BMWରେ ଆବର୍ଜନା ଉଠାଉଛନ୍ତି ବ୍ୟକ୍ତି, କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ଝାରଖଣ୍ଡର ରାଞ୍ଚିରେ ଏକ ବହୁତ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଲା | ଯେଉଁଠାରେ ଜଣେ ବ୍ୟକ୍ତି ନିଜର ବିଳାସପୂର୍ଣ୍ଣ କାର BMWରେ ସଡକ ଉପରେ ପଡି ରହିଥିବା ଅଳିଆ ଗଦାରୁ ଅଳିଆ ଉଠାଇ ନେଉଥିବାର ନଜର ଆସୁଛନ୍ତି | ରାଞ୍ଚିର ଜଣେ ଯୁବକ ଵ୍ୟାପାରୀ ପ୍ରିନ୍ସ ଶ୍ରୀବାସ୍ତବଙ୍କର ନିଜ ଡ୍ରିମ କାରରେ ଅଳିଆ ଉଠାଉଥିବାର ନଜର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଉଛି |

ବାସ୍ତବରେ ପ୍ରିନ୍ସ ଶ୍ରୀବାସ୍ତବ ନିଜ ପିତାଙ୍କୁ ଉପହାର ଦେବା ପାଇଁ ବିଏମଡବ୍ଲ୍ୟୁ କାର କିଣିଥିଲେ | କିନ୍ତୁ କାର କିଣିବା ପରେ ସେ ଲଗାତାର ଚିନ୍ତିତ ରହିଥିଲେ | ବିଏମଡବ୍ଲ୍ୟୁର ସର୍ଭିସ ସେଣ୍ଟରକୁ ଯିବା ପରେ ତାଙ୍କର ଏହି ଦାମୀ ଏବଂ ବିଳାସପୂର୍ଣ୍ଣ କାର ଠିକ ହୋଇନଥିଲା | ଯେଉଁ କାରଣରୁ ପ୍ରିନ୍ସଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି |

ଏହି ସମୟରେ ପ୍ରିନ୍ସଙ୍କୁ ତାଙ୍କ ବିଏମଡବ୍ଲ୍ୟୁ କାର ଠିକ କରିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡିଲା | କେବଳ ଏତିକି ନୁହେଁ ପ୍ରିନ୍ସ ୱାର୍କଶପ ମାଲିକଙ୍କର ବ୍ୟବହାର ଦ୍ୱାରା ମଧ୍ୟ ବହୁତ ଚିନ୍ତିତ ଅଛନ୍ତି | ଏଥିପାଇଁ ସେ ନିଜର ଆଉଏକ ବିଏମଡବ୍ଲ୍ୟୁ କାରକୁ ଅଳିଆ ଉଠାଇବା କାମରେ ଲଗାଇ ଦେଇଛନ୍ତି |

ପ୍ରିନ୍ସ କହିଛନ୍ତି ଯେ କ୍ରିକେଟର ଈଶାନ କିଶନ ରଣଜୀ କ୍ରିକେଟର ଅଜାତଶତ୍ରୁଙ୍କର ମଧ୍ୟ ଏପରି ହିଁ ଅଭିଯୋଗ ରହିଛି | ସେ ମଧ୍ୟ ନିଜର କାରକୁ ନେଇ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | କାରର ସର୍ଭିସିଙ୍ଗ ଏବଂ ମରାମତି ସହ ଜଡିତ ବହୁତ ସମସ୍ୟା ରହିଛି | ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାଞ୍ଚି ସ୍ଥିତ ସର୍ଭିସିଂ ସେଣ୍ଟର ଏବଂ ଶୋ-ରୁମ ପ୍ରବନ୍ଧନ ତରଫରୁ କୌଣସି ମଧ୍ୟ ସନ୍ତୋଷଜନକ ଏକ୍ସନ ନିଆଯାଇ ନାହିଁ |

ପ୍ରିନ୍ସ ଶ୍ରୀନିବାସଙ୍କ କହିବା କଥା ଯେ ଯଦି ଖୁବଶୀଘ୍ର ତାଙ୍କ ସମସ୍ୟାର ସମାଧାନ ନକରାଗଲା ତେବେ ସେ ୨୯ ନଭେମ୍ବର ଦିନ ସମସ୍ତଙ୍କ ସହ ମିଶି ବିଏମଡବ୍ଲ୍ୟୁ କାରରେ ଅଳିଆ ଉଠାଇବେ | ପ୍ରିନ୍ସ ଏହି ଘଟଣାକୁ ନେଇ କୋର୍ଟକୁ ମଧ୍ୟ ଖୁବଶୀଘ୍ର ଯିବେ |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *