PM ମୋଦିଙ୍କ LAC ପହଞ୍ଚିବା ନେଇ ଚୀନକୁ ଲାଗିଛି ଶକ୍ତ ଧକ୍କା, ସଫେଇ ଦେବାକୁ ଯାଇ ଚୀନ କହିଲା ଯେପରି ପରିସ୍ଥିତି ନ ବିଗାଡୁ କୌଣସି ପକ୍ଷ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚାନକ ଲେହ ପହଞ୍ଚିବାକୁ ନେଇ ସମସ୍ତେ ଚକିତ ଅଛନ୍ତି। ଏହି ଗ୍ରସ୍ତ ଦ୍ୱାରା ଚୀନ କୁ ମଧ୍ୟ ବଡ ସନ୍ଦେସ ପହଞ୍ଚିଛି ଏବଂ ଏହା ମଧ୍ୟରେ ବର୍ତ୍ତମାନ ଚୀନ ବିଦେଶ ମନ୍ତ୍ରାଳୟ ଏହି ଗ୍ରସ୍ତକୁ ନେଇ ବୟାନ ଦେଇଛି । ଚୀନ ର କହିବା କଥା ହେଉଛି କି କୌଣସି ପକ୍ଷ ଏମିତି କିଛି ବି ନ କରୁ ଯାହା ଦ୍ୱାରା ପରିସ୍ଥିତି ଅସମ୍ଭାଳ ହେବ ।

ପ୍ରତିଦିନ ହେଉଥିବା ବ୍ରିଫିଙ୍ଗିରେ ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିଜିୟାନ କହିଛନ୍ତି କି ଭାରତ ଏବଂ ଚୀନ ଲଗାତାର ସୈନ୍ୟ ଓ ଡିପ୍ଲୋମେଟିକ ବାର୍ତାଳାପ ଜରିଆରେ ସୀମାରେ ଚାଲିଥିବା କଳହକୁ କମ କରିବା ପାଇଁ ଲାଗିଛନ୍ତି । ଏହି ସମୟରେ କୌଣସି ବି ପକ୍ଷରୁ ଏମିତି କିଛି ବି ନ କରିବା ଦରକାର , ଯାହା ଦ୍ୱାରା ସୀମାରେ ଆହୁରି କଳହ ସୃଷ୍ଟି ହେବ ।

ଚୀନ ର ଏହି ବୟାନ ସେତେବେଳେ ଆସିଲା ଯେତେବେଳେ ଲଦାଖର ପୂର୍ବ ସୀମାରେ ଜାରୀ ଥିବା କଳହ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ପାଇଁ ଶୁକ୍ରବାର ସଖାଳେ ଲେହ-ଲଦାଖ ଏବଂ ତାର ନିକଟବର୍ତୀ ସ୍ଥାନ ର ପରିଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଗ୍ରସ୍ତ ହିଂସାତ୍ମକ ସଂଘର୍ଷର 18 ଦିନ ପରେ କଲେ ।

PM ମୋଦି ଆଜି ସଖାଳେ ଲଦାଖରେ ପହଞ୍ଚିଥିଲେ । ସମୁଦ୍ରରୁ 11000 ଫୁଟ ଉଚ୍ଚରେ ଥିବା ଏକ ଦୁର୍ଗମ ସ୍ଥାନ ନିମୁ ଠାରେ ତାଙ୍କୁ ସେନା, ବାୟୁସେନା ଏବଂ ଭାରତ-ତିବତ ସୀମା ପୋଲିସ ଦ୍ଵାରା ଏହି ମାମଲାର ସମସ୍ତ ସୂଚନା ଦିଆଗଲା । ଏହି ଅଞ୍ଚଳ ସିନ୍ଧୁ ତଟରେ ଜାନସ୍କର ରେଞ୍ଜ ଦ୍ୱାରା ଘେରାଯାଇଛି ।

ସଂପୂର୍ଣ୍ଣ ବିଶ୍ୱକୁ ଏକ ବଡ ସନ୍ଦେସ ।

ଅସଲରେ,PM ମୋଦିଙ୍କ ଏହି ଆସ୍ଟର୍ଯ୍ୟ ଜନକ ପରିଦର୍ଶନ ଦ୍ୱାରା ଚୀନ ସମେତ ପୁରା ବିଶ୍ବକୁ ଏକ ବଡ ସନ୍ଦେସ ମିଳିଛି । ଡିଫେନ୍ସ ଏକ୍ସପଟସ କହିଛନ୍ତି PM ନରେନ୍ଦ୍ର ମୋଦି ଲେହ ଗ୍ରସ୍ତ କରି ଏକ ବଡ ପଦକ୍ଷେପ ନେଇଛନ୍ତି ଏବଂ ଚୀନ କୁ ସନ୍ଦେସ ଦେଇଛନ୍ତି କି ଭାରତ ପଛଘୁଞ୍ଚା ଦେବା ଦେଶ ମଧ୍ୟରେ ନୁହେଁ ।

ଅବସରପ୍ରାପ୍ତ ମେଜର ଜେନେରାଲ ଏକେ ସିବାଚ ‘ଆଜତକ’ କୁ ସାକ୍ଷାତକାରରେ କହିଛନ୍ତି କି ପ୍ରଧାନମନ୍ତ୍ରୀ ଙ୍କ ଗ୍ରସ୍ତ ଦ୍ୱାରା ଚୀନ କୁ ପରିଷ୍କାର ସନ୍ଦେସ ମିଳିଯାଇଛି କି ଆମେ ପଛଘୁଞ୍ଚା ଦେବୁ ନାହୁଁ । ଯଦି ଚୀନ ସୈନିକ LAC ରେ ଦୃଢ ଭାବରରେ ତିଷ୍ଠି ରହିବେ ତାହାଲେ ଆମର ସୈନିକ ମଧ୍ୟ LAC ରେ ଦୃଢ଼ ଭାବରେ ତିଷ୍ଠି ରହିବେ । ଆମେ କୌଣସି ମାମଲାରେ ବୁଝାବଣା କରିବୁ ନାହିଁ ।

ରକ୍ଷା ବିଶେଷଙ୍ଗ ଅବସରପ୍ରାପ୍ତ ବ୍ରିଗେଡିୟର ବିକ୍ରମ ଦାତା ଙ୍କ କହିବା କଥା ହେଉଛି କି ପ୍ରଧାନମନ୍ତ୍ରୀ ଙ୍କ ଗ୍ରସ୍ତ ଦ୍ୱାରା ଫ୍ରଣ୍ଡଲାଇନ ରେ ମୁତୟନ ଥିବା ସେନାଙ୍କ ମନୋବଳ ବଢିଯାଇଛି । PM ମୋଦିଙ୍କର ସେନା ସହିତ ଆନ୍ତରିକତା ବହୁତ ଭଲ । ଏହା ଦ୍ୱାରା ସେନାର ଯବାନ ଏବଂ ଅଧିକାରୀ ମାନଙ୍କୁ ସମ୍ପୂର୍ଣ୍ଣ ବଳ,ମନୋବଳ ଯଥାଶକ୍ତି ମିଳିବ, ଯାହାଦ୍ୱାରା ସେମାନେ L A C ସୀମାରେ ଚୀନ ସହିତ ଦୃଢ ଚିତ୍ତରେ ମୁକାବିଲା କରି ପାରିବେ ।

Leave a Reply

Your email address will not be published. Required fields are marked *