ଓଡ଼ିଶାରେ ନଜର ଆସିଲା ଧଳା କାଉ । ଆଉ ସତ ହୋଇ ଯାଇନି ତ ମାଳିକା ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ।

କଣ ମହାବାତ୍ୟା ମାଡ଼ି ଆସୁଛି ? ନା ମାଳିକାର ସବୁ ବଚନ ସବୁ ସତ ହେବାରେ ଲାଗିଛି ? ବର୍ତ୍ତମାନ ସମୟରେ ସୂଚନା ରହିଛି ଯେ ଓଡ଼ିଶାରେ ଧଳା କାଉ ଦେଖା ଯାଇଛି । ତେବେ ଏହାର ସମସ୍ତେ ବିପଦର ସଙ୍କେତ ବୋଲି ମାନିଛନ୍ତି । ପ୍ରାୟତଃ ସବୁଲୋକ କାଉ ସମ୍ବନ୍ଧରେ ଜାଣିଥିବେ । କାଉ କିଭଳି ଦେଖିବାକୁ ଏବଂ କେଉଁ ରଙ୍ଗର ତାହା ମଧ୍ୟ ସମସ୍ତଙ୍କୁ ଜଣା ଅଛି । ସାଧରଣତଃ କାଉର ରଙ୍ଗ କଳା ହୋଇଥାଏ । ମାତ୍ର ଓଡ଼ିଶାରେ ଏପରି ଏକ କାଉ ଦେଖିବାକୁ ମିଳିଛି ଯାହାର ରଙ୍ଗ ଧଳା ଅଟେ । ଏହି ଧଳା ରଙ୍ଗର କାଉକୁ ଆଧାର କରି ବର୍ତ୍ତମାନ ଅନେକ କଥା ଶୁଣିବାକୁ ମିଳିଛି ।

ତେବେ ଏପରି କୁହାଯାଉଛି ଯେ ଧଳା କାଉ ଦେଖାଯିବା କୁଆଡ଼େ ପ୍ରଳୟ ଆସିବାର ସଙ୍କେତ ଅଟେ । କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡ଼ି ଅଞ୍ଚଳରେ ଗୋଟିଏ ଧଳା କାଉ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଦାମନଯୋଡ଼ି ସ୍ଥିତ । ମାଲୁସାନ୍ତା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ , ଆଲୁମିନା ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ମାଥାଲପୁଟ ହାଟ ଅଞ୍ଚଳ ନିକଟରେ ଏହି ଧଳା କାଉ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ବିଶେଷ କରି ସ୍କୁଲ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ତଳେ ପଡ଼ିଥିବା ଖାଦ୍ୟକୁ କାଉଟି ଖାଉଥିବାର ଦେଖା ଯାଇଛି ।

ତେବେ ଏହାର ବିଜ୍ଞାନ ସମ୍ମତ ମଧ୍ୟ କାରଣ ରହିଛି ଯେ ଅଧିକାଂଶ କାଉର ରଙ୍ଗ କଳା ହୋଇଥାଏ । କିନ୍ତୁ ଆନୁବଂଶିକ କାରଣରୁ କିଛି କାଉର ରଙ୍ଗ ଧଳା ହିଁ ହୋଇଥାଏ । ତେଣୁ ଦୁନିଆରେ ଥିବା କାଉ ମଧ୍ୟରେ କିଛି ଏପରି ଧଳା କାଉ ମଧ୍ୟ ଅଛନ୍ତି ବୋଲି କୁହାଯାଇଛି । କାଉ କଳା ହେବାର ପୌରାଣିକ କାହାଣୀ ମଧ୍ୟ ରହିଛି । ଆଉ ସେହି କାହାଣୀ ଅନୁଯାୟୀ କାଉ କୁଆଡ଼େ ପ୍ରଥମରୁ ଧଳା ଥିଲା ଏବଂ କର୍କଶ ସ୍ୱର ମଧ୍ୟ ନଥିଲା ।

କିନ୍ତୁ ଅଭିଶାପ ପାଇ ହିଁ କାଉ କଳା ହୋଇଥିବା ମଧ୍ୟ କୁହାଯାଇ ଥାଏ । ତେବେ କାହାଣୀ ଅନୁଯାୟୀ ଥରେ ଜଣେ ଋଷି ଏକ ଧଳା ରଙ୍ଗର କାଉକୁ ଅମୃତ ଖୋଜିବାକୁ ଏବଂ ସେ ବିଷୟରେ ଆସି ଜଣାଇବାକୁ କହିଥିଲେ । ଏହାସହ ଅମୃତ ପିଇବାକୁ ବାରଣ ମଧ୍ୟ କରଥିଲେ ।

କିନ୍ତୁ କାଉ ଅମୃତ ତ ପାଇଲା କିନ୍ତୁ ତାହା ପିଇ ମଧ୍ୟ ଦେଇଥିଲା । ଏହାପରେ ସେ ଋଷିଙ୍କୁ ଆସି ମଧ୍ୟ ଏ ବିଷୟରେ ଜଣାଇଲା । ଋଷି କାଉକୁ ବଚନ ଭାଙ୍ଗି ଥିବାରୁ ଅଭିଶାପ ଦେଇଥିଲେ । ଆଉ ସେହି ଦିନଠୁ କାଉ କଳା ଏବଂ ସ୍ୱର କର୍କଶ ବୋଲି କୁହାଯାଉଛି । ଏହାବ୍ୟତୀତ ବର୍ତ୍ତମାନ ସମୟରେ ଏହି ଧଳା କାଉ ଦେଖିବା ପରେ ଲୋକେ ଅନେକ ପ୍ରକାରର ଚିନ୍ତା ଧାରା ବଖାଣିଛନ୍ତି ଏବଂ ନାନାପ୍ରକାରର ମତ ଦେଉଛନ୍ତି । ଏହି ଧଳା କାଉକୁ ଦେଖିବା ପରେ କିଛି ଲୋକେ କହିଛନ୍ତି ଯେ ଏମିତି କାଉ ଦେଖାଯିବା ସୃଷ୍ଟିର ଧ୍ୱଂସର ସୂଚନା ଦେଉଛି । କିଛି ଲୋକେ କହୁଛନ୍ତି ଯେ ଏହା ପ୍ରଲୟ ଦିଗରେ ଇଙ୍ଗିତ କରୁଛି ।

Leave a Reply

Your email address will not be published. Required fields are marked *