ଝାଳର ଦୁର୍ଗନ୍ଧରୁ ମୁ-କ୍ତି ପାଇବା ପାଇଁ ଏହି ସରଳ ଉପାୟଟିକୁ କରନ୍ତୁ

ଗ୍ରୀଷ୍ମ ଋତୁରେ କିଛି ଲୋକମାନଙ୍କୁ ଝାଳ ଆସିଥାଏ ଏବଂ ଏହାଦ୍ୱାରା ସେମାନଙ୍କ ଦେହରୁ ଦୁର୍ଗନ୍ଧ ମଧ୍ୟ ଆସିଥାଏ । ଯଦି ଆପଣର ଅଧିକ ଝାଳ ବାହାରେ ଏବଂ ଗାଧୋଇବା ପରେ ମଧ୍ୟ ଦୁର୍ଗନ୍ଧ ଆସିଥାଏ ,ତେବେ ତଳେ ଦିଆଯାଇଥିବା ଉପାୟଟିକୁ କରନ୍ତୁ । ଏହି ଉପାୟଟିକୁ କଲେ ଝାଳ ଆସିବା ବନ୍ଧ ହୋଇଯିବ ଏବଂ ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ ।

ଏହିଭଳି ଭାବରେ କରନ୍ତୁ ଝାଳକୁ ଦୂର :

ଯେଉଁ ଲୋକମାନଙ୍କ ଠାରୁ ଝାଳର ଅଧିକ ଦୁର୍ଗନ୍ଧ ଆସିଥାଏ , ସେହି ଲୋକମାନେ ଦିନରେ ଦୁଇଥର ଗାଧୋଇବା ଉଚିତ । ପ୍ରତିଦିନ ଦିନରେ ଦୁଇଥର ଗାଧୋଇଲେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ଗୁଡିକ ବୃଦ୍ଧି କରନ୍ତି ନାହିଁ ଏବଂ ଦେହରୁ ଦୁର୍ଗନ୍ଧ ଆସିବା ବନ୍ଧ ହୋଇଯାଏ । ଗ୍ରୀଷ୍ମୠତୁ ଆରମ୍ଭ ହେବା ମାତ୍ରେ , ସକାଳୁ ଏବଂ ସନ୍ଧ୍ୟାରେ ଦୁଇଥର ଗାଧୋଇବା ଆରମ୍ଭ କରିଦିଅ ଏବଂ ଗାଧୋଇଲା ବେଳେ ଆଣ୍ଟିବ୍ୟାକ୍ଟେରିଆ ସାବୁନ ବ୍ୟବହାର କରିବା ଉଚିତ ।

ଆପଣ ଚାହିଁଲେ ପାଣିରେ ଲେମ୍ବୁ ମଧ୍ୟ ମିଶାଇ ପାରିବେ । ଏହା କରିବା ଦ୍ୱାରା ଦୁର୍ଗନ୍ଧ ଆସି ନଥାଏ । ଏହା ବ୍ୟତୀତ ଯେଉଁ ଅଂଶରେ ଅଧିକ ଝାଳ ଆସିଥାଏ ସେଠାରେ ଲେମ୍ବୁ ରସ ଲଗାନ୍ତୁ । ଏକ ଲେମ୍ବୁ କାଟି ତାର ରସ କାଢି ଏହାକୁ ତୁଳା ସାହାଯ୍ୟରେ ଶରୀରରେ ଲଗାନ୍ତୁ । ଏହାକୁ ଶୁଖିବାକୁ ଦିଅନ୍ତୁ ଏବଂ ପରେ ଗାଧୋଇ ପଡନ୍ତୁ । ଏହା କରିବା ଦ୍ୱାରା ଝାଳ ଆସି ନଥାଏ ଏବଂ ଦୁର୍ଗନ୍ଧ ଆସିବା ବନ୍ଧ ହୋଇଯାଏ ।

ଗୋଲାପ ଜଳ ମାଧ୍ୟମରେ ମଧ୍ୟ ଝାଳକୁ ବନ୍ଧ କରାଯାଇ ପାରିବ । ଝାଳ ଦୁର୍ଗନ୍ଧରେ ବିଚଳିତ ଥିବା ଲୋକମାନେ ସମୟ ସମୟରେ ଗୋଲାପ ଜଳ ଲଗାଇବା ଉଚିତ । ଗୋଲାପ ଜଳ ଲଗାଇବା ଦ୍ବାରା ଏହା ଝାଳ ଏବଂ ଦୁର୍ଗନ୍ଧରୁ ମୁକ୍ତି ଦେଇଥାଏ ।

ନିଜ ପ୍ରା-ଇ-ଭେ-ଟ ପା-ର୍ଟ ଏବଂ ଅଣ୍ଡରଆର୍ମସକୁ ସଫା ରଖନ୍ତୁ । ଗାଧୋଇବା ପରେ ପ୍ରା-ଇ-ଭେ-ଟ ପା-ର୍ଟ ଏବଂ ଅଣ୍ଡରଆର୍ମସକୁ ଓଦା ଛାଡ଼ନ୍ତୁ ନାହିଁ । ଗାଧୋଇବା ପରେ ଏହି ସ୍ଥାନଗୁଡିକୁ ସୁଖାନ୍ତୁ । ଏହା ବ୍ୟାକ୍ଟେରିଆ ବୃଦ୍ଧିକୁ ରୋକିଥାଏ । ସେଥିପାଇଁ ଗାଧୋଇବା ପରେ ଏହି ସ୍ଥାନରେ ଆଣ୍ଟିପସପିରାଣ୍ଟ ପାଉଡର ଏବଂ ଡ଼ିଓଡ୍ରାଣ୍ଟ ଲଗାନ୍ତୁ ।

ଶରୀରର ଯେଉଁ ସ୍ଥାନରୁ ଅଧିକ ଝାଳ ଆସିଥାଏ ସେହି ସ୍ଥାନକୁ ସମୟ ସମୟରେ ଓଦା କପଡ଼ାରେ ସଫା କରି ଡିଓଡ୍ରାଣ୍ଟ ଲଗାଇ ଉଚିତ । ଏହା କରିବା ଦ୍ୱାରା ଝାଳ ଆସି ନଥାଏ ଏବଂ ଆମେ ଦୁର୍ଗନ୍ଧରୁ ମୁକ୍ତି ପାଇଥାଉ ।

ଗାଧୋଇବା ପାଣିରେ ନିମ୍ବ ପତ୍ର ମିଶାନ୍ତୁ । ଏହି ଉପାୟଟିକୁ କରିବା ଦ୍ୱାରା ଶରୀରରେ ଦୁର୍ଗନ୍ଧ ଆସି ନଥାଏ । ଏକ ପାତ୍ରରେ ପାଣି ଗରମ ହେବପାଇଁ ରଖିଦିଅନ୍ତୁ ଏବଂ ସେଥିରେ ନିମ୍ବ ପତ୍ର ମିଶାନ୍ତୁ । ଯେତେବେଳେ ପାଣି ଗରମ ହୋଇ ଏହାର ରଙ୍ଗ ସବୁଜ ହୋଇଯିବ ସେତେବେଳେ ଗ୍ୟାସ ବ-ନ୍ଧ କରିଦିଅନ୍ତୁ । ଏହା ଥଣ୍ଡା ହୋଇଯିବ ପରେ ଏହାକୁ ଗାଧୋଇବା ପାଣିରେ ମିଶାନ୍ତୁ । ନିମ୍ବ ପାଣିରେ ପ୍ରତିଦିନ ଗାଧୋଇଲେ ଦୁର୍ଗନ୍ଧ ଆସିବା ବ-ନ୍ଧ ହୋଇଯିବ ।

କିଛି ଲୋକନଙ୍କୁ କପାଳରେ ଝାଳ ଆସିଥାଏ । ଯାହାଦ୍ୱାରା କପାଳରେ ବ୍ରଣ ହୋଇଥାଏ । ଏହି ସମସ୍ୟାଟି ଉପୁଜିଲେ କପାଳରେ ଚନ୍ଦନ ଲେପ ଲଗାନ୍ତୁ । ଚନ୍ଦନ ଲେପ ଲଗାଇବା ଦ୍ଵାରା ଶୀତଲତା ମିଳିଥାଏ ଏବଂ ବ୍ରଣ ଆସିବା ବନ୍ଧ ହୋଇଯାଏ । ଗୋଟେ ଚାମଚ ଚନ୍ଦନରେ ପାଣି ମିଶାଇ ଏକ ଲେପ ତିଆରି କରି ଏହାକୁ ଲଗାନ୍ତୁ । ଶୁଖିବା ପରେ ଏହାକୁ ପାଣି ଦ୍ୱାରା ସଫା କରନ୍ତୁ । ଏହାଦ୍ବାରା ଗରମରେ ହେଉଥିବା ବ୍ରଣ ଶୁଖିଯାଏ ।

ଗ୍ରୀଷ୍ମଋତୁରେ ନିଜ ଶରୀରକୁ ସଫା-ସୁତୁରା ରଖନ୍ତୁ । ପ୍ରଚୁର ପାଣି ପିଅନ୍ତୁ ଯାହା ଫଳରେ ଶରୀରରେ ଝାଳ ବାହାରିବା ଦ୍ଵାରା ଜଳର ଅଭାବ ଦେଖାନଦିଏ ।

ଆଲୋଭେରା ଜେ-ଲ ଲଗାଇବା ଦ୍ଵାରା ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ମିଳିବ । ଶରୀର ଯେଉଁ ସ୍ଥାନରୁ ଦୁର୍ଗନ୍ଧ ଆସିଥାଏ ସେହି ସ୍ଥାନରେ ଜେ-ଲ ଲଗାନ୍ତୁ ଏବଂ ଶୁଖିବା ପରେ ସଫା କରିଦିଅନ୍ତୁ । ଆଲୋଭେରା ଜେ-ଲ ଶୀତଳତା ପ୍ରଦାନ କରେ ଏବଂ ଦୁର୍ଗନ୍ଧରୁ ମୁକ୍ତି ମଧ୍ୟ ଦେଇଥାଏ ।

Leave a Reply

Your email address will not be published. Required fields are marked *