ପୁରୁଷ କଣ ରକ୍ତ ମାଂସ ରେ ଗଢା ନୁହେଁ ? ସ୍ୱାମୀ ଷ୍ଟେସନରେ ଶୋଉଛି ସ୍ତ୍ରୀ ଏପଟେ ଟୋକା ଧରି ଶୋଉଛି….

ସାରା ରାଜ୍ୟରେ ଆଇନ ବ୍ୟବସ୍ଥା ବାବଦରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ଆଉ ଆମେ ସମସ୍ତେ ଜାଣିଛେ କି , ଆମର ଆଇନ ଆଦୌ ଠିକ୍ ନାହିଁ । ଗୋଟିଏ ମାମଲା ଦୀର୍ଘ ଦିନ ଧରି କୋର୍ଟରେ ଚାଲୁଛି ଆଉ ତାପରେ ଆପେ ଆପେ ବନ୍ଦ ହୋଇଯାଉଛି । ଆହୁରିମଧ୍ୟ ଏଭଳି କିଛି ମାମଲା ରହିଛି ଯାହା ଦୀର୍ଘ ବର୍ଷ ଧରି ଚାଲି ଆସିଛି ଆଉ ସମାଧାନ ହେବାର ନାମ ନେଉ ନାହିଁ । ତେବେ ଏଭଳି ଆଇନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଠିକ୍ କରିବା ଉଚିତ ।

ଯାହାଦ୍ୱାରା ସମସ୍ତଙ୍କର ସମସ୍ୟା ସମାଧାନ ହୋଇପାରିବ, ନଚେତ ଲୋକେ ଆହୁରି କଷ୍ଟ ପାଇବେ । ତେବେ ଏହାରି ଉପରେ ଆଲୋକପାତ କରିଛନ୍ତି ବରିଷ୍ଠ ଆଇନଜୀବୀ ବ୍ୟମୋକେଶ ତ୍ରିପାଠୀ । ତାଙ୍କ କହିବା ଅନୁଯାୟୀ , ପୁରୁଷ ମାନଙ୍କୁ ଆଦୌ କୌଣସି ସୁବିଧା ମିଳୁନାହିଁ । ସେମାନଙ୍କୁ ନ୍ୟାୟ ମିଳୁ ନାହିଁ । ସମସ୍ତ କ୍ଷେତ୍ରରେ ସେମାନେ ପଛରେ ରହି ଯାଉଛନ୍ତି । ଆଉ ନାରୀ ମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି । ତେବେ ଏଭଳି ବ୍ୟବସ୍ଥାକୁ ଠିକ୍ କରିବାର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ସେ କହିଛନ୍ତି କି, ଜଣେ ପ୍ରସିଦ୍ଧ ଲୋକଙ୍କର କଥାକୁ ବାରମ୍ବାର ଚର୍ଚ୍ଚା କରାଯାଉଛି । ଆଉ ଲୋକମାନେ ସେ ବିଷୟରେ ଜାଣିବାକୁ ପାଉଛନ୍ତି । ଆଉ ସେ ମଧ୍ୟ ନ୍ୟାୟ ପାଆନ୍ତୁ ବୋଲି ସମସ୍ତେ ଚାହିଁଥାନ୍ତି । କିନ୍ତୁ ପ୍ରସିଦ୍ଧ ଲୋକମାନଙ୍କୁ ଛାଡି ଦେବା ପରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର କଥା ପରଦା ପଛରେ ଲୁଚି ଯାଉଛି । ଆଉ ସେମାନେ କେବେ ହେଲେ ନ୍ୟା-ୟ ପାଇ ପାରୁନାହାଁନ୍ତି । ସେମାନଙ୍କ ଖବର ଧୀରେ ଧୀରେ ଲୁଚି ଯାଉଛି । ଆଉ ସେମାନେ ଦୁଃଖ କଷ୍ଟ ହିଁ ପାଉଛନ୍ତି ।

ଏକ ଉଦାହରଣ ଦେଇ ସେ କହିଛନ୍ତି କି, ଭୁବନେଶ୍ବରର ସୂର୍ଯ୍ୟନଗରର ଜଣେ ମହିଳା ଯିଏକି ନିଜ ପ୍ରେମିକ ସହ ସ୍ୱାମୀ ଙ୍କର ଘରେ ରହୁଥିବା ବେଳେ ତାଙ୍କ ସ୍ୱାମୀ ଯାଇ ଷ୍ଟେସନର ରହୁଛନ୍ତି । ଆଉ ସେମାନଙ୍କ ମାମଲା ଦୀର୍ଘ ୨୫ ବର୍ଷ ଚାଲି ଆସୁଛି । ଆଉ ଏହାର ସମାଧାନ କିଛି ବାହାରି ପାରୁନାହିଁ । ତେବେ ଏହା ଉପରେ ଆଲୋକପାତ କରି ସେ କହିଛନ୍ତି କି, ପୁରୁଷ ମାନଙ୍କୁ ମଧ୍ୟ ଉଚିତ ନ୍ୟାୟ ମିଳିବା ଦରକାର । ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ ହେବା ଦରକାର । ଖାଲି ସେମାନଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା ପ୍ରଣୟନ କରିବା ଉଚିତ, ଯେଉଁଠି ଯାଇ ସେମାନେ ନିଜର ସମସ୍ୟା ବିଷୟରେ ଜଣାଇପାରିବେ ।

Leave a Reply

Your email address will not be published. Required fields are marked *