ଭାଗ୍ୟ ହେବତ ଏପରି: କେବେ ଏହି ଝିଅ ବସରେ ଟିକେଟ କାଟୁଥିଲା, ଏବେ ବୋହୁ ବନି ହେଲିକାପ୍ଟରରେ ହେଲା ବିଦା

ପ୍ରତ୍ୟେକ ଝିଅ ଚାହଁନ୍ତି ନିଜ ବାପ ଘରୁ ବିଦା ହୋଇ ଶାଶୁଘରେ ସେମାନେ ସୁଖରେ ଜୀବନ ବିତାନ୍ତୁ। ତା ଜୀବନ ସାଥି ତାକୁ ସବୁବେଳେ ଖୁସିରେ ରଖୁ। କିନ୍ତୁ ଏପରି ଏକ ଅଜବ ପ୍ରକାରର ବିବାହ ସାମ୍ମନାକୁ ଆସିଛି ହରିଆଣାରୁ ଯେଉଁଠି ସପନର ରାଜକୁମାର ତାର ରାଜକୁମାରୀକୁ ହେଲିକାପ୍ଟରରେ ବସେଇ ନେଇଗଲା। ସେ ଝିଅ କେବେବି ଭାବି ନଥି୍ଲା କି ଜଣେ ବସରେ ଟିକେଟ କାଟୁଥିବା କଣ୍ଡକ୍ଟର ହେଲିକାପ୍ଟରରେ ବିବାହ ପରେ ବିଦା ହେବ ବୋଲି।

ବାସ୍ତବରେ ଏହି ଘଟଣା ସିରସାରେ ହେଉଛି , ଯେଉଁଠି ପ୍ରତ୍ୟକ ଲୋକମାନଙ୍କ ମୁହଁରେ ଏହି ବିବାହ ବିଷୟରେ ଚର୍ଚ୍ଚା ହେଉଛି। ସୌଭାଗ୍ୟର ଧନୀ ଏବଂ ବଧୂ ସାଝି ଥିବା ଏହି ଝିଅର ନାମ ଶୈଫାଲୀ ଅଟେ। ଯିଏ ରାଜ୍ୟର ପ୍ରଥମ ମହିଳା ଯେ ପ୍ରଥମ ମହିଳା ବସ ପରିଚାଳକ ହୋଇଥିଲେ। ସେ ହରିଆଣା ରୋଡବେଜ ବସରେ ଟିକେଟ କାଟୁଥିବାର ଦେଖିବାକୁ ମିଳିଥିଲେ। ଯେଉଁଥିରେ ସେ ପ୍ରଥମରୁ ଖୁସିରେ ଥିଲେ।

ପବନ ମାଣ୍ଡାଙ୍କ ଝିଅ ଶୈଫାଲୀର ବିବାହ କୈରାଂବାଲୀ ଗାଁର ସଚିନ ସହାରଣଙ୍କ ସହିତ ହୋଇଛି। ଶୈଫାଲୀଙ୍କ ସ୍ବାମୀ ସଚିନ ପିଏନବୀର ଫିଲ୍ଡ ଅଫିସର ଅଟନ୍ତି। ତାଙ୍କ ଶାଶୁଘର ସିରସା ଠାରୁ ୨୫ କିଲୋମିଟର ଅଟେ। ସୋମବାର ଦୁଇ ପ୍ରହରର ୧ଟାରେ ହେଲିକାପ୍ଟର ଗ୍ଲୋବାଲ ସ୍ପେସ ମୈଦାନରେ ଓହ୍ଲାଇ ୨ଟା ବେଳେ ବଧୂକୁ ଉଡାଇ ନେଇ ଚାଲିଗଲା। ଯେତେବେଳେ ବର ଏବଂ କନ୍ୟା ବିଦା ହେଉଥିବା ଦେଖିବା ପାଇଁ ଲୋକମାନଙ୍କର ବହୁତ ଭିଡ ହୋଇଥିଲା। ସେ ପାଖାପାଖି ୧୫ ମିନିଟରେ ଶାଶୁଘର ପହଁଚି ଥିଲା।

ଯେତେବେଳେ ଶୈଫାଲୀ ବସରେ କଣ୍ଡକ୍ଟର କାମ କରୁଥିଲେ ସେତେବେଳେ ଲୋକ ତାଙ୍କୁ ପ୍ରଶଂସା କରୁଥିଲେ ଏବଂ କହୁଥିଲେ କି ଏପରି କାମ କୁ ବାଛି ଦେଶର କିଛି ଝିଅ ମାନେ ପ୍ରମାଣ କରୁଛନ୍ତି କି ସେମାନେ କୌଣସି ପୁରୁଷଙ୍କ ଠାରୁ କମ ନୁହଁନ୍ତି।

ବର୍ତ୍ତମାନ ଶୈଫାଲୀ ଏମଏ ପିଏଚଡି କରୁଛନ୍ତି। ଏହା ପୂର୍ବରୁ ଶୈଫାଲୀ ପାଖାପାଖି ଦୁଇ ବର୍ଷ ପୂର୍ବେ ରୋଡବେଜ କର୍ମଚାରୀମାନଙ୍କ ୨୦୧୮ ର ହରତାଲରେ ରୋଡବେଜରେ ମହିଳା ପରିଚାଳକଙ୍କ ପରି ଜୟନ କରିଥିଲେ। କିନ୍ତୁ କିଛି ଦିନ ପରେ ହରତାଲ ସରିଗଲା ଏବଂ ସେ ପୁଣି ପାଠ ପଢା ଆରମ୍ଭ କରିଥିଲେ।

ଆପଣମାନେ ଭାବୁଥିବେ କି ବସରେ କେଉଁ କେଉଁ ଟାଇପର ଲୋକ ଲୋକ ଯିବା ଆସିବା କରନ୍ତି। ରୋଡବେଜ ବସରେ ଅଧିକାଂଶ ଲୋକ ଭିଡ ରହିଥାଏ। କେତେଥର ତ କଣ୍ଡକ୍ଟରକୁ ଲୋକମାନଙ୍କର ଟିକେଟ କାଟିବାକୁ ସମସ୍ୟା ହେଉଥିବ, କିନ୍ତୁ ଏ ସବୁ ହେବାପରେ ମଧ୍ୟ ଶୈଫାଲୀ ହାର ମାନି ନଥିଲା । ସେ ତାର ନିଜ କାର୍ଯ୍ୟ ଠିକ ସେ କରୁଥିଲା। ଏଥିପାଇଁ ସମସ୍ତେ ଆଜି ଶୈଫାଲୀର ବହୁତ ପ୍ରଶଂସା କରୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *