ନିଜ ମାଆଙ୍କର ପ୍ରସବ କରାଇଲେ ତିନୋଟି ଛୋଟ ପିଲା। ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…

କୌଣସି ମହିଳା ପାଇଁ ଗର୍ଭବତୀ ହେବା ବିଶେଷ ହୋଇଥାଏ। ଦୀର୍ଘ ୯ ମାସ ଗୋଟିଏ ପିଲାକୁ ଗର୍ଭରେ ଧାରଣ କରି ମାଆ ପିଲାଟିକୁ ଦୁନିଆକୁ ଆଣିଥାଏ। ସାଧାରଣତଃ ଏହି ସମୟ ମାଆ ଏବଂ ତା’ର ପରିବାର ପାଇଁ ଅଧିକ ପ୍ରାଇଭେଟ ମାତ୍ର କାନାଡ଼ାର ଜଣେ ମହିଳା ନିଜ ପ୍ରସବକୁ ୟୁଟ୍ୟୁବରେ ଲାଇଭ ଷ୍ଟ୍ରିମିଙ୍ଗ କରିଛନ୍ତି। ଏହି ଭିଡ଼ିଓକୁ ଏକା ସାଙ୍ଗରେ ୧୬ ହଜାର ଲୋକ ଦେଖିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ପ୍ରସବ କୌଣସି ଡାକ୍ତର କରାଇ ନାହାନ୍ତି ନିଜର ତିନୋଟି ଛୋଟ ପିଲାଙ୍କ ସାହାଯ୍ୟରେ ପ୍ରସବ କରିଛନ୍ତି ମହିଳା।

ଏହି ପିଲା ମାନେ ପିତାଙ୍କ ସହିତ ମିଶି ମାଆଙ୍କ ଗର୍ଭରୁ ପିଲାକୁ ବାହାର କରାଇଥିଲେ। ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ ବଡ଼ ଯୁକ୍ତି ଆରମ୍ଭ ହୋଇଯାଇଥିଲା। କିଛି ଲୋକ କହିଛନ୍ତି ଯେ ଏତେ ଛୋଟ ପିଲାଙ୍କ ସାମ୍ନାରେ ପିଲାକୁ ପ୍ରସବ କରାଇବା ଆଦୌ ଠିକ ନୁହେଁ। ତେବେ ପ୍ରସବର ଫୋଟୋ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

କାନାଡ଼ାର ଓଟୋରୀୟୋ ଠାରେ ରହୁଥିବା ୩୨ ବର୍ଷୀୟ ଆଲେକ୍ସସିସ ବାଇଲଡ ନିଜ ଘରେ ନିଜର ଚତୁର୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି। ସେସମୟର ମହିଳାଙ୍କ ସହିତ ତାଙ୍କର ତିନୋଟି ପିଲା ଏବଂ ତାଙ୍କ ସ୍ୱାମୀ ଉପସ୍ଥିତ ଥିଲେ।

ମହିଳାଙ୍କ ପ୍ରସବ କରିବାରେ ତାଙ୍କ ୫୬ ବର୍ଷିୟ ସ୍ୱାମୀ ସାକୋଟ ମ୍ୟାକେଣ୍ଟି ଏବଂ ତାଙ୍କର ତିନୋଟି ସନ୍ତାନ ଏପ୍ରିଲିଆ, ଅମ୍ବର, ଜ୍ୟାକ୍ସନ୍ ତାଙ୍କୁ ସାହାଯ୍ୟ କରିଥିଲେ।

୧୨ ଘଣ୍ଟା ପର୍ଯ୍ୟନ୍ତ ପ୍ରସବ ବେଦନା ସହ୍ୟ କରିବା ପରେ ଆଲେକ୍ସସିସ ନିଜ ଘରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ। ଆଲେକ୍ସସିସଙ୍କ ନବଜାତ କନ୍ୟାକୁ ତାଙ୍କର ଅନ୍ୟ ତିନୋଟି ସାନ୍ତାନ ମିଶି ଗର୍ଭ ବାହାରକୁ ଆଣିଥିଲେ।

ଆଲେକ୍ସସିସ କହିଥିଲେ ଯେ, ତାଙ୍କ ସନ୍ତାନ ମାନେ ଆଗରୁ କଣ୍ଢେଇ ଉପରେ ଅଭ୍ୟାସ କରିଥିଲେ। କଣ୍ଢେଇ ଉପରେ ଅଭ୍ୟାସ କରୁ କରୁ ତାଙ୍କ ନିଜ ମାଆର ପ୍ରସବ କରାଇ ଏକ ନବଜାତ ଶିଶୁ କନ୍ୟାକୁ ଏହି ଦୁନିଆକୁ ଆଣିଛନ୍ତି।

ପ୍ରଥମେ ଆଲେକ୍ସସିସଙ୍କ ପ୍ରଥମ ଝିଅ ଏପ୍ରିଲିଆ ପ୍ରସବ କରାଇବାର ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ତାଙ୍କ ଆତ୍ମବିଶ୍ବାସ ହରାଇ ଦେଇଥିଲେ। ସେତେବେଳେ ସ୍କାଣ୍ଟ ନିଜ ମାଆଙ୍କ ଗର୍ଭରୁ ନିଜ ଭଉଣୀକୁ ପ୍ରସବ କରାଇ ଗର୍ଭରୁ ବାହାରକୁ ଆଣିଥିଲେ।

ଆଲେକ୍ସସିସ ନିଜର ପ୍ରସବକୁ ଲାଇଭ ଷ୍ଟ୍ରିମିଙ୍ଗ କରାଇଥିଲେ। ଯାହାକୁ ୧୬ ହଜାର ଲୋକ ଏକା ସାଙ୍ଗରେ ଦେଖିଥିଲେ। ଆଲେକ୍ସସିସ କହିଛନ୍ତି ଯେ, ତାଙ୍କ ପ୍ରସବ ଭିଡ଼ିଓରେ କେତେକ ଲୋକ କମେଣ୍ଟ କରିଥିଲେ। କିଛି ତାଙ୍କୁ ଖରାପ ମାଆ ବୋଲି ମଧ୍ୟ କହିଥିଲେ।

ଆଲେକ୍ସସିସ କହିବାକୁ ଚାହୁଁଥିଲେ ଯେ, ପିଲା ଜନ୍ମର ଏପରି ପ୍ରକ୍ରିୟାକୁ ସମସ୍ତେ ଦେଖନ୍ତୁ। ଏହା ସାଧାରଣ ଏବଂ ଅତି ସୁନ୍ଦର ଅଟେ। ମାତ୍ର ଲୋକଙ୍କ ନକରାତ୍ମକ କମେଣ୍ଟ ତାଙ୍କୁ ଆହତ କରିଛି।

ହେଲେ ପିଲା ମାନେ ନିଜ ଛୋଟ ଭଉଣୀର ପ୍ରସବ କରାଇ ଅତ୍ୟନ୍ତ ଖୁସି ଅଛନ୍ତି। ଆଲେକ୍ସସିସଙ୍କ ମାନିବା କଥା ଯେ ଏହି ପ୍ରସବ କରାଇବା ପରେ ତାଙ୍କ ପିଲା ମାନଙ୍କ ଆତ୍ମବିଶ୍ୱାସ ଏବଂ ମନୋବଳ ଅତ୍ୟନ୍ତ ମଜବୁତ ହୋଇ ଯାଇଛି। ଏବେ ତାଙ୍କୁ କଷ୍ଟକୁ ନେଇ ଭୟ ଲାଗିବ ନାହିଁ।

Leave a Reply

Your email address will not be published. Required fields are marked *