ନିଜ ସ୍ତ୍ରୀ ଥାଉ ଥାଉ ପର ସ୍ତ୍ରୀ ସହ ସମ୍ପର୍କ ରଖିବା ତ ଦୂରର କଥା ପର ସ୍ତ୍ରୀ ଉପରେ ନଜର ପକାଇବା ମଧ୍ୟ ପାପ ଅଟେ । କିନ୍ତୁ ବର୍ତ୍ତମାନର ମଡର୍ନ ସମାଜରେ ଏସବୁ ଏକ ସାଧାରଣ କଥା ହୋଇ ଗଲାଣି । ଲୋକେ ନିଜର ସମ୍ମାନ ତ ଦୂରରେ ଥାଉ ନିଜ ଆତ୍ମ ସମ୍ମାନକୁ ଅଣଦେଖା କରି ଯେଉଁ ଭଳି କାମ କରୁଛନ୍ତି ତାହା ନିନ୍ଦନୀୟ ଅଟେ ।
ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ଏମିତି ଗୋଟିଏ ନା ଗୋଟିଏ ଘଟଣା ସାମ୍ନାକୁ ଆସୁଛି ଯାହାକୁ ଏକ୍ସଟ୍ରାମେରିଟାଲ ସମ୍ବନ୍ଧୀୟ ଅଟେ । ତେବେ ଆଜି ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବୁ । ଯାହା ବିଷୟରେ ସମ୍ପୁର୍ଣ୍ଣ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।
ସୂଚନା ଅନୁଯାୟୀ ଏହି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଅଟେ । ସୋର ଥାନା ପରିସରରେ ଘଟିଥିବା ଏକ ଘଟଣା ଅନୁଯାୟୀ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଅନ୍ୟ ଜଣେ ସ୍ତ୍ରୀ ଘରୁ ରେଡ଼ ହ୍ୟାଣ୍ଡେଡ଼ ଧରିଛି । ଆଉ ବର୍ତ୍ତମାନ ସ୍ତ୍ରୀର ଅଭିଯୋଗ କ୍ରମେ ତିନି ଜଣ ସୋର ଥାନାରେ ଅଛନ୍ତି ଏବଂ ପୋଲିସ ମାମଲା ବିଷୟରେ ପଚରା ଉଚୁରା କରୁଛି ।
ତିନି ଜଣଙ୍କ ବୟାନ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । କାରଣ ବ୍ୟକ୍ତିଙ୍କ ସ୍ତ୍ରୀ ଯେଉଁଠି ସ୍ୱାମୀକୁ ଅନ୍ୟ ମହିଳାଙ୍କ ଘରୁ ଧରିଛନ୍ତି , ସେଠାରେ ଅନ୍ୟ ମହିଳା ଜଣକ କହିଛନ୍ତି ଯେ ତାଙ୍କୁ ଷଡଯନ୍ତ୍ର କରି ଫସାଇ ଦିଆଯାଇଛି । ଯାହାଦ୍ୱାରା କିଏ ସତ କହୁଛି ଆଉ କିଏ ମିଛ କହୁଛି ତାହା ଦ୍ଵନ୍ଦ ସୃଷ୍ଟି କରିଛି ।
ତେବେ ସୋର ଈଶ୍ୱରପୁରର ସନ୍ତୋଷ କୁମାର ମଣ୍ଡଳଙ୍କର ଅନ୍ୟ ମହିଳାଙ୍କ ସହ କୁଆଡ଼େ ପ୍ରେମ ସମ୍ବନ୍ଧ ରହିଥିଲା । ତେଣୁ ସ୍ତ୍ରୀ ର କହିବା ଅନୁଯାୟୀ ସେ କୁଆଡେ ତାଙ୍କ ସ୍ୱାମୀଙ୍କ ଉପରେ ଏକ ମାସ ହେବ ସନ୍ଦେହ କରି ଆସୁଥିଲେ । ଏମିତିକି ଅନ୍ୟ କେଉଁଠି ମହିଳାଙ୍କ ସହ ଚକ୍କର ଥିବା ପଚାରିଥିଲେ ମଧ୍ୟ । କିନ୍ତୁ ସ୍ୱାମୀ ମନା କରିଥିଲେ । କିନ୍ତୁ ଗତକାଲି ସ୍ୱାମୀ ପଛେ ପଛେ ଯାଇ ସ୍ତ୍ରୀ ତାକୁ ଅନ୍ୟ ମହିଳାଙ୍କ ଘରୁ ଧରିଥିଲା । ଯାହାଦ୍ୱାରା ସ୍ୱାମୀ ନିଜ ସ୍ତ୍ରୀକୁ ବାଡେଇ ଥିବା ମଧ୍ୟ ସ୍ତ୍ରୀ ଜଣକ ଥାନାରେ ଅଭିଯୋଗ ଆଣିଛନ୍ତି ।
କିନ୍ତୁ ଏଠାରେ ଅନ୍ତ ମହିଳାଙ୍କ ବୟାନ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଅନ୍ୟ ମହିଳା ଜଣକ କହିଛନ୍ତି ଯେ ଯୁବକଙ୍କୁ ଏ ସବୁ ସତ କଥା ପଚରା ଯାଉ । ମହିଳା ଜଣକ ରାସ୍ତାରେ ବସି କନ୍ଦାକଟା କରି ଦାବି କରିଛନ୍ତି ଯେ ତାଙ୍କୁ କୁଆଡ଼େ ସବୁ ମିଶି ବଦନାମ କରିବା ସହିତ ତାଙ୍କ ଇଜ୍ଜତ ନିଲାମ କରିଛନ୍ତି । ତେଣୁ ନିଜ ମାନ ହାନୀ ଏବଂ ନିଜର ବଦନାମ ହୋଇଥିବା ଦାବି ନେଇ ମହିଳା ଜଣକ ସନ୍ତୋଷଙ୍କ ସ୍ତ୍ରୀ ନାମରେ ସୋର ଥାନାରେ ଅଭିଯୋଗ କରିଛନ୍ତି ।