ପିଉସୀ ପ୍ରେମରେ ପାଗଳ ହୋଇ ନିଜ ପିଉସାକୁ ହ-ତ୍ୟା କଲା ପୁତୁରା । ପିଉସୀ କହିଥିଲା ପିଉସାକୁ ହ-ତ୍ୟା କଲେ ସବୁଦିନ ରହିବ ସାଥିରେ

ଆଜିକାଲିକା ସମାଜର ଲୋକେ ପ୍ରଥମତଃ ଯୌନ ଲାଳସାକୁ ପ୍ରେମର ନାମ ଦେଉଛନ୍ତି । ଆଉ ଦ୍ୱିତୀୟତଃ ସେହି ପ୍ରେମରେ ଅନ୍ୟ ପବିତ୍ର ସମ୍ବନ୍ଧକୁ କଳୁଷିତ କରୁଛନ୍ତି । ଯାହାଦ୍ୱାରା ସେମାନେ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ ପୁତୁରା ନିଜ ପିଉସୀଙ୍କ କଥାରେ ପଡ଼ି ନିଜ ପିଉସାଙ୍କୁ ହତ୍ୟା କରିଛି । ତେବେ ଏହାର କାରଣ ହେଉଛି ପୁତୁରାର ନିଜ ପିଉସୀ ସହିତ ଅବୈଧ ସମ୍ପର୍କ ।

ଯାହା ଜଣା ପଡ଼ିବା ପରେ ବର୍ତ୍ତମାନ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଏପରି ଏକ ଘଟଣା ଫିରୋଜାବାଦ ଅଞ୍ଚଳରେ ଘଟିଥିବା ସୂଚନା ରହିଛି । ତେବେ ଘଟଣା ଏହା ଯେ ଶିଖୋହାବାଦର ମାଲଖାନପୁର ରାସ୍ତାରେ ଗତ ଜାନୁୟାରୀ ୨ ତାରିଖ ଦିନ ଏକ ଅଜଣା ଶବ ମିଳିଥିଲା । ଯାହାର ସନ୍ଧାନ ପରେ ଏହା ଜଣା ପଡ଼ିଥିଲା ଯେ ତାହା ହାଥରସ ସିକନ୍ଦରାଉର ନିବାସୀ ନଇମଙ୍କର । ଏହାପରେ ପୋଲିସ ଆରମ୍ଭ କରିଥିବା ତଦନ୍ତ । ତଦନ୍ତରୁ ଯାହା ଜଣା ପଡ଼ିଥିଲା ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ନଇମଙ୍କ ଭଉଣୀ ସାରା ଖାତୁନ ସବୁ ଘଟଣା କହିଥିଲେ ।

ତେବେ ଘଟଣା ଏହା ଯେ ନଇମଙ୍କୁ ହତ୍ୟା କରାଯାଇଥିଲା । ଆଉ ହତ୍ୟା ପଛରେ ହାତ ଥିଲା ନିଜ ସ୍ତ୍ରୀ ଏବଂ ପୁତୁରାର । ଆଉ ଏସବୁ ପଛରେ କାରଣ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଅବୈଧ ସମ୍ପର୍କ ପାଇଁ ଜଣେ ପୁତୁରା ନିଜ ପିଉସାକୁ ହ-ତ୍ୟା କଲା । ଘଟଣା ପାଇଁ ପୋଲିସ ଶଙ୍କରପୁରୀର ନିବାସୀ ଅଭିଯୁକ୍ତ ପୁତୁରା ଶାହରୁଖଙ୍କ ଉପରେ ସନ୍ଦେହ କରିଥିଲା । ମାତ୍ର ସେତେବେଳକୁ ସେ ଘରୁ ଫେରାର ହୋଇ ଯାଇଥିଲା । ଯେତେବେଳେ ତାକୁ ଖୋଜିବା ପାଇଁ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଗଲା । ସେତେବେଳେ ତାକୁ ଖୋଜିବାରେ ସମସ୍ତେ ଲାଗି ପଡ଼ିଲେ । ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ସବୁ ସତ କଥା ପଦାକୁ ଆସିଛି ।

ବାସ୍ତବରେ ଅଭିଯୁକ୍ତ ଜଣକ ମାନିଛନ୍ତି ଯେ ତାଙ୍କର ନିଜ ପିଉସୀଙ୍କ ସହିତ ଅବୈଧ ସମ୍ପର୍କ ଥିଲା । ଯେଉଁ କାରଣରୁ ପିଉସୀ ତାକୁ କହିଥିଲେ ଯେ , ଯଦି ସେ ନିଜ ପିଉସାକୁ ହତ୍ୟା କରେ , ତେବେ ସେ ତାଙ୍କ ସହିତ ସବୁଦିନ ରହିବ । ପିଉସୀ କଥାରେ ପଡ଼ି ପୁତୁରା ରକ୍ତମୁଖା ପାଲଟି ଯାଇଥିଲା । ଉଭୟେ ସାଥିରେ ରହିବା ପାଇଁ ଏପରି ଷଡଯନ୍ତ୍ର ରଚିଥିଲେ । ମାତ୍ର ଜାଣି ନଥିଲେ ଯେ ଏପରି କୁକର୍ମ କଲେ ଘରେ ଶାନ୍ତିରେ ନୁହେଁ ବରଂ ଜେଲରେ ଦଣ୍ଡ ଭୋଗିବାକୁ ପଡେ । ତେବେ ପୋଲସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇ ଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *