ହାଡ କମ୍ପିବା ଭଳି ଏହି ଥଣ୍ଡା ପାଗ ଏବଂ ବରଫ ପରି ହୋଇଯାଇଥିବା ନଦୀ ପାଣିରେ ଭାସୁଥିଲେ ମହିଳା..ଏବଂ ଗଙ୍ଗା ନଦୀର ଧାରାରେ ଭାସୁଥିବା ମହିଳାଙ୍କୁ ଉଦ୍ଧାର କରିବା ମାଛୁଆଳ ପାଇଁ କଷ୍ଟସାଧ୍ୟ.. ଡଙ୍ଗାରେ ଥିବା ମଛୁଆଳ କୈାଣସି ପ୍ରକାରରେ ତାଙ୍କୁ ନଦୀରୁ ଉଦ୍ଧାର କରି ଡଙ୍ଗା ପାଖକୁ ନେଇ ଆସିଥିଲେ। ଆଶ୍ଚର୍ଯ୍ୟ କରିଦେବା ଭଳି କଥା ଏହା କି ମହିଳା ଜଣଙ୍କ ଜିବିତ ଥିଲେ। ଚକିତ କରିଦେବା ଭଳି ଏହି କଥା ବିହାରର ବୈଶାଳୀ ଜିଲ୍ଲାର ଅଟେ।
ମହିଳା ଜଣଙ୍କ ଗଙ୍ଗା ନଦୀର ବରଫ ଭଳି ହୋଇଯାଇଥିବା ଥଣ୍ଡା ପାଣିରେ ୧୨ଘଣ୍ଟା ପର୍ଯ୍ୟନ୍ତ ଭାସୁଥିଲେ। ପାଖାପାଖି ୧୦କିମି ଦୂର ମୃତ୍ୟୁର ନିକଟରେ ପହଞ୍ଚିଥିବା ଏହି ମହିଳାଙ୍କୁ ମାଛୁଆଳଟିଏ ଜିବିତ ଅବସ୍ଥାରେ ବଞ୍ଚାଇ ଥିଲେ।
ମହିଳାଙ୍କ ନାମ ଅନିତା ଦେବୀ ଅଟେ।ରାଘୋପୁର ଦିୟାରାରେ ରହୁଥିବା ଏହି ମହିଳା ବହୁତ ସନ୍ଧ୍ୟାରେ ଗଙ୍ଗା ନଦୀ ଉପରେ ହୋଇଥିବା କାଠ ପୋଲରେ ଆସୁଥିଲେ। ମୁଣ୍ଡବିନ୍ଧା ହେବା କାରଣରୁ ଅଟୋରୁ ବାହାରି କାଠ ପୋଲ ଉପରେ ବସି ଯାଇଥିଲେ। ଏହା ମଧ୍ୟରେ ପାଦ ଖସିଗଲା ଏବଂ ନଦୀରେ ପଡି ଯାଇଥିଲେ। ରାତିସାରା ମହିଳା ଜଣଙ୍କ ନଦୀରେ ଭାସୁଥିଲେ।
ରାଘୋପୁର କାଠ ପୋଲ ଠାରୁ ପାଖାପାଖି ୧୦କିଲୋମିଟର ଦୂର ସକାଳୁ-ସକାଳୁ ମଛୁଆଳର ଏକ ଦଳ ଏହି ମହିଳା ଅନିତା ଦେବୀଙ୍କୁ ପାଣିର ଧାରା ସହିତ ଭାସୁ ଥିବାର ଦେଖିଲେ ଏବଂ ନଦୀରୁ ବାହାର କରିଥିଲେ। ଏହି ପୂରା ଘଟଣାକୁ ମଛୁଆଳଙ୍କ ଦଳ ମଧ୍ୟରୁ ଜଣେ ମଛୁଆଳ ନିଜ ମୋବାଇଲରେ କବଜା କରି ନେଇଥିଲେ।
ସାରା ରାତି ନଦୀର ଥଣ୍ଡା ପାଣିରେ ରହିବା ପରେ ମହିଳା ଜଣଙ୍କର ଅବସ୍ଥା ବହୁତ ଖରାପ ହୋଇଯାଇ ଥିଲା। ମହିଳା ଜଣଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ଡ଼ାକ୍ତରଖାନାକୁ ନେଇଯାଇଥିଲେ ଯେଉଁଠାରେ ଡାକ୍ତର ଗରମ କପଡ଼ା ଏବଂ ଉତ୍ତାପ ମାଧ୍ୟମରେ ନୂଆ ଜୀବନ ଦେଇଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।