ବନ୍ଧୁଗଣ କେବେ କେବେ ଶତ୍ରୁମାନେ ବହୁତ ଅଧିକ ହିଁ ଆମକୁ ହଇରାଣ କରିଥାନ୍ତି। ଏବଂ ଆପଣଙ୍କୁ ସେଥିରୁ ବାହାରକୁ ବାହାରିବା ପାଇଁ କୌଣସି ରାସ୍ତା ମିଳିନଥାଏ। କେବେ କେବେ ତ ବାହାର ଲୋକ ଶତ୍ରୁ ହୋଇଥାନ୍ତି ତ କେବେ କେବେ ଆପଣଙ୍କ ଅଜାଣତରେ ଅଫିସରେ ଲୋକେ ବି ଆପଣଙ୍କ ସହ ଶତ୍ରୁତା କରିଥାନ୍ତି। ଏବଂ ବହୁତ ଥର ତ ଏମିତି ହୋଇଥାଏ କି ଆପଣ ବେପାରୀ ତ ବିଜନେସମେନ ଅଟନ୍ତି। ଏବଂ ଆପଣଙ୍କର ଷ୍ଟାପମାନେ ଆପଣଙ୍କ ସହ କାମ କରୁଥିବା ଲୋକେବି ଆପଣଙ୍କୁ ଦେଖିକି ଜଳନ୍ତି।
ଆପଣଙ୍କର ଚାକର ବି ଆପଣଙ୍କୁ ଦେଖି ଇର୍ଷା କରିଥାଏ ବା ଆପଣଙ୍କର ସାଙ୍ଗ ମାନେ ହୁଅନ୍ତୁ।ସେମାନେ ବି ଆପଣଙ୍କୁ ଦେଖି ସହି ପାରି ନଥାନ୍ତି। ଏବେ ଆପଣଙ୍କୁ ବୁଝା ପଡୁନି କି ଶେଷରେ ଆପଣ କାହାଠାରୁ ବଞ୍ଚିବେ ଓ କାହା ସହ ରହିବେ। କାହିଁକିନା ପ୍ରତ୍ୟକ ଲୋକ ନିଜର କାମ କରାଇବା ପାଇଁ ଦୁହେଁ ଦୁହିଁଙ୍କ ସହ ଏକା ସାଥିରେ ରୁହନ୍ତି ବା ଶପଥ କରିଥାନ୍ତି କି କେବେ ମୌକା ମିଳିବ ଓ ମୌକା ଦେଖି ସେମାନେ ଛକା ମାରିନେବେ। ଓ ନିଜର କାମ କରି ଜିତିବେ। କିନ୍ତୁ ଏମିତି ସବୁ ନଥାନ୍ତି କିଛି ଲୋକ ଆପଣଙ୍କ ଖରାପ ସମୟରେ ବି ଆପଣଙ୍କର ଭଲ ସାଥୀ ହୋଇ ରୁହନ୍ତି।
କିନ୍ତୁ ବନ୍ଧୁଗଣ କେବେ କେବେ ଶତ୍ରୁ ତ ଆପଣଙ୍କ ଘରେ ବି ରହିଥାନ୍ତି। ଓ ଆଉ କେବେ କେବେ ବାହାରେ। ତ ବନ୍ଧୁଗଣ ଆଜିଏ ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଗୋଟିଏ ଛୋଟ ଉପାୟ ବିଷୟରେ ଜଣାଇବୁ ଯାହା ହେଲା ନାଲି ଲଙ୍କା। ଆପଣଙ୍କ ଘରେ ଯେଉଁ ନାଲି ଶୁଖିଲା ଲଙ୍କା ଆପଣ ବ୍ୟବହାର କରିଥାନ୍ତି। ସେଥିରେ ଆପଣଙ୍କୁ ପ୍ରୟୋଗ କରିବାର ଅଛି। ଯାହା ଦ୍ୱାରା ଆପଣଙ୍କର ଯେତେବି ଶତ୍ରୁ ଥିବେ ସବୁ ଶେ-ଷ ହୋଇଯିବେ ମାନେ ଆପଣଙ୍କ ଶତ୍ରୁନାଶ ହୋଇଯିବେ। ଏବଂ ଆପଣଙ୍କର ସେହି ଶତ୍ରୁମାନେ ଆପଣଙ୍କୁ ନିଜେ ଆସି ହାତ ଯୋଡି କ୍ଷମା ମାଗି ନିଜର ଭୁଲ ସିୟୁକାର କରି ଯିବେ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ ଶୁଖିଲା ନାଲି ଲଙ୍କା ସହ କଣ କରିବେ।
କୌଣସିବି ମଙ୍ଗଳବାର ଦିନ ହେଉ ବା ଶନିବାର ଦିନ ହେଉ ଏଇ ଯେଉଁ ମଙ୍ଗଳବାର ଓ ଶନିବାର ଦିନ ରହିଥାଏ ଏହା ଶତ୍ରୁନାଶ କରିବାର ବହୁତ ଭଲ ବାର ହୋଇଥାଏ। ଏହି ଦୁଇ ଦିନରେ ଆପଣ କୌଣସିବି ଦିନ ଯଦି ଏହି ଉପାୟ କରିବେ ତ ଆପଣଙ୍କୁ ତ ନିଶ୍ଚୟ ଏହାର ଫଳ ମିଳିବ। ତ ଏହି ମଙ୍ଗଳବାର ଓ ଶନିବାର ଦିନ ରାତିରେ ଗୋଟେ ଛୋଟ ପ୍ରୟୋଗ କରିବେ। ବନ୍ଧୁଗଣ ଆପଣ କୋଉଠି ବି ଆପଣଙ୍କ ଘରର ଆଖପାଖରେ ଏହି କାମ କରିପାରିବେ। ବନ୍ଧୁଗଣ ରାତିରେ ହିଁ କରିବେ। ରାତିରେ ମାନେ ଅନ୍ଧାର ହୋଇଯିବା ପରେ। ଗୋଟେ ମାଟି ଜାଗାରେ ଘରର ଆଖପାଖରେ ଗୋଟେ ଛୋଟ ଗାତ ଖୋଳି ନେଇଯିବେ ଓ ସେଥିରେ ୫ ଟି ଶୁଖିଲା ଲଙ୍କା ମନେରଖିବେ ୫ ଟି ଶୁଖିଲା ଲଙ୍କା। ଲଙ୍କାର ଡେମ୍ଫ ଛିଡାଇବେ ନାହିଁ କି ଭଙ୍ଗା ଲଙ୍କା କି ଅଧା ଥିବା ଲଙ୍କା ନେବେ ନାହିଁ।
ଆପଣ ପୁରା ସଫା ,ସିଧା ଓ ଭଲ ଲଙ୍କା ଦେଖିକି ନେବେ। କୋଉଠି କିଛି ଯେମିତି ଭାଙ୍ଗି ଯାଇନଥିବ। ପୁରା ସୁନ୍ଦର ଲଙ୍କା ଦେଖିକି ନେବେ। ଏବଂ ଆପଣଙ୍କର ଶତ୍ରୁଙ୍କର ନାମ ଲଗାତାର ପାଟିରେ କହୁଥିବେ। ଜିଏବି ଶତ୍ରୁଥିବେ ଆପଣଙ୍କର ତାଙ୍କ ନାମ ବାରମ୍ବାର କହୁଥିବେ। ଏବଂ ଏହା ପରେ ସେହି ଶୁଖିଲା ଲଙ୍କାକୁ ସେହି ଗାତ ଭିତରେ ପୁରାଇ ଦେଇ ମାଟି ପକାଇଦେଇ ତାକୁ ଭଲ ଭାବରେ ପୋତି ଦେବେ। ବନ୍ଧୁଗଣ ମଙ୍ଗଳବାର ଦିନ ଓ ଶନିବାର ଦିନ ରାତିରେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ କେବେବି ଶତ୍ରୁ ମାନଙ୍କ ଠାରୁ ପରାଜିତ ବା ହାର ମିଳିବ ନାହିଁ। ଏବଂ ଏହି ପ୍ରକ୍ରିୟା ମନେକରି ଆପଣ ମଙ୍ଗଳବାର ଦିନ ବା ଶନିବାର ଦିନ ହିଁ କରିବେ। ଅନ୍ୟ କୌଣସି ବାର ଦିନ କରିବେ ନାହିଁ। ଶନିବାର ଦିନ କରିବା ବହୁତ ଅତ୍ୟଧିକ ଫଳଦାୟୀ ହୋଇଥାଏ।
ଏହା କରିବାରେ ଆପଣଙ୍କୁ ଆପଣଙ୍କ ଶତ୍ରୁଙ୍କ ଉପରେ ବିଜୟ ମିଳିଥାଏ।ଏବଂ କାମରେ ଯଦି ବନ୍ଧୁଗଣ ଆପଣଙ୍କର ବାଧା ଆସୁଥାଏ ତ ଗୋଟେ ଛୋଟ ପ୍ରୟୋଗ ଏହି ଦିନ ମଧ୍ୟ କରିନିଅନ୍ତୁ।ତାହା ଯେଉଁ ବି କାମ ହେଉ। ଯଦି ସେଥିରେ ବାଧା ଉତ୍ପନ ହେଉଛି ତ ନିଶ୍ଚୟ କରନ୍ତୁ ଏହି ଉପାୟ। ରାତିରେ ଶୋଇବା ପୂର୍ବରୁ ଗୋଟେ ଛୋଟ ପ୍ରୟୋଗ କରିବାକୁ ହେବ ଆପଣଙ୍କୁ। କଣ କରିବେ ନାଁ ଶୁଖିଲା ନାଲି ଲଙ୍କାର ୨୧ ମଞ୍ଜି। ୨୧ ଟି ମଞ୍ଜି ଆପଣ ନେଇଯିବେ ଓ ଗୋଟେ ଯୋଗରେ ବା ଢାଳରେ ବା ଗ୍ଲାସରେ ହେଉ ସେ ଗ୍ଲାସରେ ପାଣି ରଖିକି ସେଥିରେ ଏହି ୨୧ ଟି ମଞ୍ଜିକୁ ଢାଳିଦେବେ। ଓ ୟାକୁ ସେମିତି ରାତି ସାରା ରଖିବାକୁ ଦେବେ।
ତାକୁ ସେମିତି ସ୍ଥିର କରି ରଖିବେ। ତା ସହିତ ଲାଗିବେନି। ଓ ତା ପରଦିନ ସକାଳୁ ଭୋର ଉଠି ଯିବେ ଯେତେବେଳେ କେହିବି ଉଠି ନଥିବେ। ଆପଣଙ୍କୁ କେହିବି ଯେମିତି ଦେଖିପାରିବେ ନାହିଁ। ଆପଣ ଭୋର ଭୋର ଉଠିଯିବେ। ତ ଆପଣ ଉଠି ସାରିଲା ପରେ ଏହି ଗ୍ଲାସଟିକୁ ବା ଢାଳଟିକୁ ଯେଉଁଥିରେ ଆପଣ ରଖିଥିବେ। ତାକୁ ନେବେ ଓ ଆପଣ ଆପଣଙ୍କ ମୁଣ୍ଡ ଉପରେ ଏହାକୁ ୭ ଥର ବୁଲାଇବା ସମୟରେ ମନେ ରଖିବେ ୭ ଥର ଏହାକୁ ଓଲଟା ବୁଲାଇବେ। ସିଧା ବୁଲାଇବେ ନାହିଁ। ବୁଲାଇବା ପରେ। ଏବେ ବନ୍ଧୁଗଣ ଆପଣଙ୍କ ମନରେ ଏହି ପ୍ରଶ୍ନ ଥିବ ଯେ ଓଲଟା ବୁଲାଇବା ମାନେ କେମିତି। ଅଧା ଲୋକେ ଏହାକୁ ବୁଝି ପାରୁନଥିବେ।
ବନ୍ଧୁଗଣ ଆପଣ ଏହାକୁ ଆପଣଙ୍କ ମୁଣ୍ଡ ଉପରେ ପୁରା ଫୁଲ ବୁଲାଇବେ। ଯେତେବେଳେ କେହି ଆପଣଙ୍କୁ ଦେଖୁନଥିବେ। ତ ଆପଣ ଏହି କାମ ଏକୁଟିଆ କରିବାର ଅଛି। ଓ ତାପରେ ବୁଲେଇ ସାରିବା ପରେ ୟାକୁ ନେଇ ଆପଣ ଆପଣ ଯେଉଁଠି ଫୋପାଡିବା ଜାଗାରେ ହେଉ ଯେଉଁଟା ଆପଣ ଅଳିଆ ଆବର୍ଜନା ପକାନ୍ତି ବା ବାହାରେବି ଯେଉଁଠିବି ହେଉ ୟାକୁ ନେଇ ଆପଣ ବାହାରେ ପକାଇ ଦେବେ। ଓ ତାପରେ ଘରକୁ ଆସି ଗୋଡ଼ ହାତ ଧୋଇ ଆପଣ ସ୍ନାନ କରିନେବେ ଭଲ ମନରେ।
ସ୍ନାନ କରି ସାରିବା ପରେ ଆପଣ ଠାକୁର ଘରକୁ ଯିବେ ଓ ଆପଣ ନିଜେ ହିଁ ଆପଣଙ୍କ ଘରେ ପୂଜା କରିବେ। ଆପଣ ପୁଅ ହୋଇଥାନ୍ତୁ କି ଝିଅ ହୋଇଥାନ୍ତୁ। ଯିଏ ବି ହୋଇଥାନ୍ତୁ। ତ ଆପଣ ଘରେ ନିଜେ ପୂଜା କରିବେ ଠାକୁରଙ୍କୁ ଓ ପୂଜା କଲା ବେଳେ ଆପଣ ପ୍ରଭୁଙ୍କୁ ଡାକିବେ ପ୍ରଭୁ ମୁଁ ଏହି ଉପାୟଟି କରିଛି ମୋର ଶତ୍ରୁ ମାନଙ୍କର ନାଶ କରିବାକୁ। ଯେମିତିକି ସେମାନେ ମୋ ଆସୁଥିବା କାମରେ ବାଧା ଉତ୍ପନ ନକରନ୍ତୁ। ଆଉ ମତେ ହଇରାଣ ନକରନ୍ତୁ। ମତେ ଭଲରେ ରହିବାକୁ ଦିଅନ୍ତୁ।
ମୁଁ କଷ୍ଟ କରି ରୋଜଗାର କରିବାକୁ ଚାହୁଁଛି। ଏହା ଜଣାଇକି ଆପଣ ଭଗବାନଙ୍କୁ ପ୍ରାର୍ଥନା କରିବେ। ଏହା କରିବା ଦ୍ୱାରା ଏହି ଉପାୟଟି ବନ୍ଧୁଗଣ ଆପଣ ନିଶ୍ଚୟ ଦେଖିବେ ଭଗବାନ ଆପଣଙ୍କ ପ୍ରାର୍ଥନା ନିଶ୍ଚୟ ଶୁଣିବେ। ଓ ଏହା ପର ଠାରୁ ଏହି ଉପାୟର କିଛି ଦିନ ପରେ ଦେଖିବେ ଆପଣଙ୍କ କାମରେ କୌଣସିବି ବାଧା ଆସିବ ନାହିଁ। ବା ଆପଣ କୌଣସିବି ଚିନ୍ତାରେ ପଡିବେ ନାହିଁ। ବା ଆପଣଙ୍କୁ କୌଣସିବି ଡର ନଥିବ ଆପଣଙ୍କ ଶତ୍ରୁ ମାନଙ୍କ ଠାରୁ ଓ ଆପଣ ସେଦିନ ଠାରୁ ନିଜ ପରିବାରରେ ଭଲରେ ଖୁସିରେ ରହିବେ।