ବଲିଉଡ ଗାୟିକା ନେହା କକ୍କଡ ଏବଂ ତାଙ୍କର ବୟଫ୍ରେଣ୍ଡ ରୋହନପ୍ରୀତ ସିଂହ ଏକାଠି ହୋଇ ଯାଇଛନ୍ତି | ଉଭୟ ଶନିବାର ଦିନ ୨୪ ଅକ୍ଟୋବରକୁ ଗୁରୁଦ୍ୱାରରେ ବିବାହ କରିଥିଲେ | ଏହି ବିବାହର ଫୋଟୋ ଏବଂ ଭିଡିଓ ଗୁଡିକ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରଲ ହେଉଛି | ଗୁରୁଦ୍ୱାରାରେ ବିବାହ ପରେ ଉଭୟ ସନ୍ଧ୍ୟାରେ ଗ୍ରାଣ୍ଡ ସେଲିବ୍ରେସନ କରିଥିଲେ, ଯେଉଁଥିରେ ପରିବାର ଲୋକଙ୍କ ସହିତ ଇଣ୍ଡଷ୍ଟ୍ରିର ବିଶେଷ ଅତିଥିମାନେ ଶାମିଲ ହୋଇଥିଲେ | କିନ୍ତୁ ଏପରି ଏକ ଜିନିଷ ଯେଉଁ ଆଡକୁ ବର୍ତ୍ତମାନ ଲୋକମାନଙ୍କର ଦୃଷ୍ଟି ଯାଉଛି ତାହା ହେଲା ବିବାହର ପୋଷାକ ଏବଂ ଫାଟରେ ନେହାଙ୍କ ପୋଜ |
୨୪ ଅକ୍ଟୋବର ଦିନ ନିଜ ବିବାହରେ ନେହା କକ୍କଡ ଦୁଇଟି ବହୁତ ସୁନ୍ଦର ପୋଷାକ ପରିଧାନ କରିଥିଲେ | ଏମିତିରେ ସମସ୍ତେ ତାଙ୍କୁ ବିବାହ ପୋଷାକରେ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ହୋଇଯାଇଥିଲେ | କିନ୍ତୁ ଗୋଟିଏ କଥା ଯାହା ସମସ୍ତଙ୍କ ନଜରକୁ ଆସିବାକୁ ଲାଗିଛି, ତାହା ହେଉଛି ନେହା କକ୍କଡଙ୍କର ଗୁରୁଦ୍ୱାରରେ ପିନ୍ଧିଥିବା ବିବାହ ପୋଷାକ ଏବଂ ଅନୁଷ୍କା ଶର୍ମାଙ୍କର ବିବାହ ପୋଷାକ ଏକ ସମାନ ହେବା |
ଏହି ଫୋଟୋ ନେହା କକ୍କଡ ଏବଂ ରୋହନପ୍ରୀତ ସିଂହଙ୍କର ଗୁରୁଦ୍ୱାର ବିବାହର ଅଟେ, ଯେଉଁଥିରେ ଉଭୟ ବହୁତ ସୁନ୍ଦର ଲାଗୁଛନ୍ତି କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ ବିରାଟ ଏବଂ ଅନୁଷ୍କାଙ୍କର ଲୁକ ମଧ୍ୟ ତାଙ୍କ ବିବାହରେ ଏମିତି ହିଁ ସମାନ ରହିଥିଲା | ଏମିତିକି ବିରାଟ ଏବଂ ଅନୁଷ୍କା ଏହିପରି ପୋଜ ମଧ୍ୟ ଦେଇଥିଲେ |
ବର୍ତ୍ତମାନ ଏହି ଫୋଟୋକୁ ଦେଖି ବିଶ୍ୱାସ ହୋଇଗଲା କି ନାହିଁ | ନେହା ଏବଂ ରୋହନପ୍ରୀତ କେବଳ ବିରୁଷ୍କାଙ୍କ ପରି ସବ୍ୟସାଚୀ ପୋଷାକରେ ପ୍ରସ୍ତୁତ ହୋଇଛନ୍ତି ନୁହେଁ ବରଂ ତାଙ୍କର ପୋଜ ଏବଂ ବିବାହ ପୋଷାକ, ବସିବାର ଶୈଳୀ ଏବଂ ଗହଣା ସହିତ ଅନ୍ୟ ଡିଟେଲ ସମ୍ପୂର୍ଣ୍ଣ ଭାବରେ ଅନୁଷ୍କାଙ୍କ ପରି ଅଟେ |
ଆଉ ଏକ ଫୋଟୋ ଯାହା ଆପଣଙ୍କର ହୋଶ ଉଡାଇଦେବ ତାହା ହେଉଛି ଏହି ଫୋଟୋ | ଏହି ଫୋଟୋରେ ରୋହନପ୍ରୀତ ସିଂହ ନିଜ ପତ୍ନୀ ନେହା କକ୍କଡଙ୍କ ମୁଣ୍ଡରେ ସିନ୍ଦୁର ଦେଉଛନ୍ତି | ଏହି ଫୋଟୋକୁ ବହୁତ ସୁନ୍ଦରତାର ସହିତ ଉତ୍ତୋଳନ କରାଯାଇଛି | ଏହା ବହୁତ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟ ଅଟେ | କିନ୍ତୁ ଏହି ଫୋଟୋ ସମ୍ପୂର୍ଣ୍ଣ ରୂପରେ ବିରୁଷ୍କାଙ୍କର ବିବାହ ପରି ଅଟେ |
ବିରାଟ କୋହଲି ମଧ୍ୟ ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କର ମୁଣ୍ଡରେ ସିନ୍ଦୁର ଦେଉଥିବା ସମୟରେ ଏମିତି ପୋଜ କରିଥିଲେ | ଏହି ଫୋଟୋ ଆମେ ସମସ୍ତେ ବିରୁଷ୍କାଙ୍କର ବିବାହରେ ଭାଇରଲ ହୋଇଥିବା ଫୋଟୋ ଗୁଡିକ ମଧ୍ୟରେ ଦେଖିଥିଲେ | ବର୍ତ୍ତମାନ ନେହା କକ୍କଡ ଏବଂ ରୋହନପ୍ରୀତ ମଧ୍ୟ ସମାନ ପୋଜ କରିଛନ୍ତି | ଉଭୟଙ୍କୁ ଦେଖି ବିରୁଷ୍କାଙ୍କ କଥା ମାନେ ପଡି ଯାଉଛି |
ଯେଉଁଠାରେ ନେହା କକ୍କଡଙ୍କର ଗୁରୁଦ୍ୱାର ବିବାହର ପୋଷାକ ଅନୁଷ୍କା ଶର୍ମାଙ୍କର ବିବାହ ପୋଷାକ ସହିତ ମିଶି ଯାଉଛି, ସେହିପରି ବିବାହ ପରେ ସେଲିବ୍ରେସନରେ ପ୍ରିୟଙ୍କା ଚୋପ୍ରାଙ୍କ ଠାରୁ ପ୍ରେରଣା ନେଇଥିଲେ | ନେହା ଲାଲ ରଙ୍ଗର ରାଜକୀୟ ଲେହେଙ୍ଗା ପିନ୍ଧିଥିଲେ, ଯାହା ସମ୍ପୂର୍ଣ୍ଣ ଦେଶୀ ଗାର୍ଲ ପରି ଥିଲା |
ପ୍ରିୟଙ୍କା ଚୋପ୍ରା ନିଜ ବିବାହରେ ଫେମସ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଲାଲ ରଙ୍ଗର ବହୁତ ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ | ନେହା କକ୍କଡଙ୍କ ଲେହେଙ୍ଗା ମଧ୍ୟ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ମିଶି ଯାଉଛି |
ପୋଜ ଏବଂ ଡିଟେଲର କଥା କହିବା ତେବେ ନେହା କକ୍କଡ ଏବଂ ରୋହନପ୍ରୀତଙ୍କର ପୋଜ ଏବଂ ତାଙ୍କର ଗହଣା ଏବଂ ବରମାଳା ମଧ୍ୟ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନଙ୍କ ସହିତ ବହୁତ ମିଶୁଥିଲା |
ପ୍ରିୟଙ୍କା ଚୋପ୍ରା ରାଜସ୍ଥାନର ଉଦୟପୁରର ଓମେଦ ଭବନରେ ରାଣୀଙ୍କ ପରି ବିବାହ କରିଥିଲେ | ତାଙ୍କର ଏହି ରାଜକୀୟ ବିବାହର ଫୋଟୋ ଗୁଡିକ ବହୁତ ଭାଇରଲ ହୋଇଥିଲା | ସେହିପରି ନେହା କକ୍କଡ ମଧ୍ୟ ନିଜର ବିବାହକୁ ରାଜକୀୟ ବନାଇବାରେ କୌଣସି ଅଭାବ ଛାଡି ନଥିଲେ | ସେ ବହୁତ ଜବରଦସ୍ତ ଏଣ୍ଟ୍ରି କରି ନିଜର ବିବାହ ସେଲିବ୍ରେସନ କରିଥିଲେ |
ନେହା କକ୍କଡଙ୍କର ଏହି ପୋଜ ବହୁତ ସଦୁନ୍ଦର ଅଟେ | କିନ୍ତୁ ଏହାକୁ ଦେଖି ମଧ୍ୟ ଆପଣଙ୍କୁ ପ୍ରିୟଙ୍କା ଚୋପ୍ରାଙ୍କର ପୋଜ ମଧ୍ୟ ମାନେ ପଡ଼ିଯିବ | ପ୍ରିୟଙ୍କା ନିଜର ସବ୍ୟସାଚୀ ଲେହେଙ୍ଗାରେ କିଛି ଏପରି ହିଁ ପୋଜ ଦେଇଥିଲେ |
ଏହା ଅଟେ ସେହି ପୋଜ ଯାହାର କଥା କୁହାଯାଉଛି | ନେହା କକ୍କଡଙ୍କର ବିବାହରୁ ଯେଉଁ ନୂତନ ଫୋଟୋ ଗୁଡିକ ଆସିଛି, ଆପଣ ତାଙ୍କ ତୁଳନା ଏହି ଫୋଟୋ ଗୁଡିକ ସହିତ କରି ପାରିବେ | ନେହା ଏବଂ ପ୍ରୀୟଙ୍କାଙ୍କର ଲୁକ ଏବଂ ପୋଜ ସମ୍ପୂର୍ଣ୍ଣ ସମାନ ଲାଗୁଛି |
ବର୍ତ୍ତମାନ ସତରେ ଅନୁଷ୍କା ଶର୍ମା ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ନେହା କକ୍କଡ ଜାଣିଶୁଣି ନକଲ କରିଥିଲେ କି ନାହିଁ, ଏହା ସେ ହିଁ ଜାଣିଛନ୍ତି | କିନ୍ତୁ ନେହା ନିଜର ବିବାହରେ ବହୁତ ସୁନ୍ଦର ଲାଗୁଥିଲେ ବୋଲି ଆମେ ନିଶ୍ଚିନ୍ତ କହି ପାରିବୁ | ନେହା ଏବଂ ରୋହନଙ୍କର ବିବାହର ବହୁତ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି | ପ୍ରଶଂସକ ଉଭୟଙ୍କର ବିବାହକୁ ନେଇ ବହୁତ ଖୁସିରେ ଅଛନ୍ତି |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।