ନାବାଳିକା ଝିଅକୁ ବିକ୍ରି କରି ଦେଉଥିଲା ବାପା । ରେଳ ଷ୍ଟେସନରେ ଧରି ପକେଇଲା ପୁଲିସ…

ଆଜିକାଲି ସାମାନ୍ୟ ପଇସା ପାଇଁ ଲୋକେ ଯେ କେତେ ତଳକୁ ଖସି ଯାଉଛନ୍ତି ତାହାର ଧାରଣା ବି ସୁଦ୍ଧା କେହି କରି ପାରିବେ ନାହିଁ । ପଇସା ପାଇଁ ଯଦି ଜଣେ ମା ନିଜ ଛୁଆକୁ ବିକ୍ରି କରି ଦେଇ ପାରୁଛି ତେବେ ଜଣେ ବାପ ନିଜ ଝିଅକୁ ବିକ୍ରି କରିଦେବା କଥାରେ କୌଣସି ଅସମ୍ଭବ ନାହିଁ । ତେବେ ଏଭଳି ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ସେଠାକାର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଜଣେ ବାପ ଟଙ୍କା ପାଇଁ ନିଜର ନାବାଳିକା ଝିଅକୁ କିପରି ବିକ୍ରି କରି ଦେଇପାରେ ତାହା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ।

ତେବେ ଏଭଳି ଏକ ଘଟଣା ପରେ ଲୋକେ ସନ୍ଦେହ କରି କୁଆଡ଼େ ଅଭିଯୁକ୍ତକୁ ମାଡ଼ି ବସିଛନ୍ତି । ଖାଲି ଏତିକି ନୁହେଁ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଖାଲି ସାମାନ୍ୟ ଟଙ୍କା ନେଇ , ଅନ୍ୟତ୍ର ବିବାହ କରାଇବା କଥାରେ ଜଣେ ବାପ ନିଜ ଝିଅକୁ କିପରି ବିକ୍ରି କରି ଦେଇଛି ତାହା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ତେବେ ଏ କ୍ଷେତ୍ରରେ ଅଭିଯୁକ୍ତ ମାନଙ୍କ କହିବା କଥା ଯେ ଝିଅକୁ କୁଆଡ଼େ ୨୧ ବର୍ଷ । କିନ୍ତୁ ଏବେ ଟିକିଏ ଖୋଡ଼ତାଳ ପରେ ଜଣା ପଡୁଛି ଯେ ଝିଅ କୁଆଡ଼େ ନବମ ଶ୍ରେଣୀରେ ପଢ଼ୁଛି ।

ସୂଚନା ଅନୁଯାୟୀ ପାଟନାଗଡ଼ ଉପଖଣ୍ଡ ନରମ୍ଭା ଥାନା ଅନ୍ତର୍ଗତ ଅଞ୍ଚଳର ଜଣେ ନବମ ଶ୍ରେଣୀ ଝିଅକୁ କଣ୍ଟାବାଞ୍ଝି ଷ୍ଟେସନରୁ ଉଦ୍ଧାର କରିଛି ରେଳବାଇ ପୋଲିସ । ସମ୍ପୃକ୍ତ ନାବାଳିକାଙ୍କୁ ରାଜସ୍ଥାନରେ ବିବାହ କରାଇ ଦେବାକୁ କହି ଦଲାଲ ହାତରେ କୁଆଡ଼େ ସାବତ ବାପା ଟେକି ଦେଇଥିଲା । ସେଥିପାଇଁ ରାଜସ୍ଥାନରୁ ଆସିଥିବା ଜଣେ ମହିଳା , ଆଉ ତିନି ଜଣ ଦଲାଲ ଙ୍କ ଠାରୁ ନେଇଛି ୫୦ ହଜାର ଟଙ୍କା । ନିଜ ନାବାଳିକା ଝିଅକୁ ରାଜସ୍ଥାନରେ ବିବାହ କରାଇ ଦେବାକୁ କହି ଉକ୍ତ ଦଲାଲ ହାତରେ ଟେକି ଦେଇଥିଲା ସାବତ ବାପା ।

କେହି ଯେମିତି ସନ୍ଦେହ ନକରିବେ ସେଥିପାଇଁ ନାବାଳିକା ଝିଅକୁ ନବ ବଧୂ ବେଶରେ ସଜାଇ ଦେଇଥିଲା । ଏହାବ୍ୟତୀତ ଶୁକ୍ରବାର ବିଳମ୍ବିତ ରାତିରେ ପାଟନାଗଡ଼ରୁ କଣ୍ଟାବାଞ୍ଝି ରେଳ ଷ୍ଟେସନକୁ ଆଣିଥିଲା ସଂପୃକ୍ତ ଦଲାଲ । ଟ୍ରେନରେ ରାଜସ୍ଥାନ ନେଇ ଯିବାକୁ ପ୍ରସ୍ତୁତ ହେଉଥିଲା । ଠିକ ଏତିକି ବେଳେ କିଛି ଲୋକ ସନ୍ଦେହ କରିଥିଲେ ।

ସେମାନଙ୍କୁ ପଚରା ଉଚୁରା କରିବା ଦ୍ୱାରା ଦଲାଲ ତରତରରେ ବ୍ୟାଗ ଧରି ଏକ ଗାଡ଼ିରେ ବସି ପଳାଇ ଥିଲା । କିନ୍ତୁ ସ୍ଥାନୀୟ ଯୁବକ ମାନେ ରେଳବାଇକୁ ଖବର ଦେବାପରେ ପୋଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚୁରା କରିଛି ।

ତେବେ ଅଭିଯୁକ୍ତଙ୍କ ସହିତ ଅଟକ ଥିବା ମହିଳା ଜଣକ ହେଉଛନ୍ତି ବେଲପଡ଼ା ଅଞ୍ଚଳର । ସେ ପୂର୍ବରୁ ରାଜସ୍ଥାନରେ ବିବାହ କରିଥିବା ପୋଲିସ କହିଛି । ଏହାବ୍ୟତୀତ ନାବାଳିକାଙ୍କ ବାପାଙ୍କୁ ସେ ପୂର୍ବରୁ ଚିହ୍ନି ଥିବା ମଧ୍ୟ କହିଛି । ପୁଣି ସବୁଠାରୁ ବଡ଼ କଥା ଏହା ଯେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ଅନେକ ନାବାଳିକା ଏବଂ ଯୁବତୀଙ୍କୁ ରାଜସ୍ଥାନ ଚାଲାଣ କରିଥିବା ସେମାନେ ସ୍ୱୀକାର କରିଛନ୍ତି । ପୋଲିସ ବଲାଙ୍ଗୀର ଚାଇଲଡ଼ ଲାଇନକୁ ଏ ସମ୍ବନ୍ଧରେ ଖବର ଦେଇଛି ଏବଂ ସେମାନେ ଖୁବଶୀଘ୍ର ଆସି ନାବାଳିକା ଝିଅକୁ ଉଦ୍ଧାର କରିବେ ।

Leave a Reply

Your email address will not be published. Required fields are marked *