କରୋନା ଭାଇରସ ଜନିତ ମହାମାରୀ ପର ଠାରୁ ଏପର୍ଯ୍ୟନ୍ତ ଅନେକ ଫିଲ୍ମର ରିଲିଜ ଡେଟ ଘୁଞ୍ଚାଇ ଦିଆଯାଇ ସାରିଛି। ଥିଏଟରରେ ଶେଷଥର ଇରଫାନ ଖାନଙ୍କ ଫିଲ୍ମ “ଇଂଲିଶ ମିଡିୟମ” ରିଲିଜ କରାଯାଇଥିଲା ଏବଂ ଏହାପରେ ମହାମାରୀ ଚାଲୁଥିବା ସମୟରେ ଦେଶ ସାରା ସିନେମା ହଲରେ ତାଲା ପଡି ଯାଇଛି। ତେବେ ଫିଲ୍ମ ନିର୍ମାତା ଏହାର ବିକଳ୍ପ ଖୋଜିବାକୁ ଯାଇ OTT ଫ୍ଲାଟଫର୍ମରେ ଫିଲ୍ମ ରିଲିଜ କରିବା ଆରମ୍ଭ କରିଦେଇଛନ୍ତି। ସୁଶାନ୍ତଙ୍କ ଫିଲ୍ମ “ଦିଲ ବିଚାରା”, ପରେ ଏବେ “ସଡକ-୨”, ଲକ୍ଷ୍ମୀ ବମ”, ଏବଂ “ସୂର୍ଯ୍ୟବଂଶୀ”ର ଡିଜିଟାଲ ରିଲିଜ ହେବାର ଖବର ଆସୁଛି। ରିପୋର୍ଟସଙ୍କ ମୁତାବକ, ଥିଏଟର ଖୋଲା ଯାଉ କି ନଯାଉ କିନ୍ତୁ ଫିଲ୍ମ ଗୁଡିକର ନିର୍ମାତା ଦୀପାବଳି କିମ୍ବା କ୍ରିଷ୍ଟମାସ ପୂର୍ବରୁ ହିଁ ଫିଲ୍ମ ଗୁଡିକର ରିଲିଜ କରିବାକୁ ଚାହୁଁଛନ୍ତି।
Follow @OTTSandeep for exclusive streaming updates:#Sooryavanshi and #83TheFilm are likely to release on Netflix, if theatres don't open by the end of this year. Reliance Ent don't want to push the release dates any further. Stay tuned.https://t.co/eO0ev0I39T. pic.twitter.com/PmJ8FZhyG4
— Sandeep OTT Updates (@OTTSandeep) August 22, 2020
ନିକଟରେ ହିଁ ରିଲାଏନ୍ସ ଏଣ୍ଟରଟେନମେଣ୍ଟର ସିଇଓ ଶିବାଶୀଷ ସରକାରଙ୍କ ବୟାନ ଆସିଛି ଯେଉଁଥିରେ ସେ କହିଛନ୍ତି ଯେ, ଆମେ ଫିଲ୍ମ ଗୁଡ଼ିକୁ ଥିଏଟରରେ ରିଲିଜ କରିବାକୁ ଚାହୁଁଛୁ। କିନ୍ତୁ ଆମେ ଫିଲ୍ମକୁ ଏକ ଲିମିଟରୁ ଅଧିକ ସମୟ ପର୍ଯ୍ୟନ୍ତ ପୋଷ୍ଟପୋନ କରି ରଖି ପାରିବୁ ନାହିଁ। ଆମେ ରିଲିଜ ଡେଟ କ୍ରିଷ୍ଟମାସ କିମ୍ବା ଦୀପାବଳିରୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକାଇ ରଖିବାକୁ ଚାହୁଁ ନାହୁଁ। କିନ୍ତୁ ଏସବୁ ପରେ ମଧ୍ୟ ପ୍ରଥମ ବିକଳ୍ପ ଥିଏଟର ରିଲିଜ ହିଁ ରହିବ।
ଫିଲ୍ମ କ୍ରିଟିକ ସନ୍ଦିପଙ୍କ ମୁତାବକ, “ସୂର୍ଯ୍ୟବଂଶୀ” ଏବଂ “୮୩” ଦୁଇଟି ଯାକ ଫିଲ୍ମରେ ନେଟଫ୍ଲିକ୍ସରେ ରିଲିଜ ହୋଇପାରେ। ବର୍ଷର ଶେଷ ପର୍ଯ୍ୟନ୍ତ ସିନେମା ହଲ ନଖୋଲିଲେ ରିଲାୟନ୍ସ ଏଣ୍ଟରଟେନମେଣ୍ଟ ଫିଲ୍ମକୁ ଏବେ ଆଉ ଅଧିକ ପୋଷ୍ଟପୋନ କରିବାକୁ ଚାହୁଁନାହିଁ। ରୋହିତ ଶେଟ୍ଟୀଙ୍କ କ୍ୟାମ୍ପ ୟୁନିଭର୍ସର ଫିଲ୍ମ ସୂର୍ଯ୍ୟବଂଶୀକୁ ନଭେମ୍ବର ମାସରେ ଦୀପାବଳି ପାଖାପାଖି ସମୟରେ ରିଲିଜ କରିବା ପାଇଁ ନିଶ୍ଚିତ କରାଯାଇଛି। ପ୍ରଥମେ ଏହି ଫିଲ୍ମ ୨୪ ମାର୍ଚ୍ଚକୁ ରିଲିଜ ହେବାର ଥିଲା କିନ୍ତୁ ସମସ୍ତ ସିନେମା ଘର ବନ୍ଦ ହୋଇଯିବାରୁ ଏହାର ରିଲିଜ ଅଟକି ରହିଯାଇଥିଲା।
OTTରେ ଫିଲ୍ମ ରିଲିଜର କାର୍ଯ୍ୟକ୍ରମ ଅମିତାଭ ବଚ୍ଚନ ଏବଂ ଆୟୁଷମାନ ଖୁରାନାଙ୍କ ଫିଲ୍ମ “ଗୁଲାବୋ-ସିତାବୋ”ରୁ ଆରମ୍ଭ ହୋଇଥିଲା। ଏହାପରେ “ଶକୁନ୍ତଳା ଦେବୀ”, “ଲୁଟକେସ”, “ଖୁଦା ହାଫିଜା”, “ଦିଲ ବେଚାରା” ଏବଂ “ଗୁଞ୍ଜନ ସକ୍ସେନା” ମଧ୍ୟ ଡିଜିଟାଲ ରିଲିଜ କରାଯାଇ ଥିଲା।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |