ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ରବିବାରଦିନ ଆତ୍ମହତ୍ୟା କରିଛନ୍ତି। ସେ ୧୪ ଜୁନ ନିଜ ଘରେ ମୁମ୍ବାଇ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ୩୪ ବର୍ଷର ଥିଲେ। ତାଙ୍କ ମୃତ୍ୟୁ ବିଷୟରେ ସଠିକ ତଥ୍ୟ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଅନେକ ବର୍ଷ ପରିଶ୍ରମ ପରେ ଏବେ ସୁଶାନ୍ତ ଙ୍କ ପାଖରେ ନାମ, ପଇସା ,ଇଜତ ସବୁ କିଛି ଥିଲା।ସବୁ ଥାଇ ବି ତାଙ୍କ ଜୀବନରେ କୌଣସି ଜିନିଷ ଅଧୁରା ଥିଲା। ବୋଧେ ସେହି ଅଧୁରା ଜିନିଷ ପାଇଁ ସେ ଏହି ପଦକ୍ଷେପ ଉଠାଇଛନ୍ତି।
କେବେ ପପୁଲାର ଟିଭି ପବିତ୍ର ରିସ୍ତାରେ ସୁଶାନ୍ତଙ୍କୁ କୋ ଷ୍ଟାର ରହିଥିବା ଅଙ୍କିତା ଲୋଖଣ୍ଡେଙ୍କ ସହିତ ସମ୍ପର୍କ ରହିଥିଲା।ଦୁଇଜଣ ଅନେକ ଦିନ ଏକାଠି ରହିଥିଲେ। ଖବର ଥିଲାକି ଦୁଇଜଣ ବହୁତ ଶୀଘ୍ର ବିବାହ କରିବେ ବୋଲି। ସୁଶାନ୍ତଙ୍କୁ ତାଙ୍କ ପ୍ରଥମ ଭଲ ପାଇବା ମିଳିନଥିଲା। ୭ ବର୍ଷ ପରେ ୨୦୧୬ରେ ଦୁହେଁ ଅଲଗା ହୋଇଗଲେ।
ଏହାପରେ ସୁଶାନ୍ତ ନିଜ ପ୍ରଥମ ପ୍ରେମକୁ ଭୁଲିବାକୁ ୨୦୧୯ରେ ନିଜ ଇଂସ୍ଟଗ୍ରାମର ସବୁ ଫଟୋ କାଟିଦେଥିଲେ।ସେଥିରେ ଅନେକ ଫୋଟୋ ଅଙ୍କିତାଙ୍କ ସହିତ ବି ଥିଲା। କୁହାଯାଉଛି କି ଏହାପରେ ସୁଶାନ୍ତ ଙ୍କ ସମ୍ପର୍କ କ୍ରିତି ସେନନଙ୍କ ସହିତ ରହିଥିଲା। ଏହାବି କୁହାଯାଇଛିକି ଅଙ୍କିତାଙ୍କଠୁ ଅଲଗା ହେବାର କାରଣ କ୍ରିତି ସେନନ ଥିଲେ।
କ୍ରିତିଙ୍କ ସହବି ସୁଶାନ୍ତଙ୍କ ସମ୍ପର୍କ ଅଧିକ ଦିନ ଚାଲିନଥିଲା।୨୦୧୭ରେ ଦୁହେଁ ଅଲଗା ହୋଇଥିଲେ କୁହାଯାଉଛିକି କ୍ରିତିଙ୍କ ଠୁ ଅଲଗା ପରେ ସୁଶାନ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କ ହୋଇଥିଲା। ଦୁହିଁଙ୍କୁ ପ୍ୟାରିସ ଓ ଲଦାଖ ଟ୍ରିପରେ ଏକ ସାଙ୍ଗରେ ଦେଖାଯାଇଥିଲା କିନ୍ତୁ ଦୁହେଁ ଏହା ବିଷୟରେ କେବେ କାହାକୁ କହିନାହାଁନ୍ତି। ଦୁହେଁ ଦୁହିଁଙ୍କୁ ଭଲ ସାଙ୍ଗ କହିଥାନ୍ତି।
ସୁଶାନ୍ତ ୨୧ ଜାନୁଆରୀ ୨୦୨୦ କୁ ୩୪ ତମ ଜନ୍ମଦିନ ପାଲିଥିଲେ। ଏହି ସମୟରେ ସେ ଖାସ ମିଠା ରିୟା ଚକ୍ରବର୍ତ୍ତୀଙ୍କୁ ଦେଇଥିଲେ। ରିୟା ସୁଶାନ୍ତଙ୍କ ଫୋଟୋ ସେୟାର କରି ସୁନା ହୃଦୟ ଥିବା ବ୍ୟକ୍ତି ବୋଲି କହିଥିଲେ କିନ୍ତୁ ଦୁହେଁ କେବେ ନିଜ ସମ୍ପର୍କ ବିଷୟରେ କାହାକୁ କହିନଥିଲେ କିନ୍ତୁ ପୂର୍ଵ ୧ ବର୍ଷରୁ ରିୟା ତାଙ୍କ କାମ ସବୁ ମ୍ୟାନେଜ କରୁଥିଲେ।
ବନ୍ଧୁଗଣ ସୁଶାନ୍ତ ସିଂ ରାଜପୁତଙ୍କୁ ପସନ୍ଦ କରୁଥିଲେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ନିଜର ମାତା ମତ କମେଣ୍ଟ ରେ ନିଶ୍ଚିନ୍ତ ଦିଅନ୍ତୁ |