ଲୋକମାନେ ପେଟ୍ରୋଲ ଏବଂ ଡିଜେଲର ଦରବୃଦ୍ଧିର କଷ୍ଟ ଅନୁଭବ କରି ସାରିଛନ୍ତି। ଅନେକ ରାଜ୍ୟରେ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟରକୁ ୧୦୦ଟଙ୍କା ହୋଇ ସାରିଛି, ଏବଂ ବର୍ତ୍ତମାନ ଧୀରେ ଧୀରେ ଡିଜେଲ ମଧ୍ୟ ଶହ ସ୍ଥାନରେ ପହଞ୍ଚିବା ଆଡକୁ ଗତି କରୁଛି। ଏହା ମଧ୍ୟରେ ଟିକେ ଚିନ୍ତା କରନ୍ତୁ ଯେତେବେଳେ ପେଟ୍ରୋଲ-ଡ଼ିଜେଲ ଏତେ ଅଧିକ ଦରରେ ବିକ୍ରୀ ହେବ ତାହେଲେ ମନୁଷ୍ୟ ଏହାର ଗୋଟିଏ ବୁନ୍ଦା ମଧ୍ୟ କେମିତି ସହଜରେ ଛାଡିଦେବ। ଏହି ଘଟଣାକୁ ନେଇ ଜଣେ ବ୍ୟକ୍ତି ଭିଡିଓ ବନାଇଛନ୍ତି ଯାହାକୁ ଦେଖି ଭବିଷ୍ୟତର ଚିନ୍ତା ମଧ୍ୟ ହେଉଛି ଏବଂ ହସ ମଧ୍ୟ ଲାଗୁଛି!
ବୁନ୍ଦା-ବୁନ୍ଦାରେ ଘଡା ଭର୍ତ୍ତି ହୋଇଥାଏ..
एक-एक बूंद तेल की कीमत तुम क्या जानो रमेश बाबू….
👇👇👇👇😔😔😔😔@sushant_says @MonikaSingh__ @BhagalSanju @ReallySwara @BramhRakshas pic.twitter.com/a167cn2FBi— Rajesh Pandey🇮🇳🙏 (@RJPandey_says) February 18, 2021
ଏହି ଭିଡିଓ ଟୁଇଟର ୟୁଜର @RJPandeY_ ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ‘ଗୋଟିଏ-ଗୋଟିଏ ବୁନ୍ଦା ତେଲର ମୂଲ୍ୟ ତୁମେ କଣ ଜାଣିବ ରମେଶ ବାବୁ…’ ବର୍ତ୍ତମାନ ଏହି ଭିଡିଓ ବହୁ ମାତ୍ରାରେ ଇଣ୍ଟରନେଟରେ ଖେଳି ଯାଉଛି। ଜଣା ଯାଉଛି, ଖବର ଲେଖା ହେବା ପର୍ଯ୍ୟନ୍ତ ଏହାକୁ ୫ହଜାରରୁ ଅଧିକ ଭ୍ୟୁ ଏବଂ ପାଖାପାଖି ସାତଶହ ଲାଇକ ମିଳିସାରିଛି।
କଣ ରହିଛି ଭିଡିଓରେ?
ଆପଣ ଦେଖି ପାରୁଥିବେ ଜଣେ ବ୍ୟକ୍ତି କାରରେ ପେଟ୍ରୋଲ ଭରୁଛନ୍ତି। ହେଲେ, ଯେମିତି ହିଁ ପମ୍ପ ୱର୍କର ପେଟ୍ରୋଲ ନୋଜଲକୁ ହଟାଇବାକୁ ଲାଗିଛନ୍ତି, ସେମିତି ହିଁ ବ୍ୟକ୍ତିଜଣଙ୍କ ନୋଜଲକୁ ଧରି ନେଇଛନ୍ତି ଏବଂ ସେଥିରେ ବଞ୍ଚିଥିବା ଗୋଟିଏ-ଗୋଟିଏ ବୁନ୍ଦାକୁ କାରର ଟ୍ୟାଙ୍କରେ ପକାଇବା ପାଇଁ ଚେଷ୍ଟା କରିଛନ୍ତି। ଏହା ସବୁ ଲୋକଙ୍କୁ ବହୁତ ରହସ୍ୟ ଜନକ ଲାଗୁଛି! ଆଉ ହଁ, ସୋସିଆଲ ମିଡିଆରେ ଏମିତି ଭିଡିଓ ଏବଂ Memes ବା jokes ମାଧ୍ୟମରେ ଲୋକମାନେ ନିଜ ଦୁଃଖକୁ ପ୍ରକାଶ କରୁଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।