ଫସଲ ଖାଉଛି ବାଡ଼:- ଜେଲ ଭିତରେ ନାବାଳିକା ସହ ଦୁର୍ବ୍ୟବହାର କଲେ ଜେଲ ଅଧ୍ୟକ୍ଷ। ଚାହୁଁ ଚାହୁଁ ନିଅଁ ଭଳି ଭାଇରାଲ ହେଲା ଭିଡ଼ିଓ।

ଯେତେବେଳେ କୌଣସି ନାଗରିକର ଅଧିକାର କ୍ଷୁଣ୍ଣ ହୁଏ ଅବା ଦୁର୍ବ୍ୟବହାର କରାଗଲେ ସେ ଆଇନର ସାହାଯ୍ୟ ନେଇ ଥାଏ। ତେବେ ପୋଲିସ ସେହି ଆଇନ ସୁରକ୍ଷା ପ୍ରଦାନ କରିଥାଏ। କିନ୍ତୁ ଆଇନକୁ ସୁରକ୍ଷା ପ୍ରଦାନ କରୁଥିବା ପୋଲିସ ଯଦି ଆଇନ ଭଙ୍ଗ କରେ ତେବେ କଣ ହୁଏ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି। ତେବେ ଏହା ସହ ଜଡିତ ଏକ ଲଜ୍ୟାଜନକ ଖବର ସାମ୍ନାକୁ ଆସିଛି। ପୋଲିସ ଅଧିକାରୀଙ୍କ ଏକ ଭିଡ଼ିଓ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ଘଟଣାଟି ବିହାର ଦେଓରିଆ ଅଞ୍ଚଳରେ ଘଟିଛି

ଆଜିର ଏହି ସଭ୍ୟ ଶିକ୍ଷିତ ସମାଜ ରେ କିଛି ଏପରି ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ବିଶେଷ ରହିଛନ୍ତି ଯେଉଁ ମାନଙ୍କର କିଛି ନିନ୍ଦନୀୟ କାର୍ଯ୍ୟ କଳାପ ଅଗ୍ରଗତି ଉପରେ ବିଶ୍ୱାସ କରୁଥିବା ସମାଜକୁ ନିମ୍ନଗାମୀ କରି ଦେଉଛି। ସେମାନଙ୍କ ପାଇଁ ଆମ ସମାଜରେ ଦିନକୁ ଦିନ ଅସାମାଜିକ, ଅନୈତିକ, ଖରାପ, କାର୍ଯ୍ୟ ବଢ଼ିବାରେ ଲାଗିଛି। କାମନାର ଆଳରେ ପଡି ଲୋକମାନେ ସାମାଜିକତା, ନୈତିକତା, ଓ ମାନବିକତା ର ମୂଲ୍ୟବୋଧକୁ ଭୁଲି ସାରିଲେଣି।

ବର୍ତ୍ତମାନ ସମୟରେ ଜେଲ ଅଧ୍ୟକ୍ଷଙ୍କ ନାରୀ ମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ରେ ସେ ଜଣେ ଆଶାମି ଅଟନ୍ତି। ଜେଲରଙ୍କ ଏକ ଲଜ୍ୟାଜନକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ତାଙ୍କର କାର୍ଯ୍ୟକଳାପ ପାଇଁ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତେବେ ଘଟଣାଟି ବିହାରର କିସାନଗଞ୍ଜରୁ ଘଟିଛି।

ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଜେଲ ଅଧ୍ୟକ୍ଷ ଯାହାଙ୍କର ନାମ କୃପା ଶଙ୍କର ପାଣ୍ଡେ ଜେଲ ଭିତରେ ଜଣେ ନାବଳିକାକୁ ଖରାପ ଦୃଷ୍ଟିରେ ଦେଖୁଥିଲେ। କେବଳ ସେତିକି ନୁହେଁ ନାବାଳିକା ଜଣକୁ ପାଖକୁ ଡାକି ଆଣି ତାଙ୍କ ସହ ଦୁର୍ବ୍ୟବହାର କରିବାକୁ ଲାଗିଲେ। ତେବେ ଜେଲ ଅଧ୍ୟକ୍ଷଙ୍କ ସହିତ ଆଉ ଜଣେ ମହିଳା କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ନାବାଳିକା ସହ ହେଉଥିବା ଦୁର୍ବ୍ୟବହାରକୁ ରୋକିବା ପାଇଁ ମହିଳା କର୍ମଚାରୀ ଜଣକ ପ୍ରଚେଷ୍ଟା କରି ନଥିଲେ।

ତେବେ ଏହି ସମସ୍ତ ଦୃଶ୍ୟ କେହି ଜଣେ ଉପରୁ ଲୁଚି କରି ମୋବାଇଲରେ ରେକର୍ଡ଼ କରି ଦେଇଥିଲେ। ତେବେ ଜେଲ ଅଧ୍ୟକ୍ଷଙ୍କ ଏଭଳି କାରନାମା ଅନେକ ଥର କରିଛନ୍ତି। ହେଲେ ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନଥିଲା। ହେଲେ ବର୍ତ୍ତମାନ ତାଙ୍କ ବିରୁଦ୍ଧରେ ପ୍ରମାଣ ମିଳି ସାରିଛି। କେବଳ ସେତିକି ନୁହେଁ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *