ପରିସ୍ରା ସମୟରେ ହେଉଥିବା ଯନ୍ତ୍ରଣାକୁ ଅଣଦେଖା କରନ୍ତୁ ନାହିଁ। ଏହା ସଂକ୍ରମଣର କାରଣ ଏବଂ ଲକ୍ଷଣ ହୋଇଥାଏ।

ଅନେକ ମହିଳାଙ୍କୁ ପରିସ୍ରା କରିବା ସମୟରେ ଯନ୍ତ୍ରଣା ଅନୁଭୁତି ହୋଇଥାଏ। ପରିସ୍ରା କରିବା ସମୟରେ ଏମିତି ଯନ୍ତ୍ରଣା ହେବା ଏକ ସାଧାରଣ କଥା ମାତ୍ର ଯଥା ସମୟରେ ଏହାର ଚିକିତ୍ସା କରାଇ ନେବା ମଧ୍ୟ ନିହାତି ଆବଶ୍ୟକ। କାରଣ ଅଣଦେଖା କରି ଏହାର ଚିକିତ୍ସା ନକଲେ ଏହା ଏକ ମାରାତ୍ମକ ରୋଗରେ ପରିଣତ ହୋଇଯାଇଥାଏ। ସେଥିପାଇଁ ଯଦି ଆପଣଙ୍କୁ ପରିସ୍ରା ସମୟରେ ଯନ୍ତ୍ରଣା ଅନୁଭବ ହେଉଥାଏ ଯଥାଶୀଘ୍ର ଡାକ୍ତର ପରାମର୍ଶ କରନ୍ତୁ। ଏଥିସହିତ ତଳେ ଉଲ୍ଲେଖ ଥିବା ଉପାୟ ଗୁଡିକ ଅବଲମ୍ବନ କରନ୍ତୁ। ଏହାଦ୍ୱାରା ଅପଣଙ୍କୁ ଖୁବଶୀଘ୍ର ଏହି ଯନ୍ତ୍ରଣାରୁ ଉପଶମ ପ୍ରାପ୍ତ ହୋଇଯିବ।

ପରିସ୍ରା କରିବା ସମୟରେ କାହିଁକି ହୋଇଥାଏ ଏପରି ଯନ୍ତ୍ରଣା:

ମୁଖ୍ୟତଃ ସଂକ୍ରମଣ କାରଣରୁ ପରିସ୍ରା କରିବା ସମୟରେ ଯନ୍ତ୍ରଣାର ଉପଲବ୍ଧି ହୋଇଥାଏ। ଏହି ସଂକ୍ରମଣର ଅନେକ କାରଣ ରହିଥାଏ। କେତେକ ମହିଳାଙ୍କୁ ବ୍ୟାକ୍ଟେରିଆ କାରଣରୁ ମୂତ୍ର ନଳୀ ସଂକ୍ରମଣ ବା UTI ହୋଇ ପରିସ୍ରା ସମୟରେ କଷ୍ଟ ଅନୁଭବ ହୋଇଥାଏ। ଏହାଛଡା ଅନେକ ସମୟରେ ଏହି ସଂକ୍ରମଣ କାରଣରୁ ଜ୍ୱର ମଧ୍ୟ ହୋଇଥାଏ। ବାସ୍ତବରେ ଆମ ଶରୀରରେ ସାଧାରଣ ବ୍ୟାକ୍ଟେରିଆର ପ୍ରବାହ ଅବଶ୍ୟକ ହୋଇଥାଏ।

ମାତ୍ର ଅନେକଥର ବ୍ଲାଡ଼ର ଏବଂ ୟୁରେଥାରେ କୋଲି ବ୍ୟାକ୍ଟେରିଆ ଅଧିକ ହୋଇଯାଇଥାନ୍ତି ଯେଉଁ କାରଣରୁ ମୂତ୍ର ନଳୀ ସଂକ୍ରମିତ ହୋଇଯାଇଥାଏ। ଏହି ସଂକ୍ରମଣ କାରଣରୁ ପରିସ୍ରା ସମୟରେ ଜଳାପୋଡା ହେବା ସହିତ ପିଠିର ତଳ ଭାଗରେ ଯନ୍ତ୍ରଣା ଏବଂ ତୀବ୍ର ଜ୍ୱର ହୋଇଥାଏ। ଏହା ଦ୍ୱାରା କେତେକ ମହିଳା ଯୌନ ରୋଗରେ ମଧ୍ୟ ଶିକାର ହୋଇଥାନ୍ତି।

ଏହିସବୁ କାରଣରୁ ହୋଇଥାଏ ସଂକ୍ରମଣ:-

କିଡନୀରେ ପଥର:

କିଡନୀରେ ପଥର ହୋଇଥିଲେ କେତେକାଂଶ ସମୟରେ ଏହା ମୂତ୍ର ନଳୀ ଉପରେ ପ୍ରଭାବ କରିବା ସହିତ ସଂକ୍ରମଣର କାରଣ ପାଲଟିଯାଏ। ଏପ୍ରକାରର ସଂକ୍ରମଣ ହେଲେ ବାନ୍ତି, ଜ୍ୱର ତଥା ଅଣ୍ଡା ପରି କେତେକ ଲକ୍ଷଣ ଦେଖାଦେଇଥାଏ। କିଛି ମହିଳାଙ୍କୁ ପିଠି ଏବଂ ବାହୁରେ କଷ୍ଟ ଅନୁଭୁତି ହୋଇଥାଏ।

ଓଭେରୀଆନ ସିଷ୍ଟ:

ଓଭେରୀଆନ ସିଷ୍ଟ ହୋଇଥିଲେ ପରିସ୍ରା ସମୟରେ ଜଳାପୋଡା ହେବା ସହିତ ମାସିକ ଋତୁସ୍ରାବ ସମୟରେ କଷ୍ଟ ହୋଇଥାଏ। ଏହାଛଡା ପେଟରେ ଏବଂ ମହିଳା ମାନଙ୍କ ସ୍ତନରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

ରାସାୟନିକ ସମ୍ବେଦନଶୀଳତା:

ସାବୁନ, ପରଫ୍ୟୁମ ପରି ରାସାୟନିକ ଉତ୍ପାଦ ପ୍ରୟୋଗ ଦ୍ୱାରା ପରିସ୍ରା ସମୟରେ ଯନ୍ତ୍ରଣା ହୋଇଥାଏ। ବାସ୍ତବରେ ରାସାୟନିକ ଉତ୍ପାଦ ପ୍ରୟୋଗ ଦ୍ୱାରା ବେଜାଇନା ଏବଂ ମୂତ୍ରାଶୟରେ pHର ସନ୍ତୁଳନ ବିଗିଡ଼ି ଯାଇଥାଏ ଏଥିସହିତ ଏହା ସଂକ୍ରମଣର କାରଣ ପାଲଟି ଯାଏ।

ସଂକ୍ରମଣ ଦୂରୀଭୂତ କରିବାର ଉପାୟ:

ଯଦି କୌଣସି କାରଣରୁ ମୂତ୍ରାନଳୀରେ ସଂକ୍ରମଣ ହୋଇଯାଇଥାଏ ତେବେ ଅଧିକରୁ ଅଧିକ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ହୋଇଥିବା ସଂକ୍ରମଣ ଖୁବଶୀଘ୍ର ଠିକ ହୋଇଯାଏ। ଆପଣ ଯଦି ଚାହୁଁଛନ୍ତି ତେବେ ଲେମ୍ବୁ ପାଣି କିମ୍ବା ନଡ଼ିଆ ପାଣି ମଧ୍ୟ ପିଇ ପାରିବେ। ସଂକ୍ରମଣ ସମୟରେ କେବଳ ତରଳ ପଦାର୍ଥ ସେବନ କରନ୍ତୁ। ଏହାପରେ ମଧ୍ୟ ଯଦି ଜଳାପୋଡା କମ ନହୁଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ମୂତ୍ରାଶୟ ସଂକ୍ରମଣର ଲକ୍ଷଣ:

ୟୁରିନ ସଂକ୍ରମଣ ହେଲେ ସାଧାରଣତଃ ନିମ୍ନଲିଖିତ ଲକ୍ଷଣ ଗୁଡିକ ପରିଲକ୍ଷିତ ହୋଇଥାଏ

୧. ବାରମ୍ବାର ପରିସ୍ରା କରିବାକୁ ମନ ହେଉଥିଲେ ମଧ୍ୟ ପରିସ୍ରା ହୋଇ ନଥାଏ। ୨. ପରିସ୍ରା କରିବା ସମୟରେ ତୀବ୍ର ଜଳାପୋଡା ଅନୁଭୂତି ହେବା। ୩. ପରିସ୍ରା ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାଏ। ୪. ତଳ ପେଟରେ ଏବଂ ପେବ୍ଲିକ ଅଞ୍ଚଳରେ କଷ୍ଟ ଅନୁଭବ ହେବା। ୫. ବେଜାଇନାରେ ଯନ୍ତ୍ରଣା ହେବା। ୬. ଅତିରିକ୍ତ ନିଷ୍କାସନ ସହିତ ଦୁର୍ଗନ୍ଧ ହେବା। ୭. ବାରମ୍ବାର ଜ୍ଵର ଆସିବା ସହିତ ବାନ୍ତି ଲାଗିବା।

ମନେରଖନ୍ତୁ କେତେକ ସମୟରେ ସାର୍ବଜନୀନ ଶୌଚାଳୟ ବ୍ୟବହାର କରିବା ଦ୍ୱାରା ମଧ୍ୟ ସଂକ୍ରମଣ ହୋଇଥାଏ। ସେଥିପାଇଁ ଆପଣ ସାର୍ବଜନୀନ ଶୌଚାଳୟକୁ ସାବଧାନତା ସହିତ ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *