ଏହି ଦିବ୍ୟ ଏବଂ ଚମତକାରୀ ଚେର ଧନ କୁ ଚୁମ୍ବକ ପରି ଟାଣି ଆଣି ଥାଏ। ଏହାର ବ୍ୟବହାର କିପରି ହୋଇଥାଏ। ଆମେ ଆପଣଙ୍କୁ କହୁଛୁ। ଏହି ଦିବ୍ୟ ଏବଂ ଚମତକାରୀ ଗଛର ନାମ ହେଉଛି ମହାକାଳ ଲତା। କୁହାଯାଏ କି ଏହି ମହାକାଳ ଲତା ର ଚେର କୁ ଭଗବାନ ମହାକାଳ ଙ୍କର ବିଶେଷ ବରଦାନ ରହିଛି। ଏଥିପାଇଁ ଏହି ଲତା କୁ ମହାକାଳ କୁହାଯାଏ।
ଏହି ମହାକାଳ ଲତା ସମସ୍ତ ପ୍ରକାର ର ଗଛରେ ଲଟକି ଥାଏ। ଏହାର ଫଳ ଲାଲ ରଙ୍ଗର ହୋଇଥାଏ ଏବଂ ଗୋଲାକାର ହୋଇଥାଏ । ଏହା ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ। ତାହା ଭିତରେ କଳା ରଙ୍ଗର ଶସ ଏବଂ ମଞ୍ଜି ରହିଥାଏ। ଯାହା ଫଳରେ ଏହା ଖାଦ୍ୟ ଯୋଗ୍ୟ ର ହୋଇନଥାଏ। କିନ୍ତୁ ଏହି ଲତାର ଚେର ଅତ୍ୟନ୍ତ ଦିବ୍ୟ ଏବଂ ଚମତକାରୀ ହୋଇଥାଏ। ଏହି ମହାକାଳ ର ଫଳ ରବିବାର ଦିନ ଯଦି ପୁଷା ନକ୍ଷେତ୍ର ପଡିଥାଏ ତେବେ ବିଧି ପୂର୍ବକ ପୂଜା କରି ଖୋଳି ଆଣିବାକୁ ପଡିଥାଏ।
ସେହି ମହାକାଳ ଚେର କୁ ଆଣିବା ପରେ ଗଙ୍ଗା ଜଳ ଏବଂ ଗାଈ ଖିର ରେ ଧୋଇବା ପରେ ଧୂପ,ଦୀପ ଦ୍ବାରା ପୂଜା କରିବେ ଏବଂ ମହାକାଳ ମନ୍ତ୍ର ସାତ ବେଳା ଜପ କରିବେ। ତେବେ ଏହି ଚେର ସିଧ୍ଧି ହୋଇଥାଏ ବା ଜୀବନ୍ୟାସ ପାଇଥାଏ। ଏହି ମହାକାଳ ମନ୍ତ୍ର ହେଉଛି ,” ଓଁ ମହାକାଳ ମହାକାୟ ଜଗପତେ ମହାକାଳ ମହାଯୋଗୀନଃ ମହାକାଳ ନାମସ୍ତୁତେ “। ଏହି ମହାକାଳ ଚେର ପାଖରେ ରଖିଲେ ସମସ୍ତ କାର୍ଯ୍ୟ ରେ ସଫଳତା ମିଳିଥାଏ।
ମହାକାଳ ର ଏକ ମୂଳ ର ଏକ ଖଣ୍ଡ କୁ ନେଇ ଭୂତ ପ୍ରେତ ଗ୍ରସ୍ତ ଲୋକର ଗଳାରେ ନେଇ ପିନ୍ଧାଇଲେ ଭୂତ ପ୍ରେତ ଦ୍ବାରା କ୍ଷତି ରୁ ମୁକ୍ତି ପାଇବେ। ଏହି ଚେର କୁ ସାଧାରଣ ଲୋକ ଗଳାରେ ଧାରଣ କଲେ ଆଖିର ସମହନ ଶକ୍ତି ବଢିଯାଏ। ଏହାର ପ୍ରଭାବରେ ସାମ୍ମନା ଥିବା ଲୋକ ଟି ସମହନ ହୋଇଥାଏ ବା ନିଜର ବସବର୍ତ୍ତୀ ହୋଇଥାଏ। ମହାକାଳ କୁ ଚନ୍ଦନ ପରି ଘୋରି ମଥାରେ ତିଳକ ପରି ଲଗାଇ ଯାହାକୁ ଚାହିଁବେ ସେହି ଲୋକ ବସ ହୋଇଥାଏ।
ମହାକାଳ ଚେର କୁ କଳା କପଡାରେ ଗୁୁଡାଇ ଦୋକାନ ବ୍ୟବସାୟ ସାମ୍ମନା ରେ ରଖିବା ଦ୍ବାରା ବ୍ୟବସାୟ ରେ ଉନ୍ନତି ଘଟିଥାଏ ବା ପ୍ରଚୁର ଲାଭ ହୋଇଥାଏ। ଛାତ୍ର ଛାତ୍ରୀ ଏହି ଚେର କୁ ଗଳାରେ ପିନ୍ଧିଲେ ପାଠ ପଢାରେ ମନ ଲାଗିବା ସହିତ ପଢିବା ପାଠ ମନେ ରହିଥାଏ। ମହାକାଳ ମୂଳ କୁ ପୂଜା ସ୍ଥାନ ରେ ରଖି ପୂଜା କଲେ ଘରେ କୌଣସି ପ୍ରକାର ର ନାକାରତ୍ମକ ଶକ୍ତି ପ୍ରବେଶ କରାପାରି ନଥାଏ। ଏବଂ ଘରେ ଧନ ସୁଖ ସମୃଧୀ ପ୍ରଚୁର ମାତ୍ରା ରେ ବୃଧି ପାଇଥାଏ ବା ଧନ,ସୁଖ ସମୃଧୀ କୁ ଚୁମ୍ବକ ପରି ଟାଣିଥାଏ। କୌଣସି ପ୍ରକାର ର ଦୁଃଖ ର୍ଦୁଦଶା ଦେଖିବାକୁ ମିଳି ନଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।