ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ନାମରେ ପ୍ରସିଦ୍ଧ ଅଭିନେତ୍ରୀ ପ୍ରିଟୀ ଜିଣ୍ଟା (Preity Zinta) ୪୬ବର୍ଷର ହୋଇ ସାରିଲେଣି।୩୧ଜାନୁଆରୀ, ୧୯୭୫ରେ ଶିମଲା, ହିମାଚଳ ପ୍ରଦେଶରେ ଜନ୍ମ ପ୍ରିଟୀଙ୍କ ନାମ ବାହାଘର ପୂର୍ବରୁ ବିଜନେସମ୍ୟାନ ନେସ ବାଡିୟାଙ୍କ ସହ ଯୋଡ଼ା ହୋଇଥିଲା। ପ୍ରିଟୀ ଜିଣ୍ଟା ଏବଂ ନେସ ବାଡିୟା (Ness Wadia)ଙ୍କ ମଧ୍ୟରେ ବୋଧହୁଏ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସଂପର୍କ ଥିଲା। କେବେକେବେ ପ୍ରିଟୀ ଜିଣ୍ଟାଙ୍କୁ ସିନେମା ପାର୍ଟି, ଆୱାର୍ଡ଼ ଫଙ୍କ୍ସନ ଏବଂ କ୍ରିକେଟ ମଇଦାନରେ ନେସ ବାଡିୟାଙ୍କ ହାତ ଧରି ବୁଲୁଥିବାର ଦେଖା ଯାଇଥାଏ। ବନ୍ଧୁତାରୁ ଆରମ୍ଭ ହୋଇଥିବା ସଂପର୍କ ଖୁବଶିଘ୍ର ପ୍ରେମରେ ବଦଳିଯାଇଥିଲା। କୁହାଯାଉଛି କି ନେସଙ୍କ କହିବା ଅନୁସାରେ ହିଁ ପ୍ରିଟୀ ବଲିଉଡରୁ ଦୂରେଇ ଯାଇଥିଲେ। ହେଲେ ନେସ ବାଡିୟାଙ୍କ ମାଆଙ୍କୁ ପ୍ରିଟୀ ପସନ୍ଦ ଆସିନଥିଲେ ଏବଂ ଏହି କାରଣରୁ ତାଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା।
ପ୍ରିଟୀ ଜିଣ୍ଟା ଏବଂ ନେସ ବାଡିୟା ଦୁଇଜଣଙ୍କର ହିଁ ଖେଳରେ ରୁଚି ଥିଲା। ବର୍ଷ ୨୦୦୮ର ଆଇପିଏଲ ଟିମ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ଦୁଇଜଣ ମିଶି କିଣିଥିଲେ ଏବଂ ବିଜନେସ ପାର୍ଟନର ମଧ୍ୟ ହୋଇଯାଇଥିଲେ। କିନ୍ତୁ ଏହା ମଧ୍ୟରେ କିଛି ଏମିତି ହୋଇଥିଲା କି ବର୍ତ୍ତମାନ ଦୁଇଜଣ ଜଣେ ଅନ୍ୟ ଜଣଙ୍କର ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରୁନାହାଁନ୍ତି।
କେବେ ନିଜ ସଂପର୍କକୁ ନେଇ ମିଡ଼ିଆ ନଜରରୁ ବଞ୍ଚୁଥିବା ଏହି ଦୁଇ ସେଲିବ୍ରେଟୀ ବର୍ତ୍ତମାନ ଜଣେ ଅନ୍ୟ ଜଣଙ୍କୁ ଦେଖିବା ପାଇଁ ମଧ୍ୟ ଚାହୁଁନାହାଁନ୍ତି।୨୦୦୯ରେ ଦୁଇଜଣଙ୍କ ସଂପର୍କ ଭାଙ୍ଗିବାର ଖବର ଆସିଥିଲା ଏବଂ ସେବେଠାରୁ ଆଜି ପର୍ଯ୍ୟନ୍ତ ନେସ ଏବଂ ପ୍ରିଟୀ କେବଳ ବିଜନେସ ପାର୍ଟନର ଅଟନ୍ତି। ମ୍ୟାଚ ସମୟରେ ମଧ୍ୟ ଦୁଇଜଣ ମହଜୁଦ ରହିଥାନ୍ତି, କିନ୍ତୁ ଜଣେ ଅନ୍ୟ ଜଣଙ୍କ ଆଡ଼କୁ ଦେଖନ୍ତି ବି ନାହିଁ।
ବାସ୍ତବରେ କ’ଣ ପାଇଁ ହୋଇଥିଲା ପ୍ରିଟୀ ଜିଣ୍ଟା ଏବଂ ନେସ ବାଡିୟାଙ୍କ ବ୍ରେକଅପ, ଏଥିପାଇଁ ଅଳ୍ପ ପଛକୁ ଯିବାକୁ ହେବ। କଥା ୩୦ମଇ,୨୦୧୪ର ଅଟେ, ଯେତେବେଳେ ମୁମ୍ବାଇର ବାନଖେଡେ ଷ୍ଟାଡିୟମରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ମ୍ୟାଚ ଥିଲା।
ଏଠାକୁ ନେସ ବାଡିୟା ନିଜ ମାଆ ଏବଂ ଭଣାଜାଙ୍କ ସହିତ ମ୍ୟାଚ ଦେଖିବାକୁ ଆସିଥିଲେ। ସେ ଷ୍ଟାଡିୟମରେ ଡେରିରେ ପହଁଞ୍ଚିଥିଲେ। ସେଥିପାଇଁ ସେମାନଙ୍କୁ VIP ଭାକ୍ସରେ ସିଟ ମିଳିନଥିଲା। ତାଙ୍କୁ ୧୦-୧୫ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହା ଯାଇଥିଲା, ଯେତେବେଳେ କି ତାଙ୍କ ପାଇଁ ରିଜର୍ଭ ସିଟରେ ପ୍ରିଟୀ ଜିଣ୍ଟାଙ୍କ ବାପାମାଆ ବସିଥିଲେ।
ଏହାପରେ ନେସ ବାଡିୟା ପ୍ରିଟୀଙ୍କ ପାଖକୁ ଯାଇଥିଲେ ଏବଂ ପୁଣି ଏହି ବିଷୟରେ ତାଙ୍କ ସହିତ କଥା ହୋଇଥିଲେ କି ତାଙ୍କ ପାଇଁ ରିଜର୍ଭ ହୋଇଥିବା ସିଟ କୁଆଡେ ଗଲା? ଏହାପରେ ଦୁଇଜଣଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା ଏବଂ ଲୋକଙ୍କଠାରୁ ବଞ୍ଚିବା ପାଇଁ ଦୁଇଜଣ VIP ଭାକ୍ସରୁ ବାହାରି କର୍ପୋରେଟ ଅଫିସକୁ ଚାଲି ଯାଇଥିଲେ।
ଏହାପରେ ୧୩ଜୁନ, ୨୦୧୪ରାତିରେ ପ୍ରିଟୀ ଜିଣ୍ଟା ନେସ ବାଡିୟାଙ୍କ ବିରୁଦ୍ଧରେ ମରୀନ ଡ୍ରାଇବ ପୋଲିସ ଷ୍ଟେସନରେ ରିପୋର୍ଟ ଜମା କରିଥିଲେ। ରିପୋର୍ଟରେ ପ୍ରିଟୀ ନେସଙ୍କ ଉପରେ ଅଭଦ୍ରାମୀ କରିବା,ଗାଳି ଗୁଲଜ କରିବା ଏବଂ ଧମକ ଦେବାର ଆରୋପ ଲଗାଇଥିଲେ। ଏହା ସହିତ ପ୍ରିଟୀ ଏହାମଧ୍ୟ କହିଥିଲେ କି ନେସ ମୋ ମୁହଁ ଉପରକୁ ଜଳୁଥିବା ସିଗାରେଟ ଫୋପାଡି ଥିଲେ ଏବଂ କୋଠରୀରେ ବନ୍ଦ କରି ଦେଇଥିଲେ।
ଅନ୍ୟ ପକ୍ଷରେ, ନେସ ବାଡିୟା ପ୍ରିଟୀଙ୍କ ଆରୋପକୁ ମୁଣ୍ଡ ହଲେଇ ନାଁ କରି ଦେଇଥିଲେ। ଜଣା ଯାଉଛି କି, ନେସ ଏବଂ ପ୍ରିଟୀ ଫେବୃଆରୀ, ୨୦୦୫ ପର୍ଯ୍ୟନ୍ତ ସାଥିହୋଇ ଥିଲେ। ମଇ,୨୦୦୯ରେ ସବୁଠାରୁ ପ୍ରଥମେ ଏମାନଙ୍କ ବ୍ରେକଅପର ଖବର ଆସିଥିଲା। ହେଲେ, ଦୁଇଜଣ ପବ୍ଲିକ ସାମ୍ନାରେ କିଛି କହିନଥିଲେ। ଏହି ବ୍ରେକଅପର କାରଣ ନେସଙ୍କ ମାଆ ବୋଲି ଜଣା ଯାଇଥିଲା। ଏହା ପୂର୍ବରୁ ନେସଙ୍କ ମାଆ ଏହି ସଂପର୍କ ଉପରେ କମେଣ୍ଟ କରି କହିଥିଲେ କି ନେସ କୈାଣସି ଜେବ୍ରା ସହ ବାହା ହେଲେ ମଧ୍ୟ, ମୋତେ କୈାଣସି ଫରକ ପଡିବ ନାହିଁ।
ନେସଙ୍କ କୋଟିପତି ବାପା ନୁଲ୍ସୀ ବାଡିୟା ବାଡିୟା ଗ୍ରୁପ କଂପାନୀର ମାଲିକ ଅଟନ୍ତି। ତାଙ୍କ ମାଆ ମୌରୀନ ବାଡିୟା ଏକ ଫେଶନ ମାଗାଜିନ ଗ୍ଲୈଡରୈଗ୍ସ’ର ମାଲିକାଣୀ ଅଟନ୍ତି। ନେସ ପାକିସ୍ଥାନ ଫାଉଣ୍ଡର ମୋହମ୍ମଦ ଅଲ୍ଲୀ ଜିତ୍ରାଙ୍କ ପାଖରେ ପଡି ଯାଇଛନ୍ତି। ନେସ ନିଜ ବାଡିୟା ଗ୍ରୁପ କଂପାନୀର ଇଣ୍ଡଷ୍ଟ୍ରି ସହିତ ଏକ ବ୍ରିଟାନିୟା ଇଣ୍ଡଷ୍ଟ୍ରିର ଡାଇରେକ୍ଟର ଅଟନ୍ତି।
ପାକିସ୍ଥାନର ସଂସ୍ଥାପକ ମୋହମ୍ମଦ ଅଲୀ ଜିତ୍ରାଙ୍କ ଏକମାତ୍ର ଝିଅ ଦୀନା ଜଣେ ଫରାସୀ ବିଜନେସମ୍ୟାନ ନେବିଲୀ ବାଡିୟାଙ୍କ ସହ ବାହା ହୋଇଥିଲେ। ଦୀନା ଦେଶର ପ୍ରସିଦ୍ଧ ବିଜନେସମ୍ୟାନ ନୁଲ୍ସୀ ବାଡିୟାଙ୍କ ମାଆ ଏବଂ ନେସ ବାଡିୟାଙ୍କ ଜେଜେମା ଅଟନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।