨୦ବର୍ଷ ବୟସରେ ସେ ମୁମ୍ବାଇର ବିରଳା ମାତୋଶ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଫରରଫର୍ମେନ୍ସ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଧୀରୁଭାଇ ଅମ୍ବାନୀ ଏବଂ ମାଆ କୋକିଲାବେନ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଦୁଇଜଣଙ୍କୁ ନୀତାଙ୍କ ଫରରଫର୍ମେନ୍ସ ବହୁତ ଭଲ ଲାଗିଥିଲା। ସେମାନେ ସେହି ସମୟରେ ଭାବି ନେଇଥିଲେ କି ଏହି ଝିଅଟି ତାଙ୍କ ଘରର ବୋହୂ ହେବ। ଏହାପରେ ଧୀରୁଭାଇ ଅମ୍ବାନୀ ନୀତା ଏବଂ ତାଙ୍କ ବାପାଙ୍କ ସହିତ କଥା ହେବା ପାଇଁ ନିଜ ଅଫିସକୁ ଡ଼ାକିଥିଲେ।ସେ ସେମାନଙ୍କୁ ମୁକେଶ ଅମ୍ବାନୀଙ୍କ ସହିତ ଦେଖା ହେବାପାଇଁ କହିଥିଲେ।
ଯେତେବେଳେ ପ୍ରଥମ ଥର ମୁକେଶ ଅମ୍ବାନୀଙ୍କ ସହିତ ଦେଖା ହେବା ପାଇଁ ନୀତା ଅମ୍ବାନୀ ତାଙ୍କ ଘରେ ପହଞ୍ଚିଥିଲେ ତ କବାଟ ଖୋଲିଲା ବେଳକୁ ସାମ୍ନାରେ ଧଳା ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧିଥିବାର ଜଣେ ବ୍ୟକ୍ତି କବାଟ ଖୋଲିଥିଲେ।ସେ ନୀତାଙ୍କ ଆଡ଼କୁ ହାତ ବଢ଼ାଇ କହିଥିଲେ, “ହାୟ! ମୁଁ ମୁକେଶ” ନୀତାଙ୍କୁ ଏହାପରେ ମଧ୍ୟ ବିଶ୍ଵାସ ହୋଇନଥିଲା କି ସେ ଏତେ ବଡ଼ ବ୍ୟକ୍ତିଙ୍କ ସାମ୍ନାରେ ଛିଡ଼ା ହୋଇଛନ୍ତି। ନୀତା ମୁକେଶଙ୍କ ସହିତ ୬ଥର କିମ୍ବା ୭ଥର ଦେଖାହେବା ପରେ ମଧ୍ୟ କମ୍ଫର୍ଟ ହୋଇପାରୁ ନଥିଲେ।
ଏହାପରେ ନୀତା ଭାବି ନେଇଥିଲେ କି ସେ ଏହାର ଆଗକୁ ନିଷ୍ପତ୍ତି ନିଜ ପାଠପଢ଼ା ସଂପୂର୍ଣ୍ଣ ହେବାପରେ ହିଁ ନେବେ। ଏହାପରେ ଗୋଟିଏ ଦିନ ମୁକେଶ ଏବଂ ନୀତା କାରରେ ମୁମ୍ବାଇର ପେଡର ରୋଡରୁ ବାହାରୁଥିଲେ। ସେହିଦିନ ଘଣ୍ଟାରେ ସନ୍ଧ୍ୟା ପାଖାପାଖି ୭.୩୦ ହୋଇଥିଲା ଏବଂ ରାସ୍ତାରେ ଟ୍ରାଫିକ ଅଧିକ ଥିଲା।ଏହା ମଧ୍ୟରେ ଯେତେବେଳେ କାର ଗୋଟିଏ ସିଗ୍ନାଲରେ ରହିଥିଲା ତ ମୁକେଶ ସିନେମା ଅନ୍ଦାଜରେ ନୀତାଙ୍କୁ ପଚାରିଥିଲେ, “କଣ ତୁମେ ମୋତେ ବାହା ହେବ?”
ମୁକେଶଙ୍କ ଏହି ପ୍ରଶ୍ନରେ ନୀତା ଲାଜେଇ ଯାଇଥିଲେ। ସେ ନିଜ ମୁହଁ ତଳକୁ କରିଥିଲେ ଏବଂ ତାଙ୍କୁ ଗାଡ଼ି ଚଲାଇବା ପାଇଁ କହିଥିଲେ। ସେହି ସମୟରେ ସିଗ୍ନାଲ ସବୁଜ ହୋଇଯାଇଥିଲା ଏବଂ ପଛରୁ ଗାଡ଼ି ମାନଙ୍କର ହର୍ନ ବାଜୁଥିଲା। ମୁକେଶ ନୀତାଙ୍କୁ କହିଥିଲେ ଯେପର୍ଯ୍ୟନ୍ତ ତୁମେ ଜବାବ ଦେବନାହିଁ, ସେପର୍ଯ୍ୟନ୍ତ ମୁଁ ଏହି ଗାଡିକୁ ଆଗକୁ ବଢ଼ାଇବି ନାହିଁ। ମୁମ୍ବାଇ ରାସ୍ତା ଉପରେ ଟ୍ରାଫିକ ଜମା ହୋଇ ଯାଇଥିଲା ସେହି ସମୟରେ ନୀତା ଜବାବ ଦେଇଥିଲେ, “ୟସ… ଆଇ ଓ୍ବିଲ… ଆଇ ଓ୍ବିଲ”