ଜଣେ ବ୍ୟକ୍ତି ନିଜର ବ୍ୟବସାୟ ଏବଂ ଦୋକାନ ଚଳାଇବା ପାଇଁ ଅନେକ ପ୍ରକାରର ବିଜ୍ଞାପନ ଦେଇଥାଏ । ଗ୍ରାହକକୁ ଆକର୍ଷିତ କରାଇବା ପାଇଁ ସେ ଅନେକ ପ୍ରକାରର ଚେଷ୍ଟା କରଥାଏ । ଏଥି ମଧ୍ୟରେ ପୁଣେରୁ ଏକ ନିଆରା ମା-ମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସେଲୁନ୍ ଚଳାଉଥିବା ବ୍ୟକ୍ତି ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ସ୍ୱତନ୍ତ୍ର ମାର୍କେଟିଂ କୌଶଳ ଆପଣାଇଛି । ସେ ଲୋକଙ୍କୁ ସୁନା ରେଜର୍ ରେ ସେଭ୍ କରୁଛନ୍ତି । ତେବେ, ତାଙ୍କ ଦୋକାନରେ ଦାଢି ବନାଇବା ପାଇଁ ଭିଡ଼ ଲାଗି ରହୁଛି ।
ବାସ୍ତବରେ, ମାର୍କେଟିଂର ଏହି ସ୍ୱତନ୍ତ୍ର ଉପାୟ ପୁଣେ ନିକଟ ପିଂପରି ଚିଞ୍ଚୱାଡର ଏକ ସେଲୁନ୍ ଦୋକାନରେ ଦେଖିବାକୁ ମିଳିଛି ।ଯେଉଁଠାରେ ସେଲୁନ୍ ମାଲିକ ଅବିନାଶ ବୋରୁଂଦିଆ ୮ ଭରି ସୁନାରେ ଏହି ସୁନା ରେଜର ତିଆରି କରିଛନ୍ତି । ଯେଉଁଥିପାଇଁ ଅବିନାଶ ପ୍ରାୟ 4 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
ସେଲୁନ୍ ମାଲିକ କହିଛନ୍ତି ଯେ, କରୋନା ହେତୁ ବାଳ କାଟୁଥିବା ଲୋକମାନଙ୍କ ବ୍ୟବସାୟ ମାନ୍ଦା ହୋଇଯାଇଥିଲା । ତେଣୁ, ଗ୍ରାହକମାନଙ୍କୁ, ବିଶେଷ କରି ସାଧାରଣ ଲୋକଙ୍କୁ ଖାସ ଅନୁଭବ କରାଇବା ପାଇଁ ଏକ ସୁନା ରେଜର ପ୍ରସ୍ତୁତ କରିଛନ୍ତି । ଏହି ରେଜରରେ ସେଭିଂ କରିବା ପାଇଁ ଲୋକଙ୍କୁ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ଆପଣଙ୍କୁ କହିରଖୁଛୁ ଯେ, ଏହି ସେଲୁନ୍ ଶୁକ୍ରବାର ଦିନ ପୁନଃ ଖୋଲାଯାଇଛି, ଯାହାକି ବିଜେପି ବିଧାୟକ ଗୋପୀଚାନ୍ଦ ପଡୱଲକରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ସେଲୁନ୍ ମାଲିକ ଅବିନାଶ କହିଛନ୍ତି ଯେ, ସେଲୁନରେ ସୁନା ରେଜର ବ୍ୟବହାର ହେବାର ଖବର ପାଇବା ପରେ ବର୍ତ୍ତମାନ ଗ୍ରାହକମାନେ ନିଶ୍ଚିନ୍ତ ଆସିବା ହେବେ ।
ମହାରାଷ୍ଟ୍ରର ସାଙ୍ଗଲି ସହରର ଏକ ସଂକୀର୍ଣ୍ଣ ଗଳିରେ ମଧ୍ୟ ଏକ ସେଲୁନ୍ ଦୋକାନ ରହିଛି, ଯେଉଁଠାରେ ସୁନା ରେଜର ସହିତ ସେଭିଙ୍ଗ୍ କରାଯାଏ । ଏହି ସେଲୁନର ମାଲିକଙ୍କ ନାମ ରାମଚନ୍ଦ୍ର ଦତ୍ତାତ୍ରେୟ କାଶିଦ, ଯିଏକି ସୁନା ରେଜର ସାହାଯ୍ୟରେ ଗ୍ରାହକଙ୍କ ଦାଢି ବନାଇ ଦିଅନ୍ତି । ଏହି ସେଲୁନରେ ଲୋକମାନେ ସେଭିଂ କରିବା ପାଇଁ ଅପେକ୍ଷା ତାଲିକାରେ ନାମ ଲେଖାଇ ରଖନ୍ତି ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।