ଧନ ପ୍ରାପ୍ତି ପାଇଁ ଦେବୀ ଲକ୍ଷ୍ମୀଙ୍କୁ ଗୋଲାପ ଅତର ଅର୍ପଣ କରନ୍ତୁ, ଏହି ଅତର କୁ ଶନିଦେବ ଙ୍କ କୃପା ପାଇବା ପାଇଁ ମଧ୍ୟ ବ୍ୟବହାର କରନ୍ତୁ ।

ଜ୍ୟୋତିଷ ଶାସ୍ତ୍ରରେ ଏମିତି ଅନେକ ଜିନିଷ ବ୍ୟବହାର ହୁଏ, ଅତର ମଧ୍ୟ ସେଇ ଜିନିଷ ମାନଙ୍କ ମଧ୍ୟରୁ ଗୋଟେ। ସାଧାରଣତଃ ସୁଗନ୍ଧ ପାଇଁ ଅତରକୁ ବ୍ୟବହାର କରାଯାଏ କିନ୍ତୁ ବିଭିନ୍ନ ଜିନିଷ ରୁ ନିର୍ମିତ ଅତର ବିଭିନ୍ନ ଜ୍ୟୋତିଷ ଶାସ୍ତ୍ର ରେ ବ୍ୟବହାର କରାଯାଏ। ଉଜ୍ଜୟିନୀ ର ଜ୍ୟୋତିସାଚାର୍ଯ୍ୟ ପି.ଟି ପ୍ରବୀଣ ଦିବେଦୀ ଙ୍କ ଅନୁଯାୟୀ, ଅତର ହେଉଛି ଏକ ଏପରି ସୁଗନ୍ଧନ୍ଧିତ ପଦାର୍ଥ, ଯାହାର ବ୍ୟବହାର ପ୍ରାଚୀନ କାଳରୁ ହୋଇଆସୁଛି । ଚନ୍ଦନ ଗୋଲାପ ଆଦି କେତେକ ଜିନିଷ ରୁ ଅତର ପ୍ରସ୍ତୁତ କରାଯାଏ ତାହା ଜଣା ନାହିଁ। ଆଜି ଆମେ ଆପଣଙ୍କୁ ଅତର ସହିତ ଜଡିତ କିଛି ଜ୍ୟୋତିଷ ଶାସ୍ତ୍ର ବିଷୟରେ କହିବୁ

୧. ଯଦି ରାହୁ କୁଣ୍ଡଳୀ ର ଅଶୁଭ ସ୍ଥାନରେ ଅଛି କିମ୍ବା ରାହୁର ମହାଦସା ଚାଲିଛି ତେବେ ପ୍ରତିଦିନ ଚନ୍ଦନ ଅତରରେ ଗାଧେଇବା ଉଚିତ। ଏହା ରାହୁଙ୍କ ଖରାପ ପ୍ରଭାବକୁ ହ୍ରାସ କରେ ।

୨. ଯଦି ପ୍ରତିଦିନି ପତି ପତ୍ନୀ ଙ୍କ ମଧ୍ୟରେ ବିବାଦ ଲାଗିରହୁଥାଏ , ତେବେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହରଶୃଙ୍ଗାର ର ଅତର ଅର୍ପଣ କରନ୍ତୁ । ଏହା ପତି ପତ୍ନୀ ଙ୍କ ବିବାଦର ସମ୍ଭାବନା କୁ ହ୍ରାସ କରିପାରେ ।

୩. ଯଦି ଆପଣ ଧନ ପ୍ରାପ୍ତି ପାଇଁ ଇଛୁକ ଅଛନ୍ତି, ତେବେ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ଚରଣରେ ଗୋଲାପର ସୁଗନ୍ଧ ଅର୍ପଣ କରନ୍ତୁ ଏହି ଉପାୟ ଦ୍ୱାରା ଆପଣଙ୍କ ଇଚ୍ଛା ପୂରଣ ହୋଇପାରିବ ।

୪. ଯଦି ଶନିଦୋଷ ଦ୍ୱାରା ଚିନ୍ତିତ ଅଛନ୍ତି ତେବେ କସ୍ତୁରୀ ର ଅତର କୁ ଶନିବାର ଶନିଦେଵ ଙ୍କୁ ଅର୍ପଣ କରନ୍ତୁ ଏହା ଦ୍ୱାରା ଆପଣଙ୍କୁ ଲାଭ ମିଳିବ ।

୫. ଯଦି ଆପଣ ହନୁମାନ ଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ ହନୁମାନ ଙ୍କ ପ୍ରତିମୃତିର ଦୁଇ କାନ୍ଧରେ କେତକୀ ର ଅତର ଛିଞ୍ଚନ୍ତୁ । ଏହା ଆପଣଙ୍କ ସମସ୍ତ ସମସ୍ୟା କୁ ଦୂର କରିପାରିବ ।

ଯଦି ଆମ ଆର୍ଟିକିଲ ପସନ୍ଦ ଆସିଥାଏ ଗୋଟେ ଲାଇକ କରିବେ ଏବଂ ଏହାକୁ ନେଇ ନିଜର ମତାମତ ଆମକୁ କମେନ୍ଟ ମାଧ୍ୟ୍ୟମରେ ନିଶ୍ଚିନ୍ତ ଦେବେ |

Leave a Reply

Your email address will not be published. Required fields are marked *