ମୋ ପିଲା ହନୁମାନ ନୁହେଁ, ତାକୁ ବହୁତ୍ କଷ୍ଟ ହେଉଛି ମୋ ପିଲାକୁ ବଞ୍ଚେଇବା ପାଇଁ ମତେ ସାହାଯ୍ୟ କର।

ଘରେ ଯେତେବେଳେ ଛୋଟ ପିଲାଟିଏ ଜନ୍ମ ହୁଏ ସେତେବେଳେ ଘରେ ସମସ୍ତେ ଖୁସିରେ ଥାଆନ୍ତି। ଘର ଲୋକ ଏବଂ ବାପାମାଆଙ୍କୁ ଲାଗେ ଯେମିତି ଦୁନିଆଁର ସବୁ ଖୁସି ତାଙ୍କୁ ମିଳିଗଲା କିନ୍ତୁ ଟିକେ ଭାବନ୍ତୁ ଯଦି ଘରେ ଜନ୍ମ ହେଇଥିବା ପ୍ରଥମ ଶିଶୁଟି ଜନ୍ମ ହଉ ହଉ ବେମାରରେ ପଡ଼ିଯାଏ ଏବଂ ଶିଶୁକୁ ଭଲ କରିବା ପାଇଁ ଘର ଲୋକଙ୍କ ପାଖରେ ସମ୍ଭଳ ନଥାଏ ତା ହେଲେ ସେ ଘରଲୋକ କ’ଣ କରିବେ। ହଁ ଆଜ୍ଞା ବାଲେଶ୍ଵର ଜିଲ୍ଲାରେ ଏମିତି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି।

ବାଲେଶ୍ଵର ଜିଲ୍ଲା ଶ୍ୱର ବ୍ଲକ ଜଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁସ୍ ଗାଆଁର ସହଦେବ ସାହୁଙ୍କ ଘରେ ଜୁନ ମାସରେ ଗୋଟେ ଶିଶୁ କନ୍ୟା ଜନ୍ମ ହେଲା। କନ୍ୟାର ନାମ ଶ୍ରେୟଂଶି। ଜନ୍ମ ହେଲା ପରେ ଘର ଲୋକ ଏବଂ ବାପାମାଆ ବହୁତ୍ ଖୁସି ଥିଲେ କିନ୍ତୁ ୭ ଦିନ ଯିବା ପରେ ଶିଶୁ କନ୍ୟାକୁ ନିଶ୍ବାସ ପ୍ରଶ୍ୱାସ ନେବାରେ କଷ୍ଟ ହେଲା ଏବଂ ଝିଅର ମୁହଁ ଫୁଲି ଗଲା। ଲୋକମାନେ କହିଲେ ହନୁମାନ ତମ ଘରକୁ ଆସିଛନ୍ତି କିନ୍ତୁ ସହଦେବ କହିଥିଲେ ଯଦି ହନୁମାନ ମୋ ଘରକୁ ଆସିଛନ୍ତି ତେବେ ମୋ ଝିଅକୁ ଅଟେ କ-ଷ୍ଟ କାହିଁକି ହେଉଛି।

ତାପରେ ଶିଶୁ କନ୍ୟାକୁ ନେଇ ସେମାନେ ବାଲେଶ୍ଵର ମେଡିକାଲ୍ ଗଲେ। ବାଲେଶ୍ଵର ମେଡିକାଲ୍ ଶିଶୁକୁ କଟକ କିମ୍ଵା ଭୁବନେଶ୍ଵର ମେଡିକାଲ୍ ନେଇ ଯିବାକୁ କହିଲେ। ବାପାମାଆ ମାସକର ପିଲାକୁ ସାଙ୍ଗରେ ଧରି ଭୁବନେଶ୍ଵର ଏଇଇଏମ୍ଏସ୍ ମେଡିକାଲରେ ପହଞ୍ଚିଲେ। ଏଇଇଏମ୍ଏସ୍ ଡାକ୍ତର କହିଲେ ଝିଅକୁ ଡ୍ରାଷ୍ଟିକ ହାଇଗ୍ରୋମା ହେଇଛି ସେଥିପାଇଁ ସ-ର୍ଜରୀ କରିବାକୁ ହେବ। ଝିଅକୁ ଭଲ କରିବା ପାଇଁ ଘରେ ଯେତିକି ଟଙ୍କା ଥିଲା ସହଦେବ ସବୁ ଖର୍ଚ୍ଚ କରିଦେଲେ। ୪ ଥର ଅପରେସନ ହେଲା କିନ୍ତୁ ଝିଅ ଭଲ ହେଲାନି।

ସହଦେବ ରାଜ୍ୟ ବାହାରେ ଗୋଟେ ଛୋଟ ଦୋକାନରେ କାମ କରନ୍ତି ସେଥିରୁ ଯେତିକି ଟଙ୍କା ପାଆନ୍ତି ଦୁଃ-ଖେ ସୁଖେ ପାଞ୍ଚ ପ୍ରାଣୀ ଚଳି ଯାଆନ୍ତି। କିନ୍ତୁ ଝିଅ ଜନ୍ମ ହେବା ପରଠାରୁ ସେ ଆଉ କାମ କରିବାକୁ ଘରୁ ବାହାରକୁ ଯାଇ ନାହାନ୍ତି। ଅପରେସନ ପରେ ଝିଅ ଆଉ ଖାଦ୍ୟ ମଧ୍ୟ ଖାଇ ପାରୁନି। ତା ଜିଭ ବାହାରକୁ ବାହାରି ଆସିଛି ସେଥିପାଇଁ ସେ ନିଶ୍ବାସ ମଧ୍ୟ ନେଇ ପାରୁନି। ଖାଦ୍ୟ ଖାଇବା ଏବଂ ନିଶ୍ବାସ ନେବା କାମ ଶିଶୁ କନ୍ୟାର ପେଟରେ ଲାଗିଥିବା ନଳୀ ଦ୍ୱାରା ହେଉଛି।

ଏବେ ଝିଅର ଅପରେସନ ପାଇଁ ବହୁତ୍ ଟଙ୍କା ଦରକାର। ଝିଅକୁ ୫ ଟି ଇଞ୍ଜେକସନ ଦିଆ ହେଵ ଯାହା ପାଇଁ ୨ ଲକ୍ଷ ଟଙ୍କା ଲାଗିବ। ପ୍ରତି ସପ୍ତାହ ତାଙ୍କର ୮୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଝିଅକୁ ଭଲ କରିବା ପାଇଁ ପାରିବାର ଲୋକଙ୍କ ପାଖରେ ଆଉ ଟଙ୍କା ନାହିଁ ସେଥିପାଇଁ ସେମାନେ କା-ନ୍ଦି କା-ନ୍ଦି ଓଡ଼ିଶା ସରକାର ଏବଂ ଓଡ଼ିଶା ବାସୀଙ୍କୁ ସାହାଯ୍ୟ ମାଗୁଛନ୍ତି।

Leave a Reply

Your email address will not be published. Required fields are marked *