ସାମାଜିକ ନୀୟମକୁ ବଲୀଉଡ ଅଭିନେତ୍ରୀ ନୀନା ଗୁପ୍ତା ସବୁବେଳେ ଟକ୍କର ଦେବା ଭଳି କାମ କରିଛନ୍ତି।ସେ ବାହା ନହୋଇ ମଧ୍ୟ ମାଆ ହୋଇଯାଇଥିଲେ।ସେ ନିଜ ଝିଅକୁ ଏକୁଟିଆ ମାଆ ହୋଇ ପାଳନ କରୁଛନ୍ତି। କେବଳ ଏତିକି ନୁହେଁ,୪୮ବର୍ଷ ବୟସରେ ସେ ବିବାହ ବି କରିଥିଲେ। ଆଜି ଯେତେବେଳେ ଅବସର ନେବାର ସମୟ ଆସିଛି, ତ ସେ ନିଜ କ୍ୟାରିୟରକୁ ଦ୍ଵିତୀୟ ଥର ପାଇଁ ସୁଯୋଗ ଦେଇଛନ୍ତି। ଏହି ପରି ଭାବରେ ନୀନା ଗୁପ୍ତା ଏକ ଅଲଗା ରାସ୍ତାରେ ହିଁ ଚାଲୁଛନ୍ତି। କିନ୍ତୁ ଏହି ସମୟରେ ତାଙ୍କୁ ବହୁତ କଠିନ ଅନୁଭବ ସହିତ ସମ୍ମୁଖୀନ ହେବାକୁ ପଡ଼ିଛି।
କହିଦେଇଥିଲେ ଏହି କଥା
ଏହାଛଡା ନୀନା ଗୁପ୍ତା ନିଜ ଜୀବନରେ ବହୁତ କିଛି ସମୁଖୀନ କରିଛନ୍ତି ଏବଂ ସେହି ବିଷୟରେ କେତେଥର ଜଣାଇଛନ୍ତି ମଧ୍ୟ, ଏମିତି ଏକ କଥା ଯାହା ନୀନା ଗୁପ୍ତା ଆଗରୁ କେବେବି ଜଣାଇ ନାହାନ୍ତି, ଯାହା ଏବେ ସେ ସାମ୍ନାରେ ପ୍ରତିପାଦନ କରିଛନ୍ତି।ନୀନା ଗୁପ୍ତା ଜଣାଇଛନ୍ତି କି ଗୋଟେ ଥର ଯେତେବେଳେ ତାଙ୍କ ଏକ୍ସ-ବୟଫ୍ରେଣ୍ଡ ସହିତ ଝଗଡ଼ା ହୋଇଥିଲା,ତ କୈାଣସି ପ୍ରକାରରେ ସେ ତାଙ୍କୁ ନୀଚ୍ଚା ଦେଖାଇଥିଲେ।ନୀନା ଗୁପ୍ତାଙ୍କ ମୁତାବକ ସେ ତାଙ୍କୁ କହିଦେଇଥିଲେ କି ତୁମକୁ ତ କେହି ନେବାପାଇଁ ବି ଚାହିଁବେ ନାହିଁ।
ନୀନା ଗୁପ୍ତା କହିଛନ୍ତି କି ଏହି କଥାକୁ ସେ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହାଁନ୍ତି, କିନ୍ତୁ ସେହି ସମୟରେ ତାଙ୍କୁ ଏମିତି ଅନୁଭବ ହୋଇଥିଲା କି ଯେମିତି ସେ କୈାଣସି ବସ୍ତୁ ଅଟନ୍ତି ଏବଂ ପ୍ରଦର୍ଶନ ପାଇଁ ତାଙ୍କୁ କୈାଣସି ଥାକ ଉପରେ ରଖି ଦିଆଯାଇଛି, ଯାହାକୁ କେହି କିଣିବା ପାଇଁ ଚାହୁଁ ନାହାନ୍ତି।ନୀନା ଗୁପ୍ତାଙ୍କ ସହିତ ଯେତେବେଳେ ଏମିତି ହୋଇଥିଲା ତ ସେ ନିଜ ଏକ୍ସଙ୍କ ଠାରୁ ନିଜକୁ ଅଲଗା କରି ନେବା ହିଁ ଉଚିତ ବୋଲି ଭାବିଥିଲେ।
ବାସ୍ତବରେ ଏମିତି ହିଁ କିଛି ସଂପର୍କରେ ହେବା ଉଚିତ। ଯଦି ଆପଣଙ୍କ ସଂପର୍କରେ ଭଲପାଇବା ଅଛି,ତ ଆପଣଙ୍କ ସାଥୀ କେବେବି ଆପଣଙ୍କୁ ନୀଚ୍ଚା ଦେଖାଇବା କିମ୍ବା ଆପଣଙ୍କୁ ଅପମାନ ଲାଗିବା ଭଳି କଥା କହିବେ ନାହିଁ। ବହୁତ ଥର ଝିଅମାନେ ଏହି କଥାକୁ ଚୁପଚାପ ଏହାଭାବି ସହି ନେଇଥାନ୍ତି କି ତାଙ୍କର ସଂପର୍କ ତିଆରି ହେଉଛି, କିନ୍ତୁ ସଂପର୍କରେ ଯଦି ଏମିତି କିଛି ଘଟିବ ତାହେଲେ ଏଥିରୁ ସଫା ହୋଇଯିବ କି ନା ସଂପର୍କରେ ଭଲପାଇବା ଅଛି କିମ୍ବା ନା ଜଣଙ୍କର ଅନ୍ୟ ଜଣଙ୍କ ପାଇଁ ସମ୍ନାନ।
ବିବାହ ଏବଂ ପ୍ରେମ
ନୀନା ଗୁପ୍ତା ଏହିକଥା ବି ଜଣାଇଛନ୍ତି କି ଯେତେବେଳେ ସେ ଏକୁଟିଆ ମାଆ ହୋଇ ନିଜ ଝିଅକୁ ବଡ଼ କରୁଥିଲେ ତ ସେହି ସମୟରେ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ଭଲ ସଂପର୍କ ଥିଲା। ଏହା ମଧ୍ୟରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ କହିଥିଲେ କି ତୁମେ ତାଙ୍କ ସହିତ କଣ ପାଇଁ ବିବାହ କରି ନେଉନାହଁ।ନୀନା ଗୁପ୍ତାଙ୍କ ମୁତାବକ ସେ ଏହି ଜବାବ ଦେଇଥିଲେ କି ସେହି ବ୍ୟକ୍ତିଙ୍କ ପ୍ରତି ତାଙ୍କ ମନରେ ଟିକିଏ ବି ଆକର୍ଷଣ ନାହିଁ।ସେ ତାଙ୍କୁ ପ୍ରେମ କରୁ ନାହାନ୍ତି।ତାଙ୍କ ପାଇଁ ତାଙ୍କ ମନରେ କୈାଣସି ପ୍ରକାର ଅନୁଭବ ବି ନାହିଁ। ଏହାପରେ ତାଙ୍କ ବନ୍ଧୁ ତାଙ୍କୁ କହିଥିଲେ କି ବାହାଘର ପରେ ପ୍ରେମ ହୋଇ ଯାଇଥାଏ।
କପଲସ ମାନଙ୍କ ପାଇଁ ପ୍ରସ୍ତାବ
ଏହି ପ୍ରକାର କଥା ଝିଅମାନଙ୍କ ସହିତ ପୁଅମାନଙ୍କୁ ବି ଶୁଣିବାକୁ ମିଳିଥାଏ। ଏମିତି ବହୁତ ବିବାହିତ ଯୋଡ଼ି ଅଛନ୍ତି, ଯେଉଁ ମାନଙ୍କ ମଧ୍ୟରେ ଭଲପାଇବା ନାହିଁ। ବିନା ଭଲପାଇବାରେ ହିଁ କେବଳ ପାରିବାରିକ ଏବଂ ସାମାଜିକ ଦାବିରେ କେବଳ ସେହି ସଂପର୍କକୁ ପାଳନ କରାଯାଇ ଥାଏ।
ନୀନା ଗୁପ୍ତା ଏହି ସମୟରେ କପଲସ ମାନଙ୍କ ପାଇଁ ଏକ ଉପଦେଶ ଦେଇଛନ୍ତି।ସେ କହିଛନ୍ତି କି ଯେତେବେଳେ ତାଙ୍କର ତାଙ୍କ ପାର୍ଟନରଙ୍କ ସହିତ ଝଗଡ଼ା ହେଉଥାଏ ତ ତାଙ୍କ ମସ୍ତିଷ୍କରେ ତାଙ୍କୁ ନେଇ କେବଳ ନକରାତ୍ମକ କଥା ହିଁ ଆସିବାକୁ ଲାଗିଥାଏ। ଏହା ମଧ୍ୟରେ ସେ ତାଙ୍କ ପାର୍ଟନରଙ୍କର ସକରାତ୍ମକ କଥାକୁ ମନେପକାଇବା ଆରମ୍ଭ କରି ଦେଇଥାନ୍ତି କି ସେ ବାସ୍ତବ ଜୀବନରେ କେତେ ଭଲ ବ୍ୟକ୍ତି ଅଟନ୍ତି ଏବଂ ତାଙ୍କୁ କେତେ ଭଲ ପାଅନ୍ତି।
ନୀନା ଗୁପ୍ତାଙ୍କ ମୁତାବକ ସଂପର୍କରେ ଏମିତି ହିଁ ହେବା ଉଚିତ। ଜଣେ-ଅନ୍ୟ ଜଣଙ୍କ ଖରାପ କଥାକୁ ଛାଡ଼ି ଯଦି ଭଲ କଥା ଉପରେ ଧ୍ୟାନ ଦେବା ଆରମ୍ଭ କରିଦେବେ ତାହେଲେ ଏହାଦ୍ଵାରା ସଂପର୍କରେ କେବେବି ଝଗଡାର ସମସ୍ୟାକୁ ସମ୍ମୁଖୀନ କରିବାକୁ ପଡ଼ିବ ନାହିଁ। ନକରାତ୍ମକ କଥା ବ୍ୟତୀତ ସକରାତ୍ମକ କଥା ଉପରେ ଦୃଷ୍ଟି ଦେବା ଦ୍ଵାରା ସଂପର୍କ ସବୁବେଳେ ମଜବୁତ ହିଁ ହୋଇଥାଏ।