ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା(NASA) ସେହି ଗ୍ରହାଣୁ ଉପରେ ଗବେଷଣା କରିବାକୁ ଯାଉଛି ଯାହା ପୃଥିବୀରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଆରବପତି ବନାଇ ପାରିବ। ଏହି ଗ୍ରହାଣୁ ସମ୍ପୂର୍ଣ୍ଣ ଭାବରେ ଲୌହ, ନିକେଲ ଏବଂ ସିଲିକାରେ ନିର୍ମିତ ହୋଇଛି। ଯଦି ଏଠାରେ ଉପସ୍ଥିତ ଥିବା ଏହି ଧାତୁ ଗୁଡିକ ବିକ୍ରି କରିଦିଆଯାଏ ତେବେ ପୃଥିବୀର ରହୁଥିବା ପ୍ରତ୍ୟେକ ବ୍ୟକ୍ତିକୁ ପାଖାପାଖି ୧୦ ହଜାର କୋଟି ଟଙ୍କା ମିଳିବ।
ନାସା (NASA) ଏହି ଗ୍ରହାଣୁର ନାମ ୧୬ ସାଇକୀ(16 Psyche) ରଖିଛି। ଏହି ଗ୍ରହାଣୁରେ ଥିବା ସମ୍ପୂର୍ଣ୍ଣ ଲୌହର ମୂଲ୍ୟ ପାଖାପାଖି ୧୦୦୦୦ କ୍ୱାଡ୍ରିଲିଅନ୍ ପାଉଣ୍ଡ ଅଟେ। ଅର୍ଥାତ ୧୦୦୦୦ ସହିତ ଆହୁରି ୧୫ ଗୋଟି ଶୂନ। ଏହାର ଗବେଷଣା କରୁଥିବା ସ୍ପେସକ୍ରାଫ୍ଟର ନାମ ମଧ୍ୟ ସାଇକୀ ହିଁ ରଖା ଯାଇଛି।
ନାସାର ସାଇକୀ ସ୍ପେସକ୍ରାଫ୍ଟ ୨୨୬ କିଲୋମିଟର ଚଉଡା ବିଶିଷ୍ଟ ସାଇକୀ ନାମକ ଏହି ଗ୍ରହାଣୁର ଅଧ୍ୟୟନ କରିବ। ସ୍ପେସକ୍ରାଫ୍ଟର କ୍ରିଟକାଲ ଡିଜାଇନ ଷ୍ଟେଜ ପୁରା ହୋଇ ସାରିଛି।
ଇଣ୍ଡିଆଟାଇମ୍ସ ଡଟ କମ ମୁତାବକ, ୧୦୦୦୦ କ୍ୱାଡ୍ରିଲିୟନ ପାଉଣ୍ଡ(୧୦,୦୦୦,୦୦୦,୦୦୦୦,୦୦୦,୦୦୦,୦୦୦ ପାଉଣ୍ଡ) ଅର୍ଥାତ ପୃଥିବୀରେ ଥିବା ପ୍ରତ୍ୟେକ ବ୍ୟକ୍ତିକୁ ପାଖାପାଖି ୧୦ ହଜାର କୋଟି ଟଙ୍କା ମିଳିବ। ଏହି ମୂଲ୍ୟ ଗ୍ରହାଣୁରେ ଥିବା ସମ୍ପୂର୍ଣ୍ଣ ଲୌହର ଅଟେ।
ଗ୍ରହାଣୁ ୧୬ ସାଇକୀ ମଙ୍ଗଳ ଏବଂ ବୃହସ୍ପତି ଗ୍ରହ ମଧ୍ୟରେ ଘୁରି ବୁଲୁଥିବା ଗ୍ରହାଣୁ ବେଲ୍ଟରେ ରହିଛି। ଖବର ମଧ୍ୟ ଆସିଛି ଯେ, ସ୍ପେସ୍ ଏକ୍ସ ମାଲିକ ଏଲନ୍ ମସ୍କଙ୍କ ଠାରୁ ସାହଯ୍ୟ ମାଗି କହିଛନ୍ତି ଯେ, ଏହି ଗ୍ରହାଣୁରେ ଥିବା ଲୌହର ଯାଞ୍ଚ କରିବା ପାଇଁ ନିଜ ଅନ୍ତରୀକ୍ଷ ଯାନ ଦ୍ୱାରା ଏକ ମିଶନ ଆରମ୍ଭ କରନ୍ତୁ।
ଏହି ଗ୍ରହାଣୁ ୧୬ ସାଇକୀ ସୂର୍ଯ୍ୟର ଚତୁରପର୍ଶ୍ୱରେ ଗୋଟିଏ ଥର ପରିକ୍ରମା କରିବା ପାଇଁ ୫ ବର୍ଷ ଲାଗାଇଥାଏ। ଏହାର ଏକ ଦିନ ୪.୧୯୬ ଘଣ୍ଟା ବିଶିଷ୍ଟ ହୋଇଥାଏ। ଏହାର ଓଜନ ପୃଥିବୀର ଚନ୍ଦ୍ର ଓଜନର ପାଖାପାଖି ଏକ ପ୍ରତିଶତ ହିଁ ଅଟେ।
ନାସାର କହିବା କଥା ଯେ, ଗ୍ରହାଣୁକୁ ପୃଥିବୀର ନିକଟକୁ ଆଣିବାର କୌଣସି ଯୋଜନା ନାହିଁ। କିନ୍ତୁ ସେଠାକୁ ଯାଇ ସେଠାରେ ରହିଥିବା ଲୌହର ପରୀକ୍ଷଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।
ନାସାର ପ୍ରସ୍ତୁତି ରହିଛି ଯେ, ସେ ଅଗଷ୍ଟ ୨୦୨୨ ବେଳକୁ ସାଇକୀ ସ୍ପେସକ୍ରାଫ୍ଟକୁ ଗ୍ରହାଣୁ ୧୬ ସାଇକୀ ଉପରକୁ ପଠାଯିବ। ଯଦି ସ୍ପେସ ଏକ୍ସ ନିଜର ଅନ୍ତରୀକ୍ଷ ଯାନରୁ କୌଣସି ରୋବୋଟିକ ମେସିନ ଏହି ଗ୍ରହାଣୁକୁ ପଠାଏ ତେବେ ତାକୁ ସେଠାକୁ ଯାଇ ଅଧ୍ୟୟନ କରି ଫେରିବାକୁ ୭ ବର୍ଷ ଲାଗିବ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |