ନିଜ “ସ୍ୱାମୀ”ଙ୍କୁ ହାତରେ ଝୁଲାଇ ବୁଲୁଛନ୍ତି ଏହି ମହିଳା, ଘରକୁ ଆସିବା ମାତ୍ରେ ଛାତିରେ ଲଗାଇ ଶୋଇଯାଉଛନ୍ତି

ପ୍ରେମର କୌଣସି ସୀମା ନଥାଏ | ପ୍ରେମ କାହାକୁ କୌଣସି ମୁହୂର୍ତ୍ତରେ ଏବଂ କୌଣସି ବ୍ୟକ୍ତି ସହିତ ହୋଇଯାଇପାରେ | ପ୍ରେମ ହେବା ପରେ ଲୋକମାନେ ଠିକ ଭୁଲ ମଧ୍ୟରେ ଥିବା ପାର୍ଥକ୍ୟ ବୁଝି ପାରନ୍ତି ନାହିଁ | ଆଗରୁ ପ୍ରେମ ଦୁଇଟି ବିପରୀତ ଲିଙ୍ଗ ମଧ୍ୟରେ ଥିବା ସମ୍ପର୍କକୁ କୁହାଯାଉଥିଲା | ଏହାପରେ ସମଲିଙ୍ଗ ସମ୍ପର୍କକୁ ମଧ୍ୟ ସମାଜରେ ସ୍ୱୀକୃତି ଦେଇ ଦିଆଗଲା | କିନ୍ତୁ ବର୍ତ୍ତମାନ ଲୋକଙ୍କୁ ନିର୍ଜୀବ ବସ୍ତୁ ପ୍ରତି ମଧ୍ୟ ପ୍ରେମ ହେବାକୁ ଲାଗିଲାଣି | ସେକ୍ସ ଡଲ ସହିତ ସମ୍ପର୍କ ରଖିଥିବା କିଛି ଲୋକ ମଧ୍ୟ ସାମ୍ନାକୁ ଆସିଛନ୍ତି | କିନ୍ତୁ ନିକଟରେ ଜଣେ ଯୁବତୀ ସୋସିଆଲ ମିଡିଆରେ ଯେଉଁ ପ୍ରେମର ଉଲ୍ଲେଖ କରିଛନ୍ତି ତାହା ଆଶ୍ଚର୍ଯ୍ୟଜନକ ଅଟେ | ଏହି ଯୁବତୀ ଜଣକ ବଜାରରୁ ଏକ ଶୁଟକେସ କିଣିଛନ୍ତି ଏବଂ ପୁଣି ତା’ପ୍ରତି ଏତେ ପ୍ରେମ ହୋଇଗଲା ଯେ ତାକୁ ହିଁ ବିବାହ କରି ନେଇଥିଲେ | ବର୍ତ୍ତମାନ ଏହି ଯୁବତୀଙ୍କର ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି |

ପ୍ରେମର ଏହି ଅଜବ କାହାଣୀ ରୁଷରୁ ସାମ୍ନାକୁ ଆସିଛି | ଏଠାରେ ଜଣେ ଯୁବତୀଙ୍କୁ ମଣିଷଙ୍କ ଠାରୁ ନିର୍ଜୀବ ବସ୍ତୁ ପ୍ରତି ଅଧିକ ଭଲ ପାଇବା ରହିଛି | ସେ ପୁଅ ମାନଙ୍କୁ ଡେଟ କରିବା ପରିବର୍ତ୍ତେ ନିର୍ଜୀବ ବସ୍ତୁ କ୍ରୟ କରି ତା’ ସହିତ ନିଜର ସୁଖ ଦୁଃଖ ବାଣ୍ଟିଥାନ୍ତି | ତାଙ୍କ କହିବା କଥା ଯେ ସେ ଏହି ବସ୍ତୁ ଗୁଡିକ ପ୍ରତି ଆକର୍ଷିତ ହୋଇଯାଇଥାନ୍ତି |

ଆକର୍ଷଣର ଏହି କାହାଣୀ ଏତେ ଆଗକୁ ବଢିଯାଏ ଯେ ଶେଷରେ ଯୁବତୀ ଜଣକ କୌଣସି ପୁରୁଷଙ୍କୁ ବିବାହ କରିବା ପରିବର୍ତ୍ତେ ଏକ ଶୁଟକେସକୁ ବିବାହ କରି ନିଜର ସ୍ୱାମୀ ଭାବରେ ଗ୍ରହଣ କରି ନେଇଛନ୍ତି | ରେନ ଗାର୍ଡନ ନାମକ ଏହି ମହିଳା କହିଛନ୍ତି ଯେ ସେ କୌଣସି ମଣିଷ ଠାରୁ ଲକ୍ଷେ ଗୁଣା ଅଧିକ ଭଲପାଇବା ଏହି ଶୁଟକେସ ପ୍ରତି ଅନୁଭବ କରୁଛନ୍ତି |

