କୁହାଯାଏ ଯେ ସାହସ ର ଆଗରେ ସବୁ ବିପଦ ହାର ମାନିଥାଏ। ଆମର ଭୁଲ ଯୋଗୁ ସବୁ ସୁବିଧା ଥାଇ ମଧ୍ୟ ଆମେ ଲକ୍ଷ୍ୟ ପାଖରେ ପହଞ୍ଚିପାରି ନଥାଉ। କିନ୍ତୁ ଆପଣ ଯଦି ସାହସ ର ସହିତ ସବୁ ବିପଦ ର ସାମନା କରିବେ ତ ସଫଳତା ର ପତାକା ଉଡ଼େଇ ପାରିବେ। ଏହି ପରି ଏକ ମାମଲା ଆମେରିକାର ଇଲିନୋଇସ୍ ରୁ ସାମନା କୁ ଆସିଥିଲା। ଏଠାରେ ଲୋୟାଲ୍ ୟୁନିଭରସିଟି ର ଚିକାଗୋ ସ୍କୁଲ ଅଫ୍ ଲ ରେ ପଢୁଥିବା ଏକ ଛାତ୍ରୀ ଲୋକମାନଙ୍କ ସାମନା ରେ ଏକ ମିଶାଲ୍ ସୃଷ୍ଟି କରିଛନ୍ତି।
ଏହି ଛାତ୍ରୀ ଜଣଙ୍କ ଏବେ ନିଜର ଗ୍ରାଜୁଏସନ ସମାପ୍ତ କରିଛନ୍ତି। ସେ ତାଙ୍କର ପରୀକ୍ଷା ସମୟରେ ଗର୍ଭବତୀ ଥିଲେ।ପରୀକ୍ଷା ରେ ଲେଖୁଥିବା ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା।କିନ୍ତୁ ଛାତ୍ରୀଙ୍କ ର ନିଜ ପରୀକ୍ଷା ଶେଷ କରିବାକୁ ଏତେ ସାହସ ଥିଲା ଯେ, ନିଜର ପ୍ରଶ୍ନ ପତ୍ର ର ଡାକ୍ତରଖାନା ରେ ଉତ୍ତର ଲେଖିଥିଲେ। ଛାତ୍ରୀ ତାଙ୍କ କାହାଣୀ କଲେଜ୍ ଲୋକମାନଙ୍କ ଆଗରେ ସେୟାର କରିଥିଲେ, ସମସ୍ତେ ତାଙ୍କର ସାହସ କୁ ତାରିଫ କରିଥିଲେ।
ବର୍ତ୍ତମାନ ଲ ର ପରୀକ୍ଷା ପାସ କରିଥିବା ଛାତ୍ରୀ ନିଜର ପରୀକ୍ଷା ପୁରା କରିବାକୁ ତାଙ୍କ ଗର୍ଭାବସ୍ଥା ମଧ୍ୟ ରୋକିପାରି ନଥିଲା। ସେ ତାଙ୍କ ଗର୍ଭାବସ୍ଥା ଶେଷ କରିବା ପରେ ପ୍ରଶ୍ନର ଉତ୍ତର କରିଥିଲେ।
ବ୍ରିୟାନ ହିଲ ନାମକ ଏହି ଛାତ୍ରୀ ଲୋୟାଲ ୟୁନିଭରସିଟି ଚିକାଗୋ ସ୍କୁଲ ଅଫ୍ ଲ ର ଛାତ୍ରୀ ଥିଲେ।ତାଙ୍କର ପରୀକ୍ଷା କରୋନା ଯୋଗୁ ଜୁଲାଇ ରୁ ଅକ୍ଟୋବର କୁ ଘୁଞ୍ଚାଇ ଦିଆଯାଇଥିଲା।
୫ ଅକ୍ଟୋବର କୁ ଛାତ୍ରୀ ଜଣଙ୍କ ପରୀକ୍ଷା ଦେବା ପାଇଁ ବସିଥିଲେ। ସେ ଗର୍ଭବତୀ ଥିଲେ। ପ୍ରଥମ ଭାଗ ଶେଷ କରିବା ପର୍ଯ୍ୟନ୍ତ ତାଙ୍କର ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା।ଏହା ପରେ ରାତି ପାଞ୍ଚ ଘଣ୍ଟା କଷ୍ଟ ପରେ ପିଲାକୁ ଜନ୍ମ କରିଥିଲେ।
ପରଦିନ ଡାକ୍ତରଖାନା ରେ ଖାଲି କଠୋରି ରେ ବସି ଅନଲାଇନ୍ ରେ ନିଜର ଦ୍ଵିତୀୟ ଭାଗ ପରୀକ୍ଷା ଦେଇଥିଲେ।ଏହି ସମୟରେ ମଝିରେ ମଝିରେ ନର୍ସ ଆସି ଯାଞ୍ଚ କରି ଯାଉଥିଲେ।
ବ୍ରୀୟାନ କହିଥିଲେ କରୋନା ଯୋଗୁ ତାଙ୍କର ସମସ୍ତ ଯୋଜନା ଉପରେ ପ୍ରଭାବ ପକାଇଥିଲା।ପ୍ରଥମେ ତାଙ୍କର ଯୋଜନା ଥିଲା କି ସେ ଯେବେ ଜୁଲାଇ ରେ ପରୀକ୍ଷା ଦେଇଥାନ୍ତେ ତ ସେ ୨୮ ସପ୍ତାହ ର ଗର୍ଭବତୀ ଥାନ୍ତେ।ଏମିତିରେ ତାଙ୍କୁ ପରୀକ୍ଷା ଦେବାକୁ ଅସୁବିଧା ହୋଇ ନଥାନ୍ତା।
କିନ୍ତୁ ଲକ୍ ଡାଉନ୍ ପ୍ରଭାବ ଯୋଗୁ ପରୀକ୍ଷା ଅକ୍ଟୋବର କୁ ସ୍ଥାନାନ୍ତରିତ ହୋଇଗଲା।ଏହି କାରଣ ରୁ ସେ ମଜା ରେ କହିଥିଲେ ଯେ, ଡାକ୍ତରଖାନା ର ବେଡ଼ ରେ ପେପର ଲେଖିବେ କିନ୍ତୁ ତାଙ୍କୁ କଣ ଜଣାଥିଲା ଯେ ଏ କଥା ସତ୍ୟ ହୋଇଯିବ।
ଅନଲାଇନ୍ ଚାଲୁଥିବା ଏହି ପରୀକ୍ଷା ଗୋଟେ ଭାଗ ୯୦ ମିନିଟ ର ଥିଲା।କ୍ୟାମେରା ଦ୍ବାରା ପ୍ରତ୍ୟେକ ପରୀକ୍ଷାର୍ଥୀ ଙ୍କ ଉପରେ ନଜର ରଖାଯାଇଥିଲା।ଏହି କାରଣ ସେ ପ୍ରଥମ ଭାଗ ଲେଖିବା ସମୟରେ ଉଠିବା ପାଇଁ ସାହସ ପାଇ ନଥିଲେ। କିନ୍ତୁ ପ୍ରଥମ ଭାଗ ଦେଇକି ଯେତେବେଳେ ଓଠିଲେ ତାଙ୍କର କଷ୍ଟ ବଢ଼ି ଯାଇଥିଲା।
ସେ ବ୍ରେକ ନେଲେ ଏବଂ ତାଙ୍କ ସ୍ବାମୀ ଆଉ ମାଆ ଙ୍କୁ ଡାକି ଥିଲେ। ଏହା ପରେ ସେ ବଞ୍ଚିଥିବା ପ୍ରଶ୍ନ ର ଉତ୍ତର ଦେବା ରେ ଲାଗିପଡିଲେ। ଯେତେବେଳେ ସେ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ର ଉତ୍ତର ଲେଖିଲେ, ସେତେବେଳେ ତାଙ୍କର ବହୁତ ଜୋର ରେ କଷ୍ଟ ହେବା ଆରମ୍ଭ ହୋଇଗଲା।ପେପର ସରୁ ସରୁ ତାଙ୍କର କଷ୍ଟ ଶେଷ ପର୍ଯ୍ୟାୟ ରେ ପହଞ୍ଚି ଯାଇଥିଲା।
ତାଙ୍କୁ ସନ୍ଧ୍ୟା ୫.୩୦ ରେ ଡାକ୍ତରଖାନା ନିଆଗଲା ଏବଂ ସେ ରାତି ୧୦.୧୦ ରେ ଏକ ଶିଶୁ ପୁତ୍ର ଜନ୍ମ କରିଥିଲେ।ରାତି ଭରି ବିଶ୍ରାମ ନେବାପରେ ପରଦିନ ତାଙ୍କର ବଞ୍ଚିଥିବା ପ୍ରଶ୍ନ ର ଉତ୍ତର ଦେଇଥିଲେ।ଛାତ୍ରୀ ର ସାହସ ତାଙ୍କୁ ପ୍ରସିଦ୍ଧ କରିଦେଇଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।