ନିଶାରେ ଟଳ ଟଳ ହ୍ୟାଣ୍ଡଲ ଛାଡ଼ି ଡ୍ରାଇଭର ଚଳାଇଲା ବସ୍ , ଡରିକି କାନ୍ଦିଲେ ଯାତ୍ରୀ, ଅଳ୍ପକେ ବର୍ତ୍ତିଲେ ୨୦ ଜଣ ଯାତ୍ରୀ

ଅନେକ ସମୟରେ ଦେଖିବାକୁ ମିଳିଥାଏ କି , ଡ୍ରାଇଭର ମାନେ ପୁରାପୁରି ଭାବରେ ନିଶାଶକ୍ତ ହୋଇ ଗାଡ଼ି ଚଳାଇବା ପାଇଁ ଲାଗିଥାନ୍ତି । କାହାକୁ କିଛି ଖାତିର ନ କରି କି ଜୀବନ ପ୍ରତି ରହିଥିବା ବିପଦ କଥା ଖାତିର ନ କରି ସେମାନେ ଏପରି କାମ କରି ପକାଇଥାଆନ୍ତି , ଯାହା ଲୋକ ମାନଙ୍କ ଜୀବନକୁ ବିପଦରେ ପକାଇ ଦେଇଥାଏ ।

ତେବେ ଏପରି ପରିସ୍ଥିତିରେ ଅନେକ ଦୁର୍ଘଟଣା ମଧ୍ୟ ଘଟି ଯାଇଥାଏ । କିନ୍ତୁ ତାକୁ ରୋକିବା କଷ୍ଟକର ହୋଇଥାଏ । ଡ୍ରାଇଭର କିଛି କଥା ଖାତିର ନ କରି କି ଲୋକଙ୍କ ଜୀବନ ପ୍ରତି ରହିଥିବା ବିପଦ କଥା ମଧ୍ୟ ମନକୁ ନେଇ ନଥାଏ । ଆଉ ଏପରି କାମ କରିଥାଏ କି , ଯାହାଦ୍ଵାରା ଅନେକ ସମୟରେ ଅନେକ ଲୋକଙ୍କ ଯିବା କଥା ମଧ୍ୟ ଶୁଣିବାକୁ ମିଳିଥାଏ ଆଉ ଭୟଙ୍କର ଦୁର୍ଘଟଣା ଘଟି ଯାଇଥାଏ ।

 

ତେବେ ଏହାରି ମଧ୍ୟରେ ଯେତେ ଚେଷ୍ଟା କଲେ ମଧ୍ୟ ଏହା ଥମିବା ନାମ ନେଉ ନାହିଁ । ଡ୍ରାଇଭର ମାନେ ଆହୁରି ଅଧିକ ନିଶାଶକ୍ତ ହୋଇ ଗାଡ଼ି ଚଳାଇବା ପାଇଁ ଲାଗି ପଡୁଛନ୍ତି ଆଉ ଏହାର ପରିଣାମସ୍ବରୂପ ଅନେକ ବସ୍ ଆଉ ଟ୍ରକ୍ ଦୁର୍ଘଟଣାର ଶିକାର ହେଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଛାତି ଥରାଇ ଦେବ । 

ଏହା ହେଉଛି ଜଣେ ଡ୍ରାଇଭରଙ୍କର ଆଉ ଜଣେ ହେଲପରଙ୍କର କାରନାମା । ଆଉ ଯାହା ଫଳରେ ବସ୍ ମଧ୍ୟରେ ରହିଥିବା ୨୦ ରୁ ଅଧିକ ଲୋକଙ୍କ ଜୀବନ ଯାଉ ଯାଉ ରହି ଯାଇଛି । ଆଉ ବର୍ତ୍ତମାନ ସମୟରେ ଏହା ଚର୍ଚା ହେବାକୁ ଲାଗିଛି କି, ସ୍ଵୟଂ ଭଗବାନ ଆସି ଏହି ଦୁର୍ଘଟଣା ହେଉ ହେଉ ଜୀବନ ବଞ୍ଚାଇ ଦେଇଛନ୍ତି ।

ତେବେ ସୂଚନା ଅନୁଯାୟୀ , ଏପରି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ନିକଟରେ ରହିଥିବା ଗାନ୍ଧିଛକ ନିକଟସ୍ଥ ୬୦ ନମ୍ୱର୍ ଜାତୀୟ ରାଜପଥରେ। ଗତକାଲି ଘଟି ଯାଇଥିବା ଏହି ଦୁର୍ଘଟଣାକୁ ଆଜି ଯାଏଁ କେହି ଭୁଲି ପାରୁ ନାହାନ୍ତି । କାହିଁକି ନା ଜୀବନ ଯାଉ ଯାଉ ଫେରି ଆସିଛି ।

ସୂଚନା ଅନୁଯାୟୀ , ଏକ ବସ୍ ୬୦ ନମ୍ୱର୍ ଜାତୀୟ ରାଜପଥରେ ଯାଉଥିବା ସମୟରେ ସେହି ବସ୍ କୁ ଚଳାଉଥିବା ଡ୍ରାଇଭର ଜଣକ ପୁରାପୁରି ନିଶାଶକ୍ତ ରହିଥିଲେ । ଆଉ ଏହାରି ମଧ୍ୟରେ ସେ ଗାଡ଼ି ଉପରେ ଛିଡା ହୋଇ ଚଳାଉ ଥିବା ସହିତ ଅନେକ ସମୟରେ ତଳେ ଗଳି ମଧ୍ୟ ପଡୁଥିଲେ । ଏପରିକି ଏହା ଦେଖିବାକୁ ମିଳିଥିଲା କି , ବ୍ୟକ୍ତି ଜଣକ ପାଖରେ ରହିଥିବା ହେଲପର ଜଣକୁ ମଧ୍ୟ ଗାଡ଼ି ଷ୍ଟିୟରିଁଙ୍ଗ ଦେଇ ଦେଉଥିଲେ ।।

ତେବେ ଏପରି କାରନାମା ଦେଖି ବସ୍ ରେ ରହିଥିବା ଯାତ୍ରୀ ମାନେ ଭୟଭୀତ ହୋଇ ଯାଇଥିଲେ । ଆଉ ଏପରିକି କିଛି ଲୋକ ବସ୍ ମଧ୍ୟରେ ବେହୋସ୍ ମଧ୍ୟ ହୋଇ ଯାଇଥିଲେ । କାହିଁକି ନା ସେମାନେ ଭାବି ନେଇଥିଲେ ଆଜି ତାଙ୍କର ଜୀବନ ଚାଲିଯିବ । ତେବେ କିଛି ସମୟ ପରେ ପାଖରେ ରହିଥିବା ପୋଲିସ ଷ୍ଟେସନକୁ ଖବର ଦିଆ ଯାଇଥିଲା ।

ଆଉ ପୋଲିସ ଆସି ଗାଡ଼ିର ଡ୍ରାଇଭର ଆଉ ହେଲପରଙ୍କୁ ଗିରଫ କରି ନେଇ ଯାଇଥିଲା । ଆଉ ଲୋକଙ୍କୁ ବଞ୍ଚାଇ ଦେଇଥିଲା । ତେବେ ଏହାପରେ ଗାଡ଼ି ମଧ୍ୟରେ ରହିଥିବା ଲୋକ ମାନେ ଏହାକୁ ନେଇ ନିଜର ମନର କଥା ବଖାଣି କହିଛନ୍ତି କି , ଜୀବନ ଯାଉ ଯାଉ ତାଙ୍କ ଜୀବନ ଫେରି ଆସିଛି ଆଉ ସେଥିପାଇଁ ଭଗବାନଙ୍କୁ ବହୁତ ସାରା ଧନ୍ୟବାଦ୍ ।

Leave a Reply

Your email address will not be published. Required fields are marked *