ଶ୍ରୀମଦ ଭାଗବତ ଗୀତା ରେ ଭଗବାନ ଶ୍ରୀକୃଷ୍ଣ ଅଶ୍ୱତ୍ଥ ଗଛକୁ ନିଜର ଏକ ସ୍ବରୁପ ବୋଲି କହିଛନ୍ତି। ଏହି କାରଣରୁ ଅଶ୍ୱତ୍ଥ ଗଛର ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯାଏ,ସୁଖ ଓ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇପାରେ । ଉଜ୍ଜୟିନୀ ର ଜ୍ୟୋତିଶାଚର୍ଯ୍ୟ ପଣ୍ଡିତ.ପ୍ରଫୁଲ୍ଲ ଭଟ୍ଟ ଙ୍କ ଅନୁସାରେ , ଅଶ୍ୱତ୍ଥ ଗଛର ପୂଜା କଲେ ସମସ୍ତ ଗ୍ରହର ଦଶା ଦୂର ହୋଇଯାଏ । ଏଠାରେ ଜାଣନ୍ତୁ ଅଶ୍ୱତ୍ଥ ଗଛକୁ ପୂଜା କରିବାର ବିଧି ।

ସକାଳେ ସ୍ନାନ ଆଦି କର୍ମ ସରିଲା ପରେ ସଫା ବସ୍ତ୍ର ପିନ୍ଧନ୍ତୁ । ଅଶ୍ୱତ୍ଥ ଗଛ ମୂଳରେ ଗାଈ କ୍ଷୀର ,ତେଲ ଓ ଚନ୍ଦନ ମିଶା ପବିତ୍ର ପାଣି ଅର୍ପଣ କରନ୍ତୁ । ଜଳ ଅର୍ପଣ କଲା ପରେ ଜନଉ ଫୁଲ ଓ ପ୍ରସାଦ ଚଢାନ୍ତୁ । ଧୂପ ଓ ଦୀପ ଜଳାନ୍ତୁ ଆସନରେ ବସି ବା ଛିଡା ହୋଇ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ :
” ମୂଲତେ ବ୍ରହ୍ମରୂପାୟ ମଧ୍ୟତେ ବିଷ୍ଣୁରୂପାୟ । ଅଗ୍ରତଃ ବିଶ୍ଵରୂପାୟ ବୃକ୍ଷରାଜାୟ ତେଃ ନମଃ । ଆୟୁ ପ୍ରଜା ଧନଂ ଧାନଂ ସୌଭାଗ୍ୟ ସର୍ବସମ୍ପଦମ । ଦୋହି ଦେବ ମହାବୃକ୍ଷ ତ୍ବାମହଂ ସରନଂ ଗତଃ । ”
ମନ୍ତ୍ର ଜପ ପରେ ଆରତୀ କରନ୍ତୁ , ପ୍ରସାଦ ସେବନ କରନ୍ତୁ । ଅଶ୍ୱତ୍ଥ ଗଛର ମୂଳରେ ଅର୍ପଣ କରିଥିବା ପାଣିକୁ ନେଇ ଘରେ ଛିଞ୍ଚନ୍ତୁ । ଏହିପରି ଭାବରେ ଅଶ୍ୱତ୍ଥ ଗଛର ପୂଜାକଲେ ଘରେ ସୁଖଶାନ୍ତି ଅତୁଟ ହୋଇରହେ ।
୧ . ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି କି ଅଶ୍ୱତ୍ଥ ଚାରା ଲଗାଇବା ଓ ଏହାର ଯତ୍ନ ନେଉଥିବା ବ୍ୟକ୍ତି ର କୁଣ୍ଡଳୀରୁ ସମସ୍ତ ଗ୍ରହ ଦଶା ଶାନ୍ତ ହୋଇଯାଏ । ଯେତେ ଯେତେ ଏହି ବୃକ୍ଷଟି ବଡ ହେବ ଆପଣଙ୍କ ଘରର ସୁଖ ସଂବୃଦ୍ଧି ବଢିଚାଲିବ ।
୨ . ଯଦି କୌଣସି ବ୍ୟକ୍ତି କୌଣସି ଅଶ୍ୱତ୍ଥ ଗଛ ମୂଳରେ ଶିବଲିଙ୍ଗ ସ୍ଥାପନା କରିଥାଏ ଏବଂ ବିଧିବଦ୍ଧ ଭାବରେ ସେହି ଶିବ ଲିଙ୍ଗର ପୂଜା କରନ୍ତି ତେବେ ତାଙ୍କ ଜୀବନର ସମସ୍ତ ସମସ୍ୟା ସମାପ୍ତ ହୋଇପାରେ। ଏହି ଉପାୟରେ ଖରାପ ସମୟ ଧୀରେ ଧୀରେ ଦୁର ହୋଇଯାଏ । ୩ . ଶନି ଦୋଷ ଶନିଙ୍କର ସାଢେ ସାତି ଏବଂ ଢୋୟା ର ଖରାପ ପ୍ରଭାବକୁ ଦୁର କରିବାକୁ ପ୍ରତି ଶନିବାର ଅଶ୍ୱତ୍ଥ ଗଛରେ ଜଳ ଅର୍ପଣ କରି ସାତ ପରିକ୍ରମା କରିବା ଉଚିତ ।

୪ . ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ଗଛ ମୂଳରେ ଦୀପ ଲଗାଇବା ଉଚିତ ୫ . କଳିଯୁଗରେ ହନୁମାନଜି ଶୀଘ୍ର ପ୍ରସନ୍ନ ହେଉଥିବା ଦେବତା ବୋଲି ମାନ୍ୟତା ରହିଛି । ଯଦି ଅଶ୍ୱତ୍ଥ ବୃକ୍ଷ ମୂଳରେ ବସି ହନୁମାନ ଚାଳିଶା ପାଠକଲେ ଏହା ଶୁଭ ଫଳ ଦାୟୀ ହୋଇଥାଏ ।