ଜଳ କେବଳ ମଣିଷର ଶୋଷ ମେଣ୍ଟାଈ ନଥାଏ କିମ୍ବା କେବଳ ଦୈନଦିନ କାର୍ଯ୍ୟରେ ଆସି ନଥାଏ ବରଂ ମଣିଷର ଆନିକ ସମସ୍ୟମାନ ଦୂର କରିବା ସହିତ ମାଣିଜ଼ହକୁ ଧନ ସୁଖ ସମୃଦ୍ଧି ଆଦି ଆଣିଦେଇଥାଏ| ବର୍ତ୍ତମାନ ତ ବର୍ଷା ଚାଲିଛି, ସେହି ବର୍ଷା ଜଳକୁ ନେଇ ଯଦି କିଛି ଉପାୟ କରନ୍ତି ତେବେ ସେହି ବର୍ଷା ଜଳ ବହୁତ ଚମତ୍କାରୀ ଫଳ ଦେଇଥାଏ ଏବଂ ଦରିଦ୍ରତା ଦୂର କରିଥାଏ, ଏବଂ ଏହି ଉପାୟ କରିବା ପରେ ଆପଣ କେବେ ହେଲେ ନିରାଶ ହେବେ ନାହିଁ| କାରଣ ବର୍ଷା ଜଳର ଏହି ଉପାୟ ଦୁର୍ଭାଗ୍ୟକୁ ସଦଭାଗ୍ୟରେ ପରିଣତ କରିଥାଏ| ପ୍ରାଚିନ୍ନ ଧର୍ମ ଗ୍ରଂଥରେ ଏହି ବର୍ଷା ଜଳ ବିଷୟରେ ଉପାୟମାନ ବର୍ଣ୍ଣନା କରାଯାଇଛି| ଏହି ଉପଡା ଗୁଡିକ ଯେତିକି ସହଜ ସେତିକି ଚମତ୍କାରୀ ହୋଇଥାଏ| ଯାହାକି ମଣିଷର ଭାଗ୍ୟକୁ ମୁହୂର୍ତ୍ତକରେ ବଦଳାଇ ଦେଇଥାଏ|
ପ୍ରଥମ ଉପାୟ: ଅଚାନକ ଧନ ପ୍ରାପ୍ତିର ଇଚ୍ଛା ରଖିଥିବା ମନୁଷ୍ୟ ସ୍ଵାତି ନକ୍ଷତ୍ର ଦିନ ଯଦି ବର୍ଷା ହେଉଥିବ ତେବେ ସେହିଦିନ ଏକ ପତ୍ର ନେଇ ଘରର ଐଶାନ୍ୟ କୋଣରେ ରଖିଦେବେ| ଯଦି ଏହି ଐଶାନ୍ୟ କୋଣରେ ପତ୍ର ରଖିବାର ସୁବିଧା ନଥାଏ ତେବେ ଛାତ ଉପରେ କିମ୍ବା ତଳେ କୌଣସି ହେଲେ ସ୍ଥାନରେ ପତ୍ରଟିକୁ ରଖି ଦିଅନ୍ତୁ| ଏବଂ ସେହି ପତ୍ର ବର୍ଷା ଜଳରେ ପୂର୍ଣ୍ଣ ହୋଇଗଲେ ସେହି ବର୍ଷା ଜଳ ପୂର୍ଣ୍ଣ ପତ୍ରଟିକୁ ଘରର ଐଶାନ୍ୟ କୋଣରେ ରଖି ଦିଅନ୍ତୁ| ଧ୍ୟାନ ଦେବେ ସେହି ଦିନ ଯେପରି ସ୍ଵାତି ନକ୍ଷତ୍ର ହୋଇଥିବ| କାରଣ ଏହି ସ୍ଵାତି ନକ୍ଷତ୍ରରେ ଜଳ ଶାମୁକା ଭିତରକୁ ଯାଇ ମୁକ୍ତାରେ ପରିଣତ ହୋଇଥାଏ| ଏଥିପାଇଁ ସ୍ଵାତି ନକ୍ଷତ୍ର ଅତ୍ୟନ୍ତ ପବିତ୍ର ଏବଂ ଉଚ୍ଚକୋଟୀର ହୋଇଥାଏ| ଏହି ସ୍ଵାତି ନକ୍ଷତ୍ରର ଜଳ କୌଣସି ଏକ ବୋତଲ କିମ୍ବା ନିବୁଜ ପାତ୍ରରେ ପୁରାଇ ସିନ୍ଧୁକ କିମ୍ବା ଲକରରେ ରଖି ଦିଅନ୍ତୁ| କିମ୍ବା ଦୋକାନ ବ୍ୟବସାୟରେ ପଇସା ଡ୍ରୟାରରେ ରଖିଦିଅନ୍ତୁ| ଏହାର ଚମତ୍କାରିତା ଫଳରେ ଦରିଦ୍ରତା ଦୂର ହେବା ସହିତ ଧନ ଏବଂ ସୁଖସମୃଦ୍ଧି ବଢିବ|
