ପ୍ରେମର ଶକ୍ତି : ନଦୀ ପାଲଟିଗଲା ରାସ୍ତା, ତଥାପି ଅଟକିଲେ ନାହିଁ ପ୍ରେମୀ ଯୁଗଳ….

କିଛି ଦିନ ହେଲା ବେଙ୍ଗାଲୁରୁର ଚାରି ଆଡ ବର୍ଷା ପାଣିରେ ବୁଡ଼ି ରହିଛି। ପ୍ରବଳ ବର୍ଷା ଏବଂ ବର୍ଷା ପାଣି ଜମି ରହିଥିବାରୁ ଯାତାୟତ କଷ୍ଟକର ହେଇ ପଡ଼ିଛି। ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପରୁନାହାନ୍ତି। ରାସ୍ତାଘାଟ ନଦୀରେ ପରିଣତ ହେଇଛି। କିଛି ଲୋକ ଟ୍ରାକ୍ଟର ଏବଂ ବୁଲଡୋଜର ଦ୍ୱାରା ଅଫିସରୁ ଯିବା ଆସିବା କରୁଛନ୍ତି। ଏହି ସମୟରେ ବାଇକ୍ ରେ ଯାଉଥିବା ପ୍ରେମିକ-ପ୍ରେମିକା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛନ୍ତି।

କୁହାଯାଏ ଯେ ପ୍ରେମରେ ବହୁତ ଶକ୍ତି ଥାଏ। ଏହି ଶକ୍ତିର ଉଦାହରଣ ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓରେ ଆପଣ ଦେଖି ପରିବେ ଯେ ପୁଅ ଏବଂ ଝିଅ ଗୋଟେ ବାଇକ୍ ରେ ବସି ନଈ ପରି ଦେଖା ଯାଉଥିବା ରାସ୍ତା ରେ ଯାଉଛନ୍ତି। ଏତେ ପାଣିରେ ଗୋଟେ ବଡ଼ ଗାଡ଼ି ଯିବାକୁ ମଧ୍ୟ ଅସୁବିଧା ହେବ। କିନ୍ତୁ ଏହି ପ୍ରେମିକ ପ୍ରେମିକା ନିଜ ବାଇକରେ ବହୁତ ସହଜରେ ରାସ୍ତାରେ ଯାଉଛନ୍ତି। ତାଙ୍କ ବାଇକ୍ ର ଅଧା ପାଣିରେ ବୁଡ଼ି ରହିଛି। କେବଳ ବାଇକ୍ ର ଉପର ଭାଗ ଦେଖା ଯାଉଛି।

ଲୋକମାନେ କହିଛନ୍ତି ତାଙ୍କ ପ୍ରେମରେ ଏତେ ଶକ୍ତି ଅଛି ଯେ ବାଇକ୍ ପାଣିରେ ନ ବୁଡ଼ି ଦ୍ରୁତ ଗତିରେ ଯାଉଛି। କିଛି ଲୋକ କହିଛନ୍ତି ଯେ ପୁଅ ଏବଂ ଝିଅ ଗୋଟେ ବାଇକ୍ ରେ ଯାଉଛନ୍ତି ତା ମାନେ ନୁହଁ ଯେ ସେ ଦୁଇ ଜଣ ପ୍ରେମିକ ପ୍ରେମିକା। ସେ ଭାଇ ଭଉଣୀ ମଧ୍ୟ ହେଇ ପାରିବେ। ଜଣେ ଉପଭୋକ୍ତା ଦର୍ଶାଇଛନ୍ତି ଯେ ଝିଅ ପୁଅ ନିକଟତର ହେଇ ବସିନାହାନ୍ତି ତେଣୁ ବୋଧହୁଏ ସେମାନେ ପ୍ରେମିକ ପ୍ରେମିକା ନୁହଁନ୍ତି।

ଏହି ଭିଡିଓ ବେଙ୍ଗାଲୁରୁରୁ ଆସିଛି ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ନିଶ୍ଚିତ ହୋଇନାହିଁ। କିନ୍ତୁ ଭିଡିଓ ବେଙ୍ଗାଲୁରୁର ବୋଲି ସୋସିଆଲ ମିଡିଆରେ କୁହାଯାଉଛି। ଲୋକମାନେ ଏହି ଭିଡିଓ ଦେଖି ବହୁତ ହସୁଛନ୍ତି।

 

View this post on Instagram

 

A post shared by memes comedy (@ghantaa)

ଏତେ ବନ୍ୟା ସତ୍ତ୍ୱେ ଏଠାରେ ଲୋକମାନେ କାମ କରିବାକୁ ଯାଉଛନ୍ତି। ଟ୍ରାକ୍ଟର ଏବଂ ବୁଲଡୋଜର ପରି ବଡ ବଡ଼ ଗାଡ଼ିରେ ଲୋକମାନେ ଯିବା ଆସିବା କରୁଛନ୍ତି।

Leave a Reply

Your email address will not be published. Required fields are marked *