ପାକିସ୍ତାନର ଲାହୋର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରଙ୍କୁ ବହିଷ୍କାର କରାଯାଇଛି । କାରଣ ଆଣ୍ଠୁ ମାଡି ଛାତ୍ରୀ ଛାତ୍ର କୁ ଫୁଲତୋଡ଼ା ସହିତ ପ୍ରାପୋଜ କଲେ। ତା ପରେ ଛାତ୍ର ଜଣକ ଫୁଲତୋଡା କୁ ଗ୍ରହଣ କରି ଛାତ୍ରୀଙ୍କୁ ଆଲି-ଙ୍ଗନ କଲେ। ବାସ୍ତବରେ କ୍ୟାମ୍ପସ ଭିତରେ ଆଲି-ଙ୍ଗନ ଓ ପ୍ରେମ ପ୍ରସ୍ତାବର ଭିଡିଓ ସୋସିଆଲ ମିଡିଆରେ ଭାଇ-ରାଲ ହେବା ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରିଦେଲେ।
ଶୃଙ୍ଖଳିତ କମିଟିର ନିଷ୍ପତ୍ତି
ଲାହୋର ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଶୃଙ୍ଖଳିତ କମିଟି ଶୁକ୍ରବାର ଏକ ବୈଠକରେ ଉଭୟ ଛାତ୍ରଛାତ୍ରୀଙ୍କୁ ଡକାଇଥିଲେ, କିନ୍ତୁ ଡାକିବା ସତ୍ତ୍ୱେ ଉଭୟ ଛାତ୍ରଛାତ୍ରୀ ଆସିନଥିଲେ । ତାପରେ କମିଟି ଏକ ନିଷ୍ପତ୍ତି ଘୋ-ଷଣା କରିଥିଲା। ସରକାରୀ ବିଶ୍ୱବିଦ୍ୟାଳୟର ବିବୃତ୍ତିରେ କମିଟି ନେଇ ଥିବା ନିଷ୍ପତ୍ତିରେ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରିବା ଏବଂ କ୍ୟାମ୍ପସରେ ଭିତରକୁ ଉଭ-ୟଙ୍କୁ ଆସିବାରେ ବାରଣ କରିବାର ନିଷ୍ପତ୍ତି ମଧ୍ୟ ନେଇଥିଲା । ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୁହାଯାଇଥିଲା, ‘ଉଭୟ ଛାତ୍ରଛାତ୍ରୀ ଖ-ରାପ ବ୍ୟବହାର କରିଛନ୍ତି’ ଏବଂ ବିଶ୍ୱବିଦ୍ୟାଳୟର ନିୟମକୁ ଉଲ୍ଲଂଘନ କରିଛନ୍ତି ।
ଟପ ସର୍ଚ୍ଚ ରେ ଥିଲା ଭିଡିଓ
ପ୍ରେମ ପ୍ରସ୍ତାବର ଏହି ଭିଡିଓ ଟି ଟ୍ୱିଟରରେ ଦ୍ରୁତ ସ୍ପୀଡ଼ ରେ ଭାଇ-ରାଲ ହେଉଛି ଏବଂ ଗତ ଗୁରୁବାର ଦିନ ଏହା ସୋସିଆଲ ମିଡିଆର ଶୀର୍ଷ ସର୍ଚ୍ଚ ଥିଲା । ଭାଇ-ରାଲ୍ ଭିଡିଓରେ ଝିଅ ଟି ଗୋଟିଏ ଆଣ୍ଠୁରେ ବସି ହାତରେ ଗୋଲାପ ଫୁଲତୋଡ଼ା ଧରି ପୁଅକୁ ପ୍ରେମ ପ୍ରସ୍ତାବ ଦିଏ । ତା ପରେ ପୁଅ ଟି ଫୁଲତୋଡ଼ା ନେବା ସହ ଝିଅକୁ ଆଲି-ଙ୍ଗନ କରେ । ନିକଟରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ଉଭୟଙ୍କୁ ଉତ୍ସାହିତ କରିବାକୁ ଲାଗନ୍ତି। ସୋସିଆଲ ମିଡିଆରେ ଏହି ମା-ମ-ଲା ଭାଇ-ରାଲ ହେବା ପରେ ବିଶ୍ୱବିଦ୍ୟାଳୟ ଏହି ନି-ଷ୍ପତ୍ତି ନେଇଛି।
ନିଷ୍ପତ୍ତି ଉପରେ ମିଳିଛି ପ୍ରତିକ୍ରିୟା
ଉଭୟଙ୍କୁ ବିଶ୍ୱବିଦ୍ୟାଳୟରୁ ବାହାର କରିବାକୁ ନେଇ ଇଣ୍ଟରନେଟରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଚଳଚ୍ଚିତ୍ର ‘ମୋହବାତେ’ରୁ ଅମିତାଭ ବଚ୍ଚନଙ୍କ ଛବି ପୋଷ୍ଟ କରି’ ଲାହୋର ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ‘ଲେଖିଛନ୍ତି।ଉଲ୍ଲେଖନୀୟ କଥା ହେଉଛି, ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଗୁରୁକୁଲରେ ଅଧ୍ୟକ୍ଷ ଥିବା ସହ ପ୍ରେମକୁ ବିରୁଦ୍ଧ କରୁଥିଲେ। ଏଥି ସହ ପାକିସ୍ତାନର ସ୍ୱର୍ଗତ ପୂର୍ବ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ଝିଅ ବଖତାୱର ଭୁଟ୍ଟୋ ଜରଦାରୀ ବିଶ୍ୱବିଦ୍ୟାଳୟର କୁ ଦୃଢ ନିନ୍ଦା କରିଛନ୍ତି।
#UniversityOfLahore Pakistani girl propose boy in public in University of Lahore pic.twitter.com/9usTxuIpW2
— Muhammad Asad (@yaarianwriter) March 12, 2021
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।