ମୋତେ ଯେତେ କଷ୍ଟ ହେଉ ମୁଁ ନାଚିବି ,ଆଉ ସୁକାନ୍ତଙ୍କ ପୁଅକୁ ପାଠ ପଢ଼େଇବି… ରାଣୀ ପଣ୍ଡା

ସାରା ଓଡ଼ିଶାର ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡା । ଯାହାଙ୍କୁ ନେଇ ଅନେକ ସମୟରେ ଆଲୋଚନା ଲାଗି ରହିଥାଏ । ସମସ୍ତେ ତାଙ୍କୁ ବିବାଦୀୟ ଅଭିନେତ୍ରୀ ଭାବରେ ମଧ୍ୟ ବିବେଚନା କରିଥାନ୍ତି । ତଥାପି ରାଣୀଙ୍କୁ ସେ ସବୁ କିଛି ଫରକ୍ ପଡେ ନାହିଁ । କାହିଁକି ନା ସେ ଜାଣିଛନ୍ତି ଲୋକଙ୍କ କଥା ଶୁଣିଲେ ସେ କେବେ ବି ଆଗକୁ ବଢିପାରିବେ ନାହିଁ । ତେଣୁ ଚୁପଚାପ୍ ସେ ନିଜ ମତ ରଖିଥାନ୍ତି । ଅନେକ ସମୟରେ ସେ ନିଜ ଦୟା ଆଉ ସାହାଯ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ।

ଏହାବ୍ୟତୀତ ଆଉ କେତେବେଳେ ସେ ନିଜ ନୃତ୍ୟ ପାଇଁ ଆଉ ପୋଷାକ ପାଇଁ ମଧ୍ୟ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କୁ ନେଇ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚା କରାଯାଉଛି । ଆଉ ସେ ବିଷୟରେ ଆପଣ ମାନେ ସମସ୍ତେ ଜାଣି ସାରିଥିବେ । ତେବେ କଥାଟି ହେଉଛି ଗତ ମାସରେ ରାଣୀ ରାତି ସମୟରେ ଘରକୁ ଫେରୁଥିବା ସମୟରେ ଆଠଗଡ ଅଞ୍ଚଳରେ ତାଙ୍କ ଗାଡ଼ି ଧ-କ୍କାରେ ଜଣେ ସୁକାନ୍ତ ନାମକ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଥିଲା । ଆଉ ସେଥିରେ ରାଣୀଙ୍କର ମଧ୍ୟ ଅନେକ କ୍ଷତି ହୋଇଥିଲା ।

ତେବେ ସେତେବେଳେ ଲୋକେ ରାଣୀଙ୍କୁ ହିଁ ଆଙ୍ଗୁଠି ଉଠାଇ ଦେଇଥିଲେ । ଏଥିରେ ରାଣୀ ନିଜ ଭୁଲ ମଧ୍ୟ ସ୍ୱୀକାର କରି ପଶ୍ଚାତାପ କରିଥିଲେ । ଆଉ ରାଣୀ ସୁକାନ୍ତଙ୍କ ପରିବାରକୁ ସହାୟତା କରିବା ପାଇଁ ଆଗେଇ ଆସିଥିଲେ । ତାଙ୍କ ଦ୍ବାରା ଯାହା ସମ୍ଭବ ସେ ସବୁ କରିବା ପାଇଁ ସେ ପ୍ରସ୍ତୁତ ଥିଲେ । ଆଉ କେବଳ ଏତିକି ନୁହେଁ ସୁକାନ୍ତଙ୍କ ଏକାଦଶାହକୁ ରାଣୀ ୫୦୦ ଜଣ ଲୋକଙ୍କ ପାଇଁ ଅଭଡ଼ା ପଠାଇ ଥିଲେ । କିନ୍ତୁ ନିଜେ ଆସି ପାରି ନଥିଲେ । ତେବେ ଏହି କଥାକୁ ନେଇ ଲୋକ ମାନେ ଅତ୍ୟନ୍ତ ଚର୍ଚ୍ଚା କରିବାରେ ଲାଗିଥିଲେ ।

ସେହି କଥାକୁ ନେଇ ବର୍ତ୍ତମାନ ରାଣୀ ପଣ୍ଡା ଗଣମାଧ୍ୟମ ଆଗରେ ମୁହଁ ଖୋଲି ଥିଲେ । ଆଉ କହିଥିଲେ କି , ସେ ଜଣେ କଳାକାର ଅଟନ୍ତି । କଳା ତାଙ୍କ ଜୀବନ ଆଉ ସେହି କଳା ହିଁ ତାଙ୍କ ପେଟ ପୋଷିଥାଏ । ତେଣୁ ତାଙ୍କୁ କାମ କରିବାକୁ ପଡ଼ିବ । ସୁକାନ୍ତଙ୍କ ଏକାଦଶାହ ଦିନ ତାଙ୍କର ଯାତ୍ରା ଥିଲା ଆଉ ସେଥିପାଇଁ ସେ ଯାଇ ପାରିନଥିଲେ ବୋଲି ସମସ୍ତଙ୍କୁ ଜବାବ ଦେଇଛନ୍ତି । ଆଉ ମି-ଛରେ ସମସ୍ତେ ତାଙ୍କୁ ନେଇ ଖରାପ ଆଲୋଚନା କରିବା ବନ୍ଦ କରନ୍ତୁ ବୋଲି କହିଥିଲେ । ଅଭିନୟ ନ କଲେ ସେ ସୁକାନ୍ତଙ୍କ ପରିବାର ଆଉ ପୁଅ ଝିଅକୁ କିପରି ପାଠ ପଢ଼ାଇବେ ବୋଲି କହିଛନ୍ତି ରାଣୀ ପଣ୍ଡା ।

Leave a Reply

Your email address will not be published. Required fields are marked *