ଦ୍ଵିତୀୟ ଉପାୟ: ଯଦି କୌଣସି ବ୍ୟକ୍ତିଙ୍କର ବ୍ୟବସାୟରେ କ୍ଷତି ଘଟୁଥାଏ ଅଥବା ବହୁତ ଚିନ୍ତା ଏବଂ ବ୍ୟସ୍ତତା ଭିତରେ କଟିଥାଏ ତେବେ ଏକ ନୂତନ କିମ୍ବା ସଫା ପିତ୍ତଳ ଲୋଟାରେ ଅଥବା ପିତ୍ତଳ ବାସ୍ନାରେ ବର୍ଷା ଜଳ ଭର୍ତ୍ତି କରି ସେହି ଜଳରେ ମାତା ଲକ୍ଷ୍ମୀଙ୍କର ଅଭିଷେକ କରନ୍ତୁ ଏଥିସହିତ ମାତା ଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ ତେବେ ଏହା କରିବା ଦ୍ୱାରା ବହୁତ ସୁଫଳ ମିଳିଥାଏ|
ତୃତୀୟ ଉପାୟ: ଯଦି କାହାରି ପରିବାରରେ କଳହ ଅଶାନ୍ତି ଲାଗି ରହୁଥାଏ କିମ୍ବା ପାରିବାରିକ ସୁଖ ଶାନ୍ତି ମିଳୁନଥାଏ ତେବେ ଆପଣ ପରିବାରରେ ଶାନ୍ତି ଆଣିବାକୁ ଚାହୁଁଥିଲେ ବର୍ଷା ଜଳରେ ଭଗବାନ ନାରାୟଣଙ୍କର ସ୍ନାନ ଅଭିଷେକ କରାନ୍ତୁ | ଏଥିସହିତ “ଓଁ ନମଃ ଭଗବତେ ବାସୁଦେବାୟ” ମନ୍ତ୍ରଟିକୁ ୧୦୮ଥର ଜପ କରନ୍ତୁ ତେବେଯାଇ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇଥାଏ ଏବଂ ପରିବାରରେ ସମସ୍ତ ସଦସ୍ୟଙ୍କ ଭିତରେ ସ୍ନେହ ପ୍ରେମ ଏବଂ ସଦ୍ଭାବନା, ସହାନୁଭୂତି ମଧ୍ୟ ଵୃଦ୍ଧି ପାଇଥାଏ| ପରିବାରରେ ଶାନ୍ତିର ବାତାବରଣ ଦେଖା ଦେଇଥାଏ|
ଚତୁର୍ଥ ଉପାୟ: ଯଦି କୌଣସି ବ୍ୟକ୍ତିଙ୍କର ପରିବାରରେ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ କିମ୍ବା ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥାଏ ଏମିତି ଜଣାପଡୁଥାଏ ଯେ ଘରେ କୌଣସି ନକାରାତ୍ମକ ଶକ୍ତି ବାସ କରିଛି ତେବେ ବର୍ଷା ଜଳକୁ ଏକ ପାତ୍ରରେ ଭର୍ତ୍ତି କରି ଘରର ପରିସ୍କାର ସ୍ଥାନରେ ରଖି ଦିଅନ୍ତୁ ଏବଂ ହନୁମାନଙ୍କର ଚାଳିଶ ୫୧ଥର ପାଠ କରନ୍ତୁ ଏହାପରେ ସେହି ପତ୍ରଟିକୁ ଆମ୍ବପତ୍ର କିମ୍ବା ଦେବଦାରୁ ପତ୍ରରେ ଘରର ସମସ୍ତ ସ୍ଥାନରେ ଛିଞ୍ଚି ଦିଅନ୍ତୁ| ଏହାଦ୍ୱାରା ଆଶ୍ଚର୍ଯ୍ୟଜଣକ ଭାବରେ ଲାଭ ହୋଇଥାଏ ଏବଂ ଘରେ ଥିବା ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ|