ରେନଙ୍କୁ ଅନେକ ସମୟରୁ ନିର୍ଜୀବ ବସ୍ତୁ ପ୍ରତି ଆକର୍ଷଣ ଅନୁଭବ ହେଉଛି | ସେ ନିର୍ଜୀବ ବସ୍ତୁ କ୍ରୟ କରି ସେଗୁଡିକ ସହିତ କଥାବାର୍ତ୍ତା କରିଥାନ୍ତି | କିନ୍ତୁ ଏପରି ନୁହେଁ ଯେ ସେ କେବେହେଲେ କୌଣସି ମଣିଷକୁ ଡେଟ କରି ନାହାନ୍ତି | ୨୦୧୭ ମସିହାରେ ସେ ଜଣେ ବ୍ୟକ୍ତିଙ୍କୁ ଡେଟ କରୁଥିଲେ | କିନ୍ତୁ ବ୍ୟକ୍ତି ଜଣକ ଜାଣିବାକୁ ପାଇଲେ ଯେ ସେ ତାଙ୍କ ଠାରୁ ଅଧିକ ନିଜ ଘରର ଆସବାବପତ୍ର ସହିତ ଅଧିକ କଥାବାର୍ତ୍ତା କରୁଛନ୍ତି ଯେଉଁ କାରଣରୁ ଶେଷରେ ସେ ବ୍ରେକଅପ କରି ନେଇଥିଲେ |

ବର୍ତ୍ତମାନ ଜାଣିବା ରେନଙ୍କ ସ୍ୱାମୀଙ୍କ ବିଷୟରେ | ରେନ ଏହାକୁ ଗିଡିୟାନ ନାମ ଦେଇଛନ୍ତି | ସେ ଏହି ଶୁଟକେସକୁ ୨୦୧୫ ମସିହାରେ କିଣି ଆଣିଥିଲେ | ସେ ଏହାକୁ ହାର୍ଡ଼ୱେୟାର ଦୋକାନରୁ କିଣିଥିଲେ | ପ୍ରମ୍ଭିକ ସମୟରେ ସେ ଶୁଟକେସର ଲୁକକୁ ନେଇ ପ୍ରଭାବିତ ହୋଇଯାଇଥିଲେ | ସେ ତାକୁ ଘଣ୍ଟା ଘଣ୍ଟା ଧରି ଦେଖୁଥିଲେ |

ଏହାପରେ ଉଭୟଙ୍କର କଥାବାର୍ତ୍ତା ଆରମ୍ଭ ହୋଇଥିଲା | ରେନଙ୍କ କହିବା କଥା ଯେ ଧୀରେ ଧୀରେ ଶୁଟକେସ ସହିତ ତାଙ୍କୁ ପ୍ରେମ ହୋଇଯାଇଥିଲା | ରେନଙ୍କ ମୁତାବକ ଶୁଟକେସ ତାଙ୍କ କଥା ଶୁଣିଥାଏ ଏବଂ ତାଙ୍କ ଭାବନା ମଧ୍ୟ ବୁଝିଥାଏ | ରେନଙ୍କ ମୁତାବକ ଗିଡିୟାନ କେବଳ ତାଙ୍କ ସ୍ୱାମୀ ନୁହନ୍ତି ବରଂ ତାଙ୍କ ବନ୍ଧୁ ଏବଂ ପଦପ୍ରଦର୍ଶକ ମଧ୍ୟ ଅଟନ୍ତି |

ରେନ କହିଲେ ଯେ ଉଭୟଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଂଯୋଗ ମଧ୍ୟ ରହିଛି | ଉଭୟ ଟେଲିପେଥିକ କମ୍ୟୁନିକେସନ ଦ୍ୱାରା କଥାବାର୍ତ୍ତା ହୋଇଥାନ୍ତି | ରେନଙ୍କର କହିବା କଥା ଯେ ଶୁଟକେସ ତାଙ୍କ ସହିତ କଥା ହୋଇଥାଏ ଯାହା କେବଳ ସେ ହିଁ ଶୁଣି ପାରନ୍ତି | ରେନଙ୍କ ମୁତାବକ ମଣିଷ ମାନଙ୍କ ଠାରୁ ନିର୍ଜୀବ ବସ୍ତୁ ବହୁତ ଭଲ ଅଟନ୍ତି |

ଗିଡିୟାନଙ୍କ ସହିତ ରେନ ବିବାହ କରି ନେଇଥିଲେ | ସେ ଗିଡିୟାନଙ୍କୁ ନିଜର ହାତରେ ଝୁଲାଇ ବାହାରକୁ ବୁଲିବାକୁ ଯାଇଥାନ୍ତି | ଉଭୟ ସାଙ୍ଗରେ ଡେଟ ମଧ୍ୟ ଯାଇଥାନ୍ତି | ଘରେ ଗିଡିୟାନଙ୍କୁ ନିଜ ଛାତିରେ ଲଗାଇ ରେନ ଶୋଇଥାନ୍ତି | ରେନଙ୍କର ପରିବାର ମଧ୍ୟ ଏହି ସମ୍ପର୍କକୁ ସ୍ୱୀକାର କରି ସାରିଛନ୍ତି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *