ଲୋହିତ ଗ୍ରହ ମଙ୍ଗଳର ଶବ୍ଦ ସଂଗ୍ରହ କଲା ନାସା

ନାସାକୁ ମିଳିଲା ସଫଳତାର ଫଳ। ମଙ୍ଗଳ ଗ୍ରହକୁ ପଠେଇଥିବା ମଙ୍ଗଳ ଯାନ ରୋଭର ଅବତରଣ ସମୟରେ ଶବ୍ଦ ସଂଗ୍ରହ କରିଛି ନାସା। ନାସାର ଏହି ସଫଳତାରେ ସମସ୍ତେ ତାର ପ୍ରଶଂସା କରୁଛନ୍ତି। ନାସା ପ୍ରକାଶ କଲା ଭିଡିଓ କ୍ଲିପ। ଯେଉଁଥିରେ ଶୁଭୁଛି ମଙ୍ଗଳ ଗ୍ରହର ଶବ୍ଦ।

ରୋଭର କଲା ଶବ୍ଦ ସଂଗ୍ରହ:-

ନାସା ପଠାଇଥିବା ମଙ୍ଗଳ ଯାନ ରୋଭର ମଙ୍ଗଳ ପୃଷ୍ଠକୁ ଓହ୍ଲାଇବା ପୂର୍ବରୁ କରିଛି ଶବ୍ଦ ସଂଗ୍ରହ। ରୋଭର ଏହି ଭିଡିଓଟି ପ୍ରାୟ ୨୦ ମିଟର ଉଚ୍ଚରୁ କରିଛି ରେକର୍ଡ଼ିଂ। ରୋଭର ୨୦ ମିଟର ଉଚ୍ଚରୁ ପବନର ପ୍ରବାହକୁ ରେକର୍ଡ଼ିଂ କରିଛି। ଏହି ଭିଡିଓଟି ୩.୨୫ ମିନିଟର। ଏବେ ନାସା ସେହି ଭିଡିଓକୁ ସୋସିଆଲ ମିଡ଼ିଆରେ କରିଛି ଭାଇ-ରାଲ।

ମଇକ୍ରୋଫୋନରେ ଥିଲା ସମସ୍ୟା:-

ପର୍ସେଭେରାନ୍ସ ପ୍ରୋଜେରେ ମୁଖ୍ୟ ଯନ୍ତ୍ରୀ ଥିବା ଦାଭେ ଗ୍ରୁଏଲ କହିଛନ୍ତି ଯେ, “ଯେତେବେଳେ ରୋଭର ମଙ୍ଗଳ ଗ୍ରହ ପୃଷ୍ଠକୁ ଅବତରଣ କରୁଥିଲା, ସେତେବେଳେ ମାଇକ୍ରୋଫୋନ କାମ କରିବା ବନ୍ଦ କରିଦେଇଥିଲା। ପରେ ଅନେକ ପ୍ରୟାସ ପରେ ତାହା ଠିକ ହେଲା ଓ ଶବ୍ଦ ସଂଗ୍ରହ କରିପାରିଲା”।

ପ୍ରଥମ ଥର ସଫଳତା:-

ମଙ୍ଗଳ ଗ୍ରହର ପୃଷ୍ଠକୁ ଓହ୍ଲାଇବା ସମୟରେ ମଙ୍ଗଳ ଯାନ ଏକ ଘଟଣାକୁ ରେକର୍ଡ଼ିଂ କରିପାରିଛି। ଏହାହିଁ ନାସାର ପ୍ରଥମ ସଫଳତା। ସେହି ଭିଡିଓଟି ଏକ ଆଶାର୍ଯ୍ୟକର ବୋଲି ନାସାର ଜେଟ ପ୍ରପୁଲେସନ ଲାବେରୋଟରୀର ନିର୍ଦେଶକ ମାଇକେଲ ୱାଟକିନ କହିଛନ୍ତି।

ରୋଭର ଓହ୍ଲାଇଲା ମଙ୍ଗଳ ପୃଷ୍ଠକୁ:-

ନାସା ଦ୍ୱାରା ପଠାଯାଇଥିବା ମଙ୍ଗଳଯାନ ରୋଭର ପାରାଚୁଟ ମାଧ୍ୟମରର ହିଟ ସିଳ୍ଡରୁ ବାହାରିଥିଲା। ପରେ ମଙ୍ଗଳ ଗ୍ରହର ପୃଷ୍ଠକୁ ଓହ୍ଲାଇବା ପୂର୍ବରୁ ଗ୍ରହର ଶବ୍ଦ ରେକର୍ଡ଼ିଂ କରିଥିଲା। ଏହାଥିଲା ନାସାପାଇଁ ଏକ ବଡ଼ ସଫଳତା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *