ନୋରା ଫତେହୀଙ୍କର (Nora Fatehi) ବର୍ତ୍ତମାନ ବଲିଉଡ (bollywood)ରେ ବଡ଼ ନାମ ଅଛି। ଡ୍ୟାନ୍ସ ହେଉ କିମ୍ବା ଅଭିନୟ ଦୁଇଟି ଯାକ କଥାରେ ସେ ପାରଙ୍ଗମ ଅଟନ୍ତି। ଅନେକ ଟିଭି ରିଆଲିଟ ଶୋ ଏବଂ ସିନେମାରେ ଅଂଶଗ୍ରହଣ କରି ସାରିଥିବା ନୋରା ଫତେହୀ ଆଜି ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ପହଁଞ୍ଚିବା ପାଇଁ ସେ ବହୁତ ସଂଘର୍ଷ କରିଛନ୍ତି। ନିଜର ସଂଘର୍ଷର କାହାଣୀକୁ ନୋରା ବର୍ତ୍ତମାନ ଦୁବାଇ (Dubai)ର ବହୁ ପରିଚିତ ୟୁଟ୍ୟୁବର ଅନସ ବୁଖାଶଙ୍କ ସହିତ ଶେୟାର କରିଛନ୍ତି।
ଏହି ଇଣ୍ଟରବ୍ୟୁରେ ନୋରା କହିଥିଲେ କି କେମିତି କନ୍ନାଡା (Canada) ରୁ ଭାରତକୁ ଆସିବା ପରେ ସବୁକିଛି ତାଙ୍କୁ ନିଜ ଆଶାଠାରୁ ବିଲକୁଲ ବିପରୀତ ହିଁ ମିଳିଥିଲା। ତାଙ୍କର ମଜାକ ଉଡା ଯାଇଥିଲା ଏବଂ ଏମିତିକି ତାଙ୍କ ପାସପୋର୍ଟ ମଧ୍ୟ ଚୋରି ହୋଇଯାଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ଏହା ଥିଲା କି ନିଜ ସଂଘର୍ଷ ବିଷୟରେ କହୁକହୁ ନୋରା ଇଣ୍ଟରବ୍ୟୁରେ କାନ୍ଦିବାକୁ ମଧ୍ୟ ଲାଗିଥିଲେ।
ନୋରା ଇଣ୍ଟରବ୍ୟୁରେ କହିଥିଲେ କି ‘ଭାରତ ଆସିବାକୁ ନେଇ ମୁଁ ବହୁତ ଉତ୍ସାହିତ ଥିଲି। ମୋତେ ଏମିତି ଲାଗୁଥିଲା କି ଭାରତକୁ ଯିବାପରେ ହିଁ ଲିମୋଜୀନ ଗାଡ଼ି ମୋତେ ନେବାକୁ ଆସିବ, ରହିବାପାଇଁ ମୋତେ ଏକ ସୁଟ ମିଳିବ ଏବଂ ମୁଁ ବହୁତ ଭଲରେ ନିଜର ଅଡିସନ ଦେବାକୁ ଯିବି। ହେଲେ ବାସ୍ତବରେ ଏମିତି କିଛିବି ହେଇନଥିଲା। ବରଂ ପରେ ଆହୁରି ଅନେକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ଆରମ୍ଭ ହୋଇଯାଇଥିଲା।
ନୋରା ଆଗକୁ କହିଥିଲେ କି ଇଣ୍ଡିଆରେ ତାଙ୍କୁ ସାଥିହୋଇ ୮ ରୁ ୯ଜଣ ଝିଅଙ୍କ ସହିତ ରହିବାକୁ ପଡୁଥିଲା। ସେମାନ ସମସ୍ତେ ଜଣଙ୍କ ଠାରୁ ବଳି ଜଣେ ଦୁଷ୍ଟ ଥିଲେ। ସେଠାରେ ମୋ ପାସପୋର୍ଟ ଚୋରି ହୋଇ ଯାଇଥିଲା। ମୋତେ ଅପମାନିତ କରା ଯାଉଥିଲା, ମୋତେ ମୋ ଦେଶକୁ ପୁଣିଥରେ ପଠାଇ ଦେବାପାଇଁ କୁହାଯାଉଥିଲା। କିନ୍ତୁ ଏସବୁ ପରେ ମଧ୍ୟ ନୋରା ହାର ମାନିନଥିଲେ ଏବଂ ପରିଶ୍ରମ କରିବାକୁ ଲାଗିଥିଲେ।
View this post on Instagram
ନୋରା କହିଥିଲେ କି ସେମାନେ ଅଡିସନ ସମୟରେ ମୋ ମୁହଁ ଉପରେ ହିଁ ମୋର ମଜାକ ଉଡାଉଥିଲେ। ମୋତେ ଏସବୁ ଦେଖି ବହୁତ ରାଗ ମଧ୍ୟ ଲାଗୁଥିଲା। ଆରେ କମ ସେ କମ ମୋର ଯିବାକୁ ତ ଅପେକ୍ଷା କର। ଏହା ସହିତ ନୋରା ନିଜ ସଂଘର୍ଷକୁ ନେଇ ଆହୁରି ଅନେକ କିଛି କହିଥିଲେ ଯାହା ଆପଣ ଏହି ଭିଡିଓରେ ମଧ୍ୟ ଶୁଣି ପାରିବେ।
ଏହି କଥାରେ କୈାଣସି ସନ୍ଦେହ ନାହିଁ କି ନୋରାଙ୍କ ପାଇଁ ଭାରତରେ ବସିବା ଏବଂ ଏଠାର ଇଣ୍ଡଷ୍ଟ୍ରିରେ ଜାଗା ବନାଇବା ବହୁତ କଷ୍ଟ କାମ ଥିଲା। ତାଙ୍କୁ ଏଠାର ଭାଷା ଶିଖିବା ଏବଂ ତାକୁ ସଠିକ ରୂପରେ କହିବାଟା ଶିଖିବାକୁ ମଧ୍ୟ ବହୁତ ସମୟ ଲାଗିଥିଲା। ହେଲେ ଆଜି ସେ ପ୍ରତ୍ୟେକ କଥାରେ ପାରଙ୍ଗମ ହୋଇ ସାରିଛନ୍ତି। ବିଶେଷକରି ତାଙ୍କ ଡ୍ୟାନ୍ସ ଫ୍ୟାନ୍ସମାନଙ୍କ ମଧ୍ୟରେ ବହୁତ ପସନ୍ଦ କରାଯାଉଛି। ବର୍ତମାନ ଅଧିକାଂଶ ଫିଲ୍ମମେକର୍ସ ନିଜ ସିନେମାରେ ନୋରାଙ୍କର ଗୋଟିଏ ଆଇଟମ ଗୀତ ନିଶ୍ଚିତ ରଖୁଛନ୍ତି।
View this post on Instagram
ଏହାଛଡା ଆପଣମାନଙ୍କୁ ନୋରାଙ୍କ ସଂଘର୍ଷର ଏହି କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ।କଣ ଆପଣଙ୍କୁ ନୋରା ଫତେହୀ ପସନ୍ଦ ଆସନ୍ତି?