ପଞ୍ଚମ ଉପାୟ: ଯଦି କାହାରିକୁ କୌଣସି ପୁରୁଣା ରୋଗ ହଇରାଣ କରୁଥିବ ଏବଂ ଭଲ ହେବାର କୌଣସି ଉପାୟ ନଜର ଆସୁନଥିବ ତେବେ ବର୍ଷା ହେଉଥିବା ସମୟରେ ସେହି ବର୍ଷାରେ ଭିଜି ଭିଜି “ଓଁ ନମଃ ଶିବାୟ” ମନ୍ତ୍ରଟିକୁ ୧୦୮ଥର ପିଠା କରନ୍ତୁ| ଯଦି ମନ୍ତ୍ର ୧୦୮ଥର ପାଠ ସାରିବା ପୂର୍ବରୁ ବର୍ଷା ସରିଥାଏ ତାହେଲେ ମଧ୍ୟ ୧୦୮ ଥରର ଏହି ଜପ ପୂର୍ଣ୍ଣ କରନ୍ତୁ| ଏଏହାଦ୍ୱାରା ଚମତ୍କାର ଭାବରେ ଏହି ସମସ୍ୟା ଦୂର ହୋଇଯିବ|
ଷଷ୍ଠ ଉପାୟ: ଯଦି କେହି ଋଣରେ ବୁଡି ରହୁଥାନ୍ତି ଏବଂ ସେହି ଋଣ ସୁଝିପାରୁ ନଥାନ୍ତି ତେବେ ବର୍ଷା ଜଳକୁ ଏକ ବାଲ୍ଟିରେ ଭର୍ତ୍ତି କରି ସେଥିରେ କିଛି କଞ୍ଚା କ୍ଷୀର ମିଶାଇ ଦିଅନ୍ତୁ| ଏହାପରେ ନିଜର ଇଷ୍ଟ ଦେବଦେବୀଙ୍କର ସ୍ମରଣ କରି ସେହି ଜଳରେ ସ୍ନାନ କରି ନିଅନ୍ତୁ ଏହାଦ୍ୱାରା ରୂଣରୁ ମ ଉକ୍ତି ମିଳିଥାଏ ଅଥବା ମୁକ୍ତି ପାଇବାର ରାସ୍ତା ମିଳିଯାଇଥାଏ|
ସପ୍ତମ ଉପାୟ: ଯଦି କାହାର ପରିବାରରେ କୌଣସି ସଦସ୍ୟର ବିବାହ ବୟସ ହୋଇ ମଧ୍ୟ ବିବାହ ହୋଇପାରୁନଥାଏ ତେବେ ବର୍ଷାଜଳ ସଂଗ୍ରହ କରି ଗଣେଶ ଭଗବାନଙ୍କର ଅଭିଷେକ କରନ୍ତୁ ଏବଂ ଗଣେଶଙ୍କର ମନ୍ତ୍ର ଜପ କରନ୍ତୁ ଅଥର୍ବ ଗଣେଶଙ୍କର ଚାଳିଶା ପାଠ କରନ୍ତୁ| ଏଥିସହିତ କିଛିଦିନ ନିୟମିତ ଭାବରେ ଗଣେଶ ଭଗବାନଙ୍କର ଆରତୀ କରନ୍ତୁ| ଏପରି କରିବା ଦ୍ୱାରା ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ|
ଅଷ୍ଟମ ଉପାୟ: ଏହି ଉପାୟତି କେବଳ ଶ୍ରାବଣ ମାସରେ କରାଯାଇଥାଏ| ଏହି ଶ୍ରାବଣ ମାସରେ ଯଦି କେହି ବର୍ଷାଜଳରେ ଭଗବାନ ଶିବଙ୍କର ଅଭିଷେକ କରନ୍ତି ତେବେ ତାଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ|
